ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।
ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗାଁଲୋକେ। ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ। ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ରଣକ୍ଷେତ୍ର ପାଲଟିଥିଲା ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା। ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ।
୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ।
ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।
ଆଜି କୋର୍ଟ ରାୟ ଦେଇଛନ୍ତି ଯେ, ସୁମିତ୍ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବେ। ଆଉ ଏହା ପରେ ଆଜି ଏବେ ସୁମିତଙ୍କ ଘର ଆଗରେ ହଙ୍ଗାମା। ସୁମିତଙ୍କ ଘରର ଗେଟ୍ ଭାଙ୍ଗି ମହିଳା ପଶିଯାଇଛନ୍ତି ଭିତରେ। ଦେଖନ୍ତୁ ଦୃଶ୍ୟ।
ସୁମିତଙ୍କ ପିଟିସନ୍କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ।
ପାରାଦୀପ ନିକଟରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୁ. ପ୍ରକଳ୍ପକୁ ଢିଙ୍କିଆ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ଆଜି ପରିସ୍ଥିତି ଅଣାୟାତ ହୋଇପଡ଼ିଛି। ପୋଲିସ୍ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଛି। ପୋଲିସ୍ ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ପିଟିଛି। ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଧରିନେଇଛି। ଜଟାଧାର ମୁହାଣର ଠିକ୍ ବାଲିଟିକିରାରେ ପ୍ରଶାସନ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ନବଗଠିତ ରାଜସ୍ଵ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ପହଞ୍ଚିବା ପରେ ଲୋକେ ବିରୋଧ ପାଇଁ ବାଲିଟିକିରାରେ ପହଞ୍ଚିଥିଲେ। ଡିସେମ୍ବର ୧ ତାରିଖରେ ମାପଚୁପ କରାଯାଇଥିଲେ ବି ବିରୋଧ ଯୋଗୁ ଅଧାରୁ ଫେରିଥିଲା ପ୍ରଶାସନ।
ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍ରୁ ଅଧିକ ଫୋର୍ସ ପହଞ୍ଚିଥିଲେ।
ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି ।
ସ୍ୱିଜରଲ୍ୟାଣ୍ଡରେ ରହିଛି ଦୁନିଆର ସବୁଠାରୁ ଲମ୍ବା ଓ ଗଭୀର ସୁଡଙ୍ଗ । ଯାହାର ନିର୍ମାଣକୁ ୨୦ ବର୍ଷ ସମୟ ଲାଗିଥିଲା । ୫୭ କିଲୋମିଟର ଏହି ଲମ୍ବା ସୁରଙ୍ଗର ନାମ ଗୋଟହାର୍ଡ । ଯାହା ୟୁରୋପକୁ ହାଇସ୍ପିଡ୍ ରେଳ ସେବା ସହ ଯୋଡିଥାଏ । ତେବେ ଚାଲନ୍ତୁ ଏହି ସୁଡଙ୍ଗ ବିଷୟରେ…
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ। ପୁରୁଣା ଭିଡ଼ିଓକୁ ସେୟାର କରି ଦୀପିକାଙ୍କୁ କଲେ ଟ୍ୟାଗ୍, ହେଲେ କାହିଁକି?
ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ଦେଖେଇଲା ତା’ର ମହତପଣିଆ। ସେହି ପିଲାମାନଙ୍କ ମୁହଁରେ ହସ ଭରିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ବିଚ୍ଛିନ୍ନ ହୋଇ ଅଛନ୍ତି। ବିଷାଦରେ ରହୁଥିବା ଏହି ପିଲାଙ୍କୁ ଖୁସି କରିଛି ସାଣ୍ଟା।
ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସମ୍ବଲପୁର ଶରଧାପାଲିରେ ଘଟିଛି ଏହି ଅଗ୍ନିକାଣ୍ଡ...ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ...
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟ ରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ। ପାନାମା ପେପର ଲିକ୍ ମାମଲାରେ ବୟାନ ରେକର୍ଡ ଲାଗି ଇଡି ସମନ କରିଛି।
ଅନେକ ରେଳଧାରଣା ବା ରେଲୱେ ଟ୍ରାକ୍ ରହିଛି, ଯେଉଁ ଟ୍ରାକରେ ଯିବା ସମୟରେ ଯାତ୍ରୀଙ୍କ ଛାତିରେ ଛନକା ପଶିଯାଏ । ଏହି ରେଲୱେ ଟ୍ରାକରେ ଯିବା ସମୟରେ ଲୋକମାନେ ଈଶ୍ୱରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା ମଧ୍ୟ କରିଥାଆନ୍ତି । ଆଉ ଏଭଳି ରେଲୱେ ଟ୍ରାକ୍ ବା ରେଳ ଧାରଣା ଦେଖିଲେ ଆଶ୍ଚର୍ଯ୍ୟର କୌଣସି ସୀମା ରହେ ନାହିଁ । ସେହିଭଳି ଏକ ଟ୍ରାକ୍ ହେଉଛି 'ଡେଭିଲ ନୋଜ୍' ବା 'ସୈତାନର ନାକ' । ବଡ ବିଚିତ୍ର ନାଁ । ତେବେ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ…
ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି । କିନ୍ତୁ ବୋହୂକୁ ଘରକୁ ନେଉନାହାନ୍ତି । ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ଥିବାବେଳେ କ’ଣ ରାୟ ଆସିବ ତାହା ଦେଖିବାକୁ ବାକି ରହିଲା ।
ମହାନଦୀର ସବୁଠୁ ବଡ଼ ସେତୁର ଉଦଘାଟନ ହୋଇଛି । ଏହା ହେଉଛି ଓଡିଶାର ପ୍ରଥମ T ସେତୁ । ୩ କିଲୋମିଟର ୪ ଶହ ମିଟର ଲମ୍ବ ବିଶିଷ୍ଟ ଏହି ସେତୁକୁ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ହେବା ପରେ ବଡମ୍ୱା ସହ ବାଙ୍କୀ, ଖୋର୍ଦ୍ଧା, ନୟାଗଡ ଓ ଭୁବନେଶ୍ୱରର ଦୂରତ୍ୱ କମିଛି ।
ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ।
ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି ।
ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ କଳି ଝଗଡ଼ାର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି.. ନିଜେ ଫେସବୁକ ପେଜରେ ଏହି ସିସିଟିଭି ଫୁଟେଜ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ.. ଯାହା ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି...
ଆଗକୁ ପଂଚାୟତ ନିର୍ବାଚନ। ଏଥି ପାଇଁ ଆଶାୟୀ ବିଭିନ୍ନ ରଣକୌଶଳ ଆପଣାଇଛନ୍ତି। ଯେମିତି କି ଏହି ଆଶାୟୀ ପ୍ରାର୍ଥୀ ଜଣକ ଭାବିଥିଲେ ବାତ୍ୟା ନିଶ୍ଚେ ଘାଣ୍ଟିବ। ଏହାର ସୁଯୋଗ ନେଇ ସେ କିଛି ବାଣ୍ଟିବେ ବୋଲି। ହେଲେ..
ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ଚାବି ଖୋଲୁଥିବା ଦେଖିବାକୁ ମିଳିଛି
ଆଜି ପୁଣି ଥରେ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ତପସ୍ୱିନୀ। କହିଛନ୍ତି ଏଇ ମୋବାଇଲ ଖୋଲିଲେ ସୁମିତଙ୍କ ସବୁ ଇଜ୍ଜତ ପଳେଇବ। କେବଳ ତପସ୍ୱିନୀ ନୁହେଁ ବରଂ ପ୍ରମିଳା ତ୍ରୀପାଠି ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ସହ ସୁମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ ।
କୌଣସି ପରିସ୍ଥିତିରେ ସୁମିତଙ୍କୁ ଛାଡ଼ପତ୍ର ଦେବେ ନାହିଁ ବୋଲି କହିଲେ ତପସ୍ୱିନୀ..