ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁ କି?

ଢିଙ୍କିଆ ଗ୍ରାମବାସୀ ଓ ପୋଲିସ ଭିତରେ ଛକାପଞ୍ଝା। ଭିଟାମାଟି ନଛାଡିବା ଜିଦିରେ ଅଟଳ ଗ୍ରାମବାସୀ।
ଜୀବନ ପଛେ ବାଜିରେ ଲାଗିବ ସିନା JSWର ପ୍ରକଳ୍ପ ପୁରାଇ ନଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି ଗାଁଲୋକେ। ଅଶାନ୍ତ ହୋଇପଡ଼ିଛି ଢିଙ୍କିଆ। ଆନ୍ଦୋଳନରେ ଅସ୍ତ୍ର ସାଜିଛନ୍ତି କୁନି କୁନି ପିଲା। ରଣକ୍ଷେତ୍ର ପାଲଟିଥିଲା ଜଟାଧାରୀ ମୁହାଁଣ ପାଖ ବାଲିଟିକିରା ଇଲାକା। ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ।