/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635564782.jpg)
Sukarno's Daughter
ହିନ୍ଦୁ ଧର୍ମ ଆପଣାଇଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁସଲିମ୍ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରୁଛନ୍ତି ସୁକମାବତୀ । ତାଙ୍କର ଧର୍ମ ପରିବର୍ତ୍ତନ ପଛରେ ତାଙ୍କର ଦିବଂଗତ ହିନ୍ଦୁ ଜେଜେମାଙ୍କ ପ୍ରେରଣା ଥିବା କଥା ବିଶ୍ୱାସ କରାଯାଉଛି ।
ଦିନେ ଥିଲେ ଗର୍ବିତ ମୁସଲିମ୍, ହେଲେ ଏବେ ଆପଣେଇ ନେଇଛନ୍ତି ହିନ୍ଦୁ ଧର୍ମ । ହିନ୍ଦୁ ଧର୍ମ ଗ୍ରହଣ କରି ଚର୍ଚ୍ଚାରେ ରହିଛନ୍ତି ସୁକର୍ଣ୍ଣୋପୁତ୍ରୀ । ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ହେଉଛନ୍ତି ସୁକମାବତୀ । ସୁକର୍ଣ୍ଣପୁତ୍ରୀ ଇସଲାମ ପରିତ୍ୟାଗ କରି ବିଧିବଦ୍ଧ ଭାବରେ ହିନ୍ଦୁ ଧର୍ମ ଆପଣେଇଛନ୍ତି । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଭିଡ୍ କାରଣରୁ ପରିବାର ଲୋକଙ୍କ ସମେତ ମୋଟ ୫୦ ଜଣ ଅତିଥି ଯୋଗ ଦେଇଥିଲେ । ଏହି ସୁଧି ବଦାନୀ ପ୍ରକ୍ରିୟା ପରେ ପୁରା ଇଣ୍ଡୋନେସିଆରେ ଆଶ୍ଚଯର୍ୟ ହୋଇପଡିଛି । କାରଣ ଇଣ୍ଡୋନେସିଆ ଦକ୍ଷିଣ ଏସିଆର ଅନ୍ୟତମ ବୃହତ୍ତମ ମୁସଲିମ ବହୁଳ ଦେଶ । ସେଠାରେ ପ୍ରାୟ ୧୦ ଭାଗରୁ ୯ ଭାଗ ଲୋକ ଇସଲାମ ଧର୍ମାବଲମ୍ବୀ ରହିଛନ୍ତି ।
Also Read
ତେବେ ସୁକମାବତୀ ମୁସଲିମ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରନ୍ତି ବୋଲି ଦେଖିବାକୁ ମିଳୁଛି । ତାଙ୍କର ଧର୍ମ ପରିବର୍ତ୍ତନ ପଛରେ ତାଙ୍କର ଦିବଂଗତ ହିନ୍ଦୁ ଜେଜେମାଙ୍କ ପ୍ରେରଣା ଥିବା ବିଶ୍ୱାସ କରାଯାଉଛି । ସୁକମାବତୀ ହେଉଛନ୍ତି ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ତୃତୀୟ ଝିଅ, ପଞ୍ଚମ ରାଷ୍ଟ୍ରପତି ମେଗାବତୀ ସୁକର୍ଣ୍ଣପୁତ୍ରୀଙ୍କ ସାନ ଭଉଣୀ ଏବଂ ଇଣ୍ଡୋନେସିଆନ୍ ନ୍ୟାସନାଲ ପାର୍ଟିର ପ୍ରତିଷ୍ଠାତା । ସେ ଗତ ୨୦ ବର୍ଷ ହେଲା ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ରହିଛନ୍ତି । ରାମାୟଣ ଓ ମହାଭାରତ ପଢ଼ିବା ସହ ହିନ୍ଦୁ ଶାସ୍ତ୍ର ଓ ପରମ୍ପରା ଆଦି ସଂପର୍କରେ ଜ୍ଞାନ ଅର୍ଜନ କରିଥିବା କଥା କୁହାଯାଉଛି ।
ତାଙ୍କର ଧର୍ମ ପରିବର୍ତ୍ତନ ପ୍ରତି ପରିବାର ଲୋକଙ୍କର ମଧ୍ୟ ସମର୍ଥନ ରହିଛି । ତେବେ ରୋଚକ କଥା ହେଉଛି, ଏକ କବିତା ପାଠକୁ ନେଇ ୨୦୧୮ରେ ବିବାଦୀୟ ହୋଇପଡ଼ିଥିଲେ ସୁକମାବତୀ । ସେ ସେତେବେଳେ ଇସଲାମ ଧର୍ମ ପାଳନ କରୁଥିଲେ ବି, ସେହି କବିତାରେ ଉକ୍ତ ଧର୍ମର ଅପମାନ କରୁଥିବା ଅଭିଯୋଗରେ ସାରା ଦେଶରେ ଏନେଇ ବିରୋଧ ହୋଇଥିଲା । ଏହାପରେ କ୍ଷମାପ୍ରାର୍ଥନା କରିବା ସହ ନିଜେ ଜଣେ ଗର୍ବିତ ମୁସଲିମ ବୋଲି କହିଥିଲେ ସୁକମାବତୀ । ଯିଏକି ଏବେ ହିନ୍ଦୁ ଧର୍ମ ଆପଣେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)