/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639987503.jpg)
dangerous railway track
ରେଳ ଯାତ୍ରା ସମସ୍ତଙ୍କୁ ବେଶ୍ ଭଲ ଲାଗେ । କିନ୍ତୁ କିଛି ରେଳ ଯାତ୍ରା ବେଶ୍ ଭୟଙ୍କର । ସେହିଭଳି ଏକ ଭୟଙ୍କର ରେଳ ଯାତ୍ରାର ଅନୁଭୂତିକୁ ବଖାଣିଥାଏ ଇକ୍ୟୁଡରର ‘ଡେଭିଲ୍ ନୋଜ୍’ ଟ୍ରେନ୍ - ଟ୍ରାକ୍ । ଏହାକୁ 'ନୋଜ୍ ଅଫ ଦ ଡେଭିଲ୍' ବୋଲି ମଧ୍ୟ କୁହାଯାଏ । ଏହା ସମୁଦ୍ର ପତ୍ତନ ଠାରୁ ୯୦୦୦ ଫୁଟ୍ ଉପରେ ଅବସ୍ଥିତ ଓ ଦୁନିଆର ସବୁଠାରୁ ଭୟଙ୍କର ରେଳବାଇ ଟ୍ରାକ୍ ।
୧୮୭୨ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୦୫ରେ ଶେଷ ହୋଇଥିଲା । ଏହି ପାହାଡରେ ସରକାର ଏକ ଜିଗ୍ଜ୍ୟାଗ୍ ରେଳୱେର ନିର୍ମାଣ କରିଥିଲେ । ଏହି ରେଳ ଧାରଣାର ନିର୍ମାଣ ଦକ୍ଷିଣ ଆମେରିକାରେ ଇଂଜିନିୟରିଂର ସବୁଠାରୁ ପ୍ରଭାବଶାଳୀ ତଥା ଭୟଙ୍କର ନିର୍ମାଣ ମଧ୍ୟରୁ ଗୋଟିଏ । ଏହା ଇଂଜିନିୟରିଂ ସବୁଠାରୁ ନିଆରା ନମୁନା କହିଲେ କିଛି ଭୁଲ୍ ହେବନାହିଁ । କିନ୍ତୁ ଏହାର ନିର୍ମାଣ ସମୟରେ ଅନେକ ଶ୍ରମିକଙ୍କର ଜୀବନ ଯାଇଥିଲା । କୁହାଯାଏ ଏଠାରେ ମୃତ୍ୟୁର ଭୟ ମଧ୍ୟ ଲାଗିରହିଥାଏ ।
The devil's nose Ecuadorପର୍ଯ୍ୟଟକମାନେ କୁହନ୍ତି ଯେ, ଏହି ଟ୍ରାକ୍ ଦେଇ ଯିବା ଅର୍ଥ ସ୍ୱର୍ଗ ଓ ନର୍କର ଅନୁଭୂତି ଏକାସାଙ୍ଗେ ନେବା । ଏହାର ବାସ୍ତବିକ ନାଁ 'ନାରିଜ୍ ଡେଲ୍ ଡିଆବଲୋ' ରେଳମାର୍ଗ । ଏହାର ଗୋଟେ ପାର୍ଶ୍ୱରେ ପାହାଡ ଅନ୍ୟ ପାର୍ଶ୍ୱରେ ଘାଟି । ତେଣୁ ଏଠାରେ ବେଶ୍ ସାବଧାନତାର ସହ ଟ୍ରେନ ଚଲା ଯାଇଥାଏ, ନଚେତ୍ ଗୋଟିଏ ଭୁଲ୍ ଏକ ବଡ ଦୁର୍ଘଟଣାର କାରଣ ହୋଇପାରେ । ସାଧାରଣତଃ ଲୋକମାନେ ଟ୍ରେନର ଝରକା ପାଖ ସିଟ୍ ନେଇଥାନ୍ତି, ଆଖପାଖର ପ୍ରାକୃତିକ ସୁନ୍ଦରତାକୁ ଅନୁଭବ କରିବାକୁ । କିନ୍ତୁ ଏହି ଟ୍ରେନରେ ଲୋକମାନେ ଝରକା ପାଖ ସିଟ୍ରେ ବସିଲେ ଏହି ନିର୍ଦ୍ଧିଷ୍ଟ ସ୍ଥାନରେ ପହଁଚିବା ପରେ ଭୟ ଅନୁଭବ କରନ୍ତି । କାରଣ ପ୍ରାକୃତିକ ସୁନ୍ଦରତା କହିଲେ ସେମାନେ ଦେଖିଥାଆନ୍ତି ଘାଟି ଓ ପାହାଡ ।
The devil's nose Raillway trackଅନ୍ୟପଟେ ଆଡଭେନଚର ପ୍ରିୟ ଲୋକମାନଙ୍କ ପାଇଁ ଏହା କୌଣସି ମନୋରମ ଦୃଶ୍ୟ ଠାରୁ କମ୍ ନୁହେଁ । ଆବଶ୍ୟକତା ଅନୁଯାୟୀ ଏକ ଆରାମଦାୟକ ଗତି ନେଇ ଏଠାରେ ଟ୍ରେନ୍ ଏହି ଜିଗଜ୍ୟାଗ୍ ରାସ୍ତା ଦେଇ ଯାଇଥାଏ । ଟ୍ରେନରୁ ଓହ୍ଲାଇବା ପରେ ଆଖପାଖରେ ଗ୍ରାମୀଣ ଅଂଚଳ ଓ ସୁନ୍ଦର ଚାଷଜମିର ଦୃଶ୍ୟ ଦେଖିବାକୁ ପାଇବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)