/odishatv-khabar/media/post_attachments/uploadimage/library/16_9/16_9_0/Pakistan_1635735652.jpg)
Pakistan
ନୂଆଦିଲ୍ଲୀ: ଲାଜ ସରମ ହରାଇ ବସିଲାଣି ପାକିସ୍ତାନ। ଦେଶ ଚଳାଇ ପାରୁନାହାନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଦିନକୁ ଦିନ କାଙ୍ଗାଳ ଅବସ୍ଥାକୁ ଯାଉଛି ପାକିସ୍ତାନ। ନା ଖାଇବାକୁ ଅଛି ନା ପାଖରେ ଟଙ୍କା ଅଛି? ଏମିତି ଅବସ୍ଥାରେ କେମିତି ଦେଶ ଚଳାଇବେ ସେ ଚିନ୍ତାରେ ଇମ୍ରାନ। କଥାରେ ଅଛି ଅଭାବ ନଷ୍ଟ କରେ ସ୍ୱଭାବ। ଠିକ୍ ସେହି ସ୍ଥିତି ପାକିସ୍ତାନର। ପାଖରେ ଟଙ୍କା ନଥିବା କାରଣରୁ ବିଭିନ୍ନ ସ୍ଥାନରୁ ଋଣ ଉଠାଉଛନ୍ତି ଇମ୍ରାନ ଖାନ୍। ନିଜ ଦେଶର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ବିଭିନ୍ନ ଦେଶରୁ ଋଣ ନେଉଛନ୍ତି ଇମ୍ରାନ ସରକାର।
ଋଣ ଏମିତି ନେଉଛନ୍ତି ଯେ, ପୂର୍ବ ୭ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ଼ ଭାଙ୍ଗିଦେଲେଣି ଇମ୍ରାନ।ଏଥର ସାଉଦି ଆରବର ରାଜକୁମାର, ଇମ୍ରାନଙ୍କୁ ତିନି ବିଲିୟନ ଆମେରିକୀୟ ଡଲାରର ଋଣ ଦେଇଛନ୍ତି। ଆଉ କୁହାଯାଉଛି ଯେ, ଋଣ ନେବାରେ ସାରା ବିଶ୍ୱରେ ପ୍ରଥମ ଥାନ ଅଧିକାର କଲେଣି ପାକ୍ ସରକାର। ସୂଚନା ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନ ଖାନ୍ ଋଣ ମାମଲାରେ ୧୮୫ ପ୍ରତିଶତ ବୃଦ୍ଧି ପାଇଛି। ସ୍ଥିତି ଏମିତି ହେଲାଣି ଯେ, ପାକିସ୍ତାନ ଜିଡିପିର ୪୦ ପ୍ରତିଶତରୁ ଅଧିକ ଭାବ ଅନ୍ୟ ଦେଶ ଦେଇଥିବା ଋଣରେ ହିଁ ଚାଲିଛି।
Also Read
ଜୁନ୍ ୫, ୨୦୧୩ରେ ନୱାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୧୭ରେ ଶହାବାଜ ସରିଫ ଏବଂ ସହିଦ ଖକାନ ଅବ୍ବାସି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ନାସିର-ଉଲ୍-ମୁଲ୍କ ଜୁନ୍ ୧, ୨୦୧୮ ରୁ ଅଗଷ୍ଟ ୧୮,୨୦୧୮ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେତେବେଳକୁ ପାକିସ୍ତାନର ଋଣ ବଢ଼ି ୭୩.୩ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା।
ଅଗଷ୍ଟ ୧୮, ୨୦୧୮ରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଉ ତାହା ପରେ ଋଣ ନେବାରେ ନୂଆ ନୂଆ ରେକର୍ଡ଼ କରିଥିଲା ପାକିସ୍ତାନ। ଅଗଷ୍ଟ ୨୦୧୮ରୁ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ପାକିସ୍ତାନ ଚୀନ୍, ସାଉଦି ଏବଂ ଆଇଏମଏଫ ସମେତ ଅନେକ ଦେଶରୁ ପ୍ରାୟ ୪୨.୪ ବିଲିୟନ ଡଲାରର ଋଣ ନେଇଛି। ଏହା ସହ ପାକିସ୍ତାନର ମୋଟ ଋଣ ୧୧୫.୭ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂରା ଦେଶ ଋଣଭାରରେ ବୁଡ଼ିଥିବା ପରେ ମଧ୍ୟ କୌଣସି ଚିନ୍ତା କରୁନାହାନ୍ତି ଇମ୍ରାନ। ଓଲଟି ପୁଣି ଥରେ ଦେଶର ଚଳାଇବା ଲାଗି ଅନ୍ୟ ପାଖରେ ହାତ ପତାଉଛନ୍ତି। କୁହାଯାଉଛି ପାକ୍କୁ ଋଣ ଦେବାରେ ଏବେ ଅନେକ ରାଷ୍ଟ୍ର ଅମଙ୍ଗ ହେଉଛନ୍ତି କିନ୍ତୁ ଋଣ ମାଗିବା ଇମ୍ରାନ୍ ବନ୍ଦ କରୁନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)