Advertisment

Champions Trophy 2025: ୩ ଲକ୍ଷରେ ବିକ୍ରି ହେଲା ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ !

Geo TVର ୱେବସାଇଟ୍‌ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ପାଇଁ ସର୍ବନିମ୍ନ ମୂଲ୍ୟ 500 AED (ଭାରତୀୟ ମୂଲ୍ୟ ପ୍ରାୟ ୧୧,୮୭୯ ଟଙ୍କା) ଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଟିକେଟ୍‌ ମୂଲ୍ୟ ୩ ଲକ୍ଷ !

ଟିକେଟ୍‌ ମୂଲ୍ୟ ୩ ଲକ୍ଷ !

ଫେ‍ବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଚମ୍ପିଆନ୍ସ ଟ୍ରଫି । ଏଥର ପାକିସ୍ତାନରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । କିନ୍ତୁ ଭାରତ ତା’ର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ନ ଖେଳି ଦୁବାଇରେ ଖେଳିବ । ଫେବୃଆରୀ ୧୯ରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ଦର୍ଶକ ଟିଭି ଅପେକ୍ଷା ଷ୍ଟାଡିୟମରେ ଦେଖିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ର ମୂଲ୍ୟ ବହୁତ ଅଧିକ ରହିଥାଏ । ଏଥର ମଧ୍ୟ ସେହି ସମାନ କଥା । ଚଳିତ ଥର ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା (ଭାରତୀୟ ମୂଲ୍ୟ) ରହିଥିଲା ।

Advertisment

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ହାଇଭୋଲଟେଜ୍‌ ମ୍ୟାଚ୍ ୨୩ ଫେବୃଆରୀରେ ଦୁବାଇରେ ଖେଳାଯିବ । ତେବେ ଏହି ମ୍ୟାଚ୍ ଟିକେଟ୍‌ର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

Geo TVର ୱେବସାଇଟ୍‌ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ପାଇଁ ସର୍ବନିମ୍ନ ମୂଲ୍ୟ 500 AED (ଭାରତୀୟ ମୂଲ୍ୟ ପ୍ରାୟ ୧୧,୮୭୯ ଟଙ୍କା) ଥିଲା । ତେବେ ଏହି ମ୍ୟାଚ୍‌ ପାଇଁ ସବୁଠାରୁ ମହଙ୍ଗା ଟିକେଟ୍‌ର ମୂଲ୍ୟ ୧୨,୫୦୦ AED (ଭାରତୀୟ ମୂଲ୍ୟ ପ୍ରାୟ ୨,୯୬, ୭୫୨ ଟଙ୍କା) ଥିଲା ।

Advertisment

ଉଲ୍ଲେଖନୀୟ ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ୨୦ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ଖେଳିବ । ସୂଚନା ଅନୁସାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଦୁବାଇରେ ଖେଳାଯିବ, ଯେତେବେଳେ ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍ କେଉଁଠି ଅନୁଷ୍ଠିତ ହେବ ତାହା ଟିମ୍ ଇଣ୍ଡିଆ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ କି ନାହିଁ ତାହା ଉପରେ ନିର୍ଭର କରିବ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଯାଏ, ତେବେ ଟାଇଟଲ୍ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବ। ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚି ନପାରେ ତେବେ ଟାଇଟଲ୍ ମ୍ୟାଚ୍ ପାକିସ୍ତାନରେ ଅନୁଷ୍ଠିତ ହେବ ।

ଚମ୍ପିଆନ୍ସ ଟ୍ରଫିର ପୂରା କାର୍ଯ୍ୟସୂଚୀ

ଫେବୃଆରୀ ୧୯ – ପାକିସ୍ତାନ vs ନ୍ୟୁଜିଲାଣ୍ଡ, କାରାଚୀ

ଫେବୃଆରୀ ୨୦ – ବାଂଲାଦେଶ vs ଭାରତ, ଦୁବାଇ

ଫେବୃଆରୀ ୨୧ - ‍ଆଫଗାନିସ୍ତନ vs ସାଉଥ ଆଫ୍ରିକା, କରାଚୀ

ଫେବୃଆରୀ ୨୨ – ଅଷ୍ଟ୍ରେଲିଆ vs ଇଂଲଣ୍ଡ, ଲାହୋର

ଫେବୃଆରୀ ୨୩ - ପାକିସ୍ତାନ ବନାମ ଭାରତ, ଦୁବାଇ

ଫେବୃଆରୀ ୨୪ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି

ଫେବୃଆରୀ ୨୫ - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି

ଫେବୃଆରୀ ୨୬ - ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର

ଫେବୃଆରୀ ୨୭ - ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି

ଫେବୃଆରୀ ୨୮ - ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର

ମାର୍ଚ୍ଚ ୧ - ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ

ମାର୍ଚ୍ଚ ୨ - ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ

ମାର୍ଚ୍ଚ ୪ - ସେମିଫାଇନାଲ ୧, ଦୁବାଇ

ମାର୍ଚ୍ଚ ୫ - ସେମିଫାଇନାଲ ୨, ଲାହୋର

ମାର୍ଚ୍ଚ ୯ - ଫାଇନାଲ୍, ଲାହୋର (ଭାରତ ଫାଇନାଲରେ ପହଞ୍ଚିଲେ ଦୁବାଇରେ ଖେଳାଯିବ)

ମାର୍ଚ୍ଚ ୧୦ – ରିଜର୍ଭ ଡେ’

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ

India Vs Pakistan
Advertisment
Advertisment