ତାଲିବାନ୍ ରାଜ୍ରେ ଆଫଗାନିସ୍ତାନରେ ଗୁଞ୍ଜରିତ ହେଲା ହରେ କୃଷ୍ଣ ଓ ହରେ ରାମ ଶବ୍ଦ । ବନ୍ଧୁକ ମୁନରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଥିଲା । ହେଲେ ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି
ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।
ନିଘୋଡ଼ ନିଦରେ ଶୋଇଥିଲେ ମହିଳା, ବେଡ଼ ଉପରେ ଖସି ପଡ଼ିଲା ଉଲକାପିଣ୍ଡ । କାନାଡାର ଜଣେ ମହିଳାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଶୋଇଥିବା ସମୟରେ ଛାତ ଚିରି ଆକାଶରୁ ଖସି ପଡ଼ିଲା ମୃତ୍ୟୁ । ମହାକାଶରୁ ଏକ ଉଲକାପିଣ୍ଡ ଆସି ସେ ଶୋଇଥିବା ବିଛଣାରେ ପଡ଼ିଯାଇଥିଲା ।
କାହିଁକି ଇସ୍ରାଏଲ ଭଳି ଏକ ଛୋଟ ଦେଶକୁ ଡ଼ରୁଛି ସମଗ୍ର ବିଶ୍ୱ? ତା ସହ ଟକ୍କର ଦେବାକୁ କେହି ସାହସ କରୁ ନାହାନ୍ତି କାହିଁକି? ଜାଣିଛନ୍ତି କି ଏହାର କାରଣ? ଆସନ୍ତୁ ଦେଖିବା ଏହି ଭିଡିଓ ଷ୍ଟୋରି।
ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ ।
ଏଲ୍ଏସି ହେଉ କି ତାଇଓ୍ୱାନ୍ ସବୁଠି ଉଗ୍ର ଆଭିମୁଖ୍ୟ ଆପଣେଇଛି ଚୀନ୍ । ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ନେଇ ତ୍ରୟୋଦଶ ପର୍ଯ୍ୟାୟ ସମାରିକସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତର ଦାବିକୁ ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ପିଏଲ୍ଏ
ଆଫ୍ଗାନିସ୍ତାନ ଦଖଲ ପରେ ତାଲିବାନ୍ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଲଢିବାକୁ ପ୍ରସ୍ତୁତ ଅଛି । ଏକ ବିଶେଷ ସୂତ୍ରଅନୁସାରେ, ପାକିସ୍ତାନ ଅଧିନରେ ଥିବା କାଶ୍ମୀରରେ ଗୁପ୍ତଚର ଏଜେନ୍ସି ଆଇଏସ୍ର ଷ୍ଟାଫ୍, ସାଇବର ୟୁନିଟ୍ ଗ୍ରୁପ୍, ତାଲିବାନ୍, ଜେସ୍ ଏ ମହମଦ୍ଦ ଓ ଲସ୍କର-ଇ-ତୋଏବାର ଆତଙ୍କୀମାନେ ଆଫଗାନିସ୍ଥାନର ସୀମ୍ କାର୍ଡକୁ ବ୍ୟବହାର କରୁଛନ୍ତି ।
ପାଣିକୁ ଜୀବାଣୁର ନାଶ କରିବ ହାଇଡ୍ରୋଜେଲ ଟ୍ୟାବଲେଟ୍ । ପାନୀୟ ଜଳର ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ପାଇଁ ଆମେରିକାର ବୌଜ୍ଞାନିକମାନେ ଏହି ହାଇଡ୍ରୋଜେଲ ଟ୍ୟାବଲେଟ୍ (Hydrogel Tablet)କୁ ତିଆରି କରିଛନ୍ତି ।
ଘର ଉପରକୁ ଖସିପଡିଲା ଚଳନ୍ତା ବିମାନ । ଆମେରିକାର କାଲିଫର୍ନିଆରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଏମିତି ସତର୍କ ସୂଚନା। ଯାହାକୁ ନେଇ ଛାନିଆ ସାରା ବିଶ୍ୱ। କରୋନା ପରେ ଚୀନରେ ବ୍ୟାପୁଛି ଆଉ ଏକ ମହାମାରୀ। ସଂକ୍ରମିତଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କ ମୃତ୍ୟୁ ହେଉଛି। ସେ ଭାଇରସ୍ ବିଷୟରେ ଜାଣନ୍ତୁ...
ପୋଲିସଠାରୁ ରକ୍ଷା ପାଇବା ପାଇଁ ଅପରାଧୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। କେତେବେଳେ ସେମାନେ ଖସି ଯିବାରେ ସଫଳ ହୁଅନ୍ତି ତ ପୁଣି କେତେବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।
ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ଡେଭିଡ଼ କାର୍ଡ, ଜୋସୁଆ ଡି. ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସ ଏହି ସମ୍ମାଜନକ ପୁରସ୍କାର ପାଇବେ
ମଝି ଆକାଶରେ ବିମାନ ଦୁର୍ଘଟଣା । ସ୍କାଏଡାଇଭରଙ୍କୁ ନେଇକି ଯାଉଥିବା ସମୟରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଋଷ୍ରେ ଏଲ୍ ୪୧୦ ନାମକ ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ତାର ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।
ଅଜଗର। ନାଁ ଶୁଣିଲେ ଲାଗେ ଡ଼ର। କାରଣ ଏହି ସାପଟି ଅତି ସହଜରେ କାହାକୁ ବି ଗିଳିଦେଇପାରେ। ତେଣୁ ଅଜଗର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସୋସିଆଲ ମିଡ଼ିଆରେ ଏମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା କେମିତି ସମ୍ଭବ? ଆଜ୍ଞା ହଁ, ଅବିଶ୍ୱାସ ଲାଗିଲେ ବି ଘଟଣା ପୂରା ସତ।
ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଲୋକେ ବେଶ ଆଶ୍ଚର୍ଯ୍ୟଚକିତ ହୋଇପଡନ୍ତି । ଏହିପରି ଏକ ଘଟଣା କେନିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ୪୫ ବର୍ଷର ଜଣେ ମାନସିକ ରୋଗୀ ବିସାଦଗ୍ରସ୍ତ ହୋଇ ଛୁରୀରେ ନିଜର ପ୍ରାଇଭେଟ୍ ପାର୍ଟ(ଗୁପ୍ତାଙ୍ଗ) କୁ କାଟି ଦେଇଛନ୍ତି ।
ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠାନ କରିବ ଦୁବାଇ । ଏନେଇ ବୁର୍ଜ ଖଲିଫାର ଅରମାନି ରିଷ୍ଟୋରାଣ୍ଟରେ ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ଏବଂ ଇଉଜିନ୍ ଇଭେଣ୍ଟ ପକ୍ଷରୁ ଏହାର ଘୋଷଣା କରାଯାଇଛି ।
ସ୍କୁଲରେ ପିଲାମାନେ ବଦମାସୀ କରିବା ଏକ ସାଧାରଣ କଥା। ଏହା ଏକ ନୂଆ କଥା ନୁହେଁ ଯେ କ୍ଲାସ ଚାଲିଥିବା ସମୟରେ ପିଲାମାନେ କିଛି ଖାଉଥିବା ନଜର ଆସିବା, କିମ୍ବା ସ୍କୁଲକୁ ଅନୁମତି ନ ଥିବା ଜଳଖିଆ ନେଇ ଧରାହେବା। ଚାଇନାରେ ମଧ୍ୟ ଜଣେ ବାଳିକା ସ୍କୁଲ ଛାତ୍ରାବାସରେ ଏଭଳି କିଛି ସ୍ନାକ୍ସ ଲୁଚେଇ ରଖିଥିଲେ ଏହା ଦେଖିବା ପରେ ଶିକ୍ଷକ ଏତେ ରାଗି ଗଲେ ଯେ ତାକୁ ଶହ ଶହ ବସ ଉଠ ହେବା ନେଇ ଦଣ୍ଡ ଦେଲେ।
କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ୫୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି ।
ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁନାଇଟେଡ୍ କିଙ୍ଗଡମ୍। ୨ଟି ଡୋଜ୍ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ୱାରେଣ୍ଟିନ ମନା। ଅକ୍ଟୋବର ୧୧ ତାରିଖରୁ ପରିବର୍ତ୍ତିତ ନିୟମ କାର୍ଯ୍ୟକାରୀ ନେଇ ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବ୍ରିଟିଶ ହାଇକମିଶନର ଆଲେକ୍ସ ଏଲିସ। ତେବେ ଏହି ନିୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ।
ବିଶ୍ୱ ଇତିହାସରେ ପ୍ରଥମ। ମହାକାଶରେ ହେବ ଫିଲ୍ମ ସୁଟିଂ। ଏକଥାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ହେଲେ ମହାକାଶରେ ଫିଲ୍ମ ସୁଟିଂ ହୋଇନାହିଁ। ରୁଷର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କ୍ଲିମ୍ ଶିପେଙ୍କୋ ମହାକାଶରେ ଫିଲ୍ମ ସୁଟିଂ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି
ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ଆମେରିକା । ଆଫଗାନିସ୍ତାନରୁ ପଳାୟନ ବେଳେ ଏକ ବ୍ରିଫକେସରେ ଲକ୍ଷଲକ୍ଷ ଡଲାର ନେଇଥିବାର ଅଭିଯୋଗ ଆସିଛି । ଏହି ଅଭିଯୋଗକୁ ଆମେରିକା ବେଶ ଗମ୍ଭୀରତାର ସହ ନେଉଥିବାର ଦେଖାଯାଇଛି । ଆମେରିକା ଏନେଇ କଡା ତଦନ୍ତ କରୁଥିବାର ମଧ୍ୟ ସୂଚନା ମିଳିଛି।
ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ସୂଚନା। ଉପନ୍ୟାସବାଦୀ ଅବଦୁଲ ରଜାକ ଉପନିବେଶବାଦର ପ୍ରଭାବ ତଥା ସଂସ୍କୃତି ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଶରଣାର୍ଥୀଙ୍କ ଭାଗ୍ୟର ଆପୋଷ ବୁଝାମଣା ପାଇଁ ସାହିତ୍ୟରେ ୨୦୨୧ରେ ନୋବେଲ ପୁରସ୍କାର ପାଇବେ।
ଚୀନ-ଆମେରିକା ମଧ୍ୟରେ ହେବ କି ଫାଇଟ୍? ଯଦି ଫାଇଟ୍ ହେବ ତେବେ ହାରିଯିବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଏତେ ମାତ୍ରାରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଉନ୍ନତ ଜ୍ଞାନକୌଶଳ ଥାଇ ମଧ୍ୟ ଚାଇନ୍ଠାରୁ ପରାଜୟ ସ୍ୱୀକାର କରିବ ଆମେରିକା
ରାତାରାତି ବଦଳି ଗଲେ ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦ। ସେ ବର୍ତ୍ତମାନ ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ହୋଇଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଆଇଏସଆଇର ମୁଖ୍ୟ ଭାବେ କିଏ ନିଯୁକ୍ତି ହୋଇଛନ୍ତି, ସେନେଇ ଏଯାଏଁ କୌଣସି ସୁଚନା ମିଳିନାହିଁ। ତେବେ କାହିଁକି ହମୀଦଙ୍କୁ ରାତାରାତି ବଦଳି କରାଗଲା ଏନେଇ ପ୍ରଶ୍ନ ଉଠିବାରେ ଲାଇଛି।