Advertisment

Ghost Attendance: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
ସ୍କୁଲ୍‌ରେ ପିଲା ନାହାଁନ୍ତି, ପଡୁଛି ଉପସ୍ଥାନ

ସ୍କୁଲ୍‌ରେ ପିଲା ନାହାଁନ୍ତି, ପଡୁଛି ଉପସ୍ଥାନ

ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ। ପିନ୍ଧୁଛନ୍ତି ସ୍କୁଲ ଡ୍ରେସ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛିନା। ହଁ ଜଣେ କି ଦୁଇ ଜଣ ନୁହେଁ 25ଜଣ ଭୁତ ପିଲା ବର୍ଷେ ହେବ ଖାଉଛନ୍ତି ମଧ୍ୟାହ୍ନ ଭୋଜନ ଆଉ ପିନ୍ଧୁଛନ୍ତି ସ୍କୁଲ ଡ୍ରେସ। ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର GOVT UP ସ୍କୁଲ କସଡ଼ାରେ। ଏନେଇ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯଦି ଏପରି ହୋଇଥିବ, ତାହେଲେ ଦୃଢ଼ କାର୍ଯ୍ୟଉନୁଷ୍ଠାନ ହେବ।

Advertisment

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କସଡ଼ା। ଏଠି 164ଜଣ ଛାତ୍ର ଛାତ୍ରୀ ପାଠ ପଢୁ ଥିବା ବେଳେ ତା ମଧ୍ୟରୁ 25 ଜଣ ଭୂତ ପିଲା । ପିଲା ନଥିଲେ ବି ଖାତାପତ୍ରରେ ଅଛନ୍ତି ପିଲା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା। ହଁ, ଗତ ଏପ୍ରିଲ 23ରୁ ଏଠି ପାଠ ପଡ଼ୁଛନ୍ତି 25ଜଣ ଭୂତ ପିଲା। କୋଉ କ୍ଲାସ ରେ 4 ଜଣ ତ କୋଉ କ୍ଲାସରେ 6 ଜଣ ଏହିପରି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସରେ ପାଠ ପଢୁଛନ୍ତି। 25ଜଣ ଭୂତ ଛାତ୍ର ଛାତ୍ରୀ ପାଠ ପଢିବା ସହିତ ମଧ୍ୟାନ ଭୋଜନ ମଧ୍ୟ ଖାଉଛନ୍ତି। ସ୍କୁଲ ଡ୍ରେସ ବି ପିନ୍ଧୁଛନ୍ତି, ଖେଳ ବି ଖେଳୁଛନ୍ତି ଆଉ ସରକାରୀ ସୁବିଧା ବି ପାଉଛନ୍ତି। କାଳେ ଶିକ୍ଷା ବିଭାଗର ନିର୍ଦେଶ ଅନୁସାରେ ଚାଲିଛିଏ ଭୂତ ପାଲା। ଗତ ଏପ୍ରିଲ 23ରୁ ଆଜି ପର୍ଯ୍ୟନ୍ତ ଏମିତି ଚାଲିଛି ଭୁତ ପାଲା। 

ଏଠି 25ଜଣ ପିଲା ନାହାନ୍ତି କିନ୍ତୁ ପ୍ରତେକ ଦିନ ପଡୁଛି 25ଜଣଙ୍କ ଉପସ୍ଥାନ। ଆଉ ହଡ଼ପ ହେଉଛି ସରକାରଙ୍କ ହଜାର ହଜାର ଟଙ୍କା। ଏହି ଘଟଣା ଉପରେ ପ୍ରତି କ୍ଲାସରେ କ୍ଲାସ ଟିଚର ଙ୍କ ଉପସ୍ଥିତି ରେ ଆମେ ପିଲାମାନଙ୍କୁ ପଚାରିବାରୁ ସେ କୁହନ୍ତି ଏସବୁ ପିଲା ଆମ କ୍ଲାସ ରେ ନାହାନ୍ତି କି ଆମେ ଏମାନଙ୍କୁ ବର୍ଷେ ହେବ ଦେଖିନୁ। ପ୍ରତିଦିନ କ୍ଲାସରେ ଉପସ୍ଥାନ ପକାଉଥିବା ଶିକ୍ଷକ କୁହନ୍ତି ଆମେ ଖାଲି ରଖୁ, ପ୍ରଧାନଶିକ୍ଷକ ଉପସ୍ଥାନ ପକାନ୍ତି। ଏଠି ପ୍ରଶ୍ନ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 11ମାସ ରୁ ଉର୍ଦ୍ଧ ହେଲା ପ୍ରତି କ୍ଲାସରେ ଶିକ୍ଷକମାନେ ଉପସ୍ଥାନ ପକାଉଥିଲେ ମଧ୍ୟ ଉକ୍ତ ଶିକ୍ଷକ ମାନେ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିଲେ। ଏନେଇ ଉକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କୁହନ୍ତି, ପ୍ରଧାନଶିକ୍ଷକ କହିବାରୁ ସେ ଏମିତି କରୁଛନ୍ତି।

Advertisment

ସେପଟେ ପ୍ରଧାନଶିକ୍ଷକ କୁହନ୍ତି, ଡ୍ରପ୍ ଆଉଟ୍ ହାର କମାଇବାକୁ ଏପରି କରଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଡ୍ରପ୍ ଆଉଟ୍ ହାର ରୋକିବାକୁ ଯଦି କରାଯାଉଛି, ସେମାନଙ୍କ ନାମରେ କାହିଁକି ଉଠାଯାଉଛି ମଧ୍ୟାହ୍ନ ଭୋଜନ ?  

ଏଠି ଖାଲି ସ୍କୁଲରେ ଭୂତ ନୁହେଁ ଏଠି ଥିବା 40 ଆସନ ବିଶିଷ୍ଟ ହଷ୍ଟେଲରେ ବି ଭୂତ। କାଳେ ତିନିଜଣ ଭୂତ ହଷ୍ଟେଲ ରହୁଛନ୍ତି।  ନାଁ ବି ହଷ୍ଟେଲରେ ଅଛି, ସରକାରଙ୍କ ସବୁ ସୁବିଧା ବି ପାଉଛନ୍ତି। କିନ୍ତୁ ପାଠ ପଢ଼ୁଚୁନ୍ତି ଫୁଲଝର ସ୍କୁଲରେ। 

ଏନେଇ କସଡ଼ା ସ୍କୁଲର ପ୍ରଧାନଶିକ୍ଷକ ଆହୁରି କହୁଛନ୍ତି ଶିକ୍ଷା ବିଭାଗର ନିର୍ଦେଶ ଅନୁସାରେ ଆମେ ଆଡ଼ମିସନ କରିଛୁ। ଏପରି କରିବାକୁ ପରିସ୍ଥିତି ବାଧ୍ୟ କରୁଛି ବୋଲି ସଫେଇ ଦେଇଛନ୍ତି। ଏଠି ପ୍ରଶ୍ନ ସ୍କୁଲ, ହଷ୍ଟେଲ ତଦାରଖ କରିବାକୁ ପ୍ରତେକ ମାସରେ ସ୍କୁଲ ଯାଞ୍ଚ ଲାଗି ବିଇଓ, ଏ ବିଇଓ, ସି ଆର ସି ସି ଓ ହଷ୍ଟେଲ ପାଇଁ ବିଭାଗର ADWO ଯାଇଥାନ୍ତି। ହେଲେ କିପରି ଏମାନେ ଜାଣି ପାରିଲେନି, ନା ସବୁ ଜାଣି ମିଳିମିଶି ଏହି ହଡ଼ପରେ ସାମିଲ ଥିଲେ ? ଯଦି ଦେଖିବା ଏଠି ରହୁଥିବା ହଷ୍ଟେଲ ପିଲାର ବର୍ଷକୁ 10ହଜାର, ତା ସହିତ ଅନ୍ୟ ଖର୍ଚ୍ଚ,ଡ୍ରେସ, ମଧ୍ୟାହ୍ନ ଭୋଜନ ବାବଦକୁ ଲକ୍ଷ ଲକ୍ଷ ଟଙ୍କା କୁଆଡ଼େ ଯାଏ, ତାହା ଜଳଜଳ ହୋଇ ଜଣା ପଡ଼ିଯାଉଛି।

ଏନେଇ WEO ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁ ଥିବା ବେଳେ ମୋର ପ୍ରୋଗ୍ରାମ ଅଛି କହି ପଳାଇଥିବା ବେଳେ ଏ ନେଇ ଆମେ ବଣାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ଏପରି ହୋଇଛି ତାହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।

Schools School Low Attendance Attendance Ghost Beneficiaries
Advertisment
Advertisment