• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଶୀତକୁ ଦୃଷ୍ଟିରେ ରଖି ଭୟରେ ତାଲିବାନ୍ ସରକାର । ଜନ ସାଧାରଣକୁ ଥରାଇବ ହାଡ଼ଭଙ୍ଗା ଜାଡ଼ । ସାହାଯ୍ୟ କରିବାକୁ ବିଶ୍ୱ ନିକଟରେ ଗୁହାରୀ ଜଣାଇଛନ୍ତି । ଆଫଗାନିସ୍ତାନରେ ଭୟଙ୍କର ହୁଏ ଶୀତ । ବିନା ଗରମ ପୋଷାକରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ । ଶୀତ ଦିନେ ଆଫଗାନର ଅନେକ ଅଞ୍ଚଳରେ ତାପମାତ୍ରା ମାଇନସ୍ ଡିଗ୍ରୀରୁ କମ୍ ଥାଏ । ବର୍ତ୍ତମାନ ଦେଶ ଚଳାଇବା ପାଇଁ ସମ୍ବଳ ଏବଂ ଅର୍ଥର ଅଭାବ ରହିଥିବା ବେଳେ ଶୀତର ସାମ୍ନା କରିବାକୁ ଡରୁଛନ୍ତି ତାଲିବାନୀ ।

ବନ୍ଧୁକ ମୁନରେ ଦେଶକୁ ଦଖଲ କରିବା ପରଠାରୁ ଆମେରିକା ଏବଂ ଆନ୍ତର୍ଜାତୀୟ ସମୁଦାୟ ଆଫଗାନିସ୍ତାନର ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇଛନ୍ତି । ତାଲିବାନ ନିକଟରେ ଶକ୍ତି ଅଛି, କିନ୍ତୁ ସମ୍ବଳ ନାହିଁ । ସେଥିପାଇଁ ଶୀତ ଋତୁର ସାମ୍ନା କପରି କରିବେ, ସେଥିପାଇଁ ଚିନ୍ତାରେ ତାଲିବାନ୍ ସରକାର ।

ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନ ଅର୍ଥନୈତିକ ଏବଂ ମାନବିକ ସଙ୍କଟର ସମ୍ମୁଖୀନ ହୋଇଛି । ଏପରିକି ଅନେକ ଲୋକଙ୍କ ପାଖରେ ଖାଦ୍ୟ କିମ୍ବା ପୋଷାକ ନାହିଁ । ଏଭଳି ପରିସ୍ଥିତିରେ ତାଲିବାନ ଶୀଘ୍ର ଅନ୍ତର୍ଜାତୀୟ ସମୁଦାୟକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛି ।

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନର ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍ । ସୁହେଲ ଶାହିନ୍ ଟ୍ୱିଟ୍ କରି କହିଛନ୍ତି, "ଶୀତ ପାଖେଇ ଆସୁଛି, ତେଣୁ ଜରୁରୀକାଳୀନ ଭିତ୍ତିରେ ଆଫଗାନିସ୍ତାନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ସାହାଯ୍ୟ କରିବା ଆବଶ୍ୟକ । ଗରିବ ଲୋକଙ୍କୁ ଜାଡ଼ରୁ ବଞ୍ଚାଇବା ପାଇଁ ଭର୍ଚୁଆଲ୍ ୨୦ ଶିଖର ସମ୍ମିଳନୀରେ ଅନ୍ୟ ଦେଶମାନେ ସହଯୋଗ କରନ୍ତୁ ବୋଲି ଅପିଲ କରିଛନ୍ତି ।

ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ସରକାର ଏଜେନ୍ସି ଏବଂ ଏନଜିଓ ମାଧ୍ୟମରେ ଗରିବ ଲୋକଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବାକୁ ପ୍ରସ୍ତୁତି ଚଳାଇଛି ବୋଲି କହିଛନ୍ତି ବୋଲି ତାଲିବାନ ମୁଖପାତ୍ର । ଶୀତକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା । ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି ।