Advertisment

ରଣାଙ୍ଗନ ପାଲଟିଲା ଢିଙ୍କିଆ, ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ୍

ପାରାଦୀପ ନିକଟରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୁ. ପ୍ରକଳ୍ପକୁ ଢିଙ୍କିଆ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଛି। ଆଜି ପରିସ୍ଥିତି ଅଣାୟାତ ହୋଇପଡ଼ିଛି। ପୋଲିସ୍ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଭିତରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଛି। ପୋଲିସ୍ ଗୋଡ଼େଇ ଗୋଡ଼େଇ ଲୋକଙ୍କୁ ପିଟିଛି। ଗାଁରେ ପଶି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଧରିନେଇଛି। ଜଟାଧାର ମୁହାଣର ଠିକ୍ ବାଲିଟିକିରାରେ ପ୍ରଶାସନ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ନବଗଠିତ ରାଜସ୍ଵ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ପହଞ୍ଚିବା ପରେ ଲୋକେ ବିରୋଧ ପାଇଁ ବାଲିଟିକିରାରେ ପହଞ୍ଚିଥିଲେ। ଡିସେମ୍ବର ୧ ତାରିଖରେ ମାପଚୁପ କରାଯାଇଥିଲେ ବି ବିରୋଧ ଯୋଗୁ ଅଧାରୁ ଫେରିଥିଲା ପ୍ରଶାସନ।

author-image
Otv Khabar Bureau

Village Demarcation Protest Against Revenue Dhinkia
Advertisment
Advertisment