• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସବୁଠାରୁ ଲମ୍ବା ସୁଡଙ୍ଗ-ଗୋଟହାର୍ଡ ଟନେଲ୍‌

ସ୍ୱିଜରଲ୍ୟାଣ୍ଡର ସବୁଠାରୁ ଲମ୍ବା ସୁଡଙ୍ଗ ବା ଟନେଲ୍‌ ଗୋଟହାର୍ଡ ଟନେଲ୍‌କୁ କୁହାଯାଏ । ଏହା ଦୁନିଆର ସବୁଠାରୁ ଗଭୀର ଓ ଲମ୍ବା ରେଳ ସୁଡଙ୍ଗ । ଯାହା ବର୍ତ୍ତମାନ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି । କିନ୍ତୁ ଏହାର ନିର୍ମାଣରେ ପାଖାପାଖି ୨୦ ବର୍ଷ ସମୟ ଲାଗିଥିଲା । ଏହାର ଲମ୍ବ ୫୭ କିଲୋମିଟର । ଯାହା ଆଲ୍ପସ୍‌ ପର୍ବତ ପାଦଦେଶରେ ଉତ୍ତର ଓ ଦକ୍ଷିଣ ୟୁରୋପର ସବୁଠାରୁ ହାଇସ୍ପିଡ୍‌ ରେଳସେବା ସହ ଏହା ଜଡିତ। କୁହାଯାଉଛି ଯେ, ଏହି ସୁଡଙ୍ଗ ୟୁରୋପର ମାଲବାହକ ପରିବହନ କ୍ଷେତ୍ରରେ କ୍ରାନ୍ତି ଆଣିବାରେ ସକ୍ଷମ । ଏହି ରେଳ ଲିଙ୍କ୍‌ ନିଦରଲ୍ୟାଣ୍ଡସ୍‌ର ରୋଟରଡ୍ୟାମ ଓ ଇଟାଲୀର ଗେନୋଆକୁ ଯୋଡିଥାଏ ।

ସୂଚନା ଅନୁସାରେ ଏହି ସୁଡଙ୍ଗ ନିର୍ମାଣ ପୂର୍ବରୁ ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗ ଥିଲା ୫୩.୯ କିମି ବିଶିଷ୍ଟ ଜାପାନର ସେଇକନ୍‌ ରେଳ ସୁଡଙ୍ଗ । କିନ୍ତୁ ବର୍ତ୍ତମାନ ଏହି ଗୋଟହାର୍ଡ ଟନେଲ୍‌ ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗ ପାଲଟିଯାଇଛି । ସ୍ୱିଜରଲ୍ୟାଣ୍ଡ ବାସୀଙ୍କ ଅନୁଯାୟୀ ଏହା ସ୍ୱିସର ପରିଚୟ ହୋଇସାରିଛି । ଏହା ସବୁଠାରୁ ଗଭୀର ସୁଡଙ୍ଗ ମଧ୍ୟ । ଏହା ଭୂପୃଷ୍ଠରୁ ୨.୩ କିଲୋମିଟର ତଳେ ରହିଛି । ଏଠାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ରହିଥାଏ । ଏହା ଉପରେ ଉଚ୍ଚତମ ପାହାଡ ମାନ ରହିଛି । ଏହି ଖନନ ସମୟରେ ୨.୮ କୋଟି ଟନର ପଥର ବାହାର କରିବାକୁ ପଡିଥିଲା । ଏହି ସୁଡଙ୍ଗର ନିର୍ମାଣ ସମୟରେ କିଛି ଶ୍ରମିକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

ବର୍ତ୍ତମାନ ସୁଡ଼ଙ୍ଗ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ । ଏହାର ନିର୍ଦ୍ଧାରିତ ସମୟ ଓ ବଜେଟ୍‌ ଭିତରେ ନିର୍ମିତ ହୋଇଛି । ଏହା ଦ୍ୱାରା କିଛି ରାସ୍ତା ମଧ୍ୟ କମ୍‌ ହୋଇଯିବ । ଅନ୍ୟପଟେ ଏହି ସୁଡ଼ଙ୍ଗ ଦେଇ ଯିବା ସମୟର ରାସ୍ତା ମଧ୍ୟ ବେଶ୍‌ ମନୋରମ । ଏହା ଯାତ୍ରୀମାନଙ୍କୁ ଏକ ନି‌ଆରା ଅନୁଭୂତି ଦେଇଥାଏ । ଥଣ୍ଡା ଦିନେ ଏହାର ଦୃଶ୍ୟପଟ ଓ ସୁନ୍ଦରତା ଆହୁରି ମନମୁଗ୍ଧକର ଲାଗେ ।