• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମା’, ହୁଏତ ମୁଁ ରହିପାରେ, କିମ୍ବା ନରହିପାରେ । ମିଜାଇଲ୍ ମାଡ଼ ଭିତରେ କେତେ ଦିନ ବଞ୍ଚିବି ଜାଣିନି । କିନ୍ତୁ ଅସହାୟ ପିଲାଙ୍କୁ ଛାଡ଼ି ଚାଲିଗଲେ ,ମୁଁ ଆଇନାର ନିଜ ମୁହଁ ଦେଖାଇ ପାରିବିନି । ମୁଁ ଭାରତ ମାଟିର ବାହାଦୂର ଝିଅ । ଭୀରୁ କାପୁରୁଷଙ୍କ ପରି ଅସହାୟ ପରିବାରକୁ ଛାଡ଼ି କି ଯିବାକୁ ମନ ମାନୁନି । ମୋତେ ଭୁଲ ବୁଝିବୁନି ମା’ । ମୋତେ କିଛି ହୋଇଗଲେ, ତୁ ନିଜର ଧ୍ୟାନ ରଖିବୁ । ମା’କୁ ୟୁକ୍ରେନରୁ ଏପରି ମେସେଜ୍‌ କରିଛନ୍ତି ଭାରତୀୟ ଛାତ୍ରୀ ।

ଯୁଦ୍ଧର ଆତଙ୍କ ମଧ୍ୟରେ ସହୃଦୟତାର ଚିତ୍ର ଦେଖିବାକୁ ମିଳିଛି । ଡରାଇପାରୁନି ରକ୍ତପିପାସୁ ଋଷିଆର ଘନ ଘନ ବୋମାମାଡ଼ । ୟୁକ୍ରେନବାସୀଙ୍କୁ ପୁଟିନ୍‌ ବର୍ତ୍ତମାନ ଶାନ୍ତିରେ ବଞ୍ଚିବାକୁ ଦେଉନଥିବା ବେଳେ ଜଣେ ୧୭ ବର୍ଷୀୟା ଭାରତୀୟ ଛାତ୍ରୀଙ୍କ ମାନବିକ ମୂଲ୍ୟବୋଧ ଏବଂ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଘନ ଘନ ବୋମାମାଡ଼ ଓ ନିଆଁଧୂଆଁ ମଧ୍ୟରେ ବି ୟୁକ୍ରେନ ଛାଡିବାକୁ ସଫା ସଫା ମନା କରି ଦେଇଛନ୍ତି । ସେ ରହୁଥିବା ଘରର ମାଲିକ (ପିଜି) ଯୁଦ୍ଧ ଲଢ଼ିବା ପାଇଁ ଯାଇଛନ୍ତି । ଏଭଳି ସ୍ଥିତିରେ ତାଙ୍କ ପିଲାଙ୍କର ଯତ୍ନ ନେବା ପାଇଁ ସେ ୟୁକ୍ରେନରେ ହିଁ ରହିବେ ।

ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍‌ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ନେହାଙ୍କୁ ସୁଯୋଗ ମିଳିବା ପରେ ମଧ୍ୟ ୟୁକ୍ରେନ୍‌ ଛାଡ଼ିବା ପାଇଁ ମନା କରି ଦେଇଛନ୍ତି । ମନର ଭୟ ଆଖିରେ ଦେଖିବାକୁ ମିଳୁଛି । ତଥାପି ସେଠାରୁ ଇଞ୍ଚେ ଛାଡ଼ିବା ପାଇଁ ରାଜି ନୁହଁନ୍ତି ।

ନେହା ଯେଉଁ ପିଜିରେ ରହୁଥିଲେ, ସେହି ଘରର ମାଲିକ ସ୍ୱେଚ୍ଛାକୃତ ଭାବରେ ୟୁକ୍ରେନ ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି । ଜଣେ ସାଧାରଣ ନାଗରିକ ହୋଇ ସୁଦ୍ଧା ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି । ଋଷିଆ ସହିତ ଚାଲିଥିବା ଯୁଦ୍ଧରେ ଦେଶଅ ସେବା କରିବାକୁ ଆଗଭର ହୋଇଛନ୍ତି । ହେଲେ ପଛରେ ଛାଡ଼ି ଯାଇଛି ତିନୋଟି ଛୋଟ ପିଲା ଏବଂ ପତ୍ନୀ । ଏଭଳି ସ୍ଥିତିରେ ଭାରତର ନେହା ତାଙ୍କ ପତ୍ନୀଙ୍କର ଓ ପିଲାଙ୍କର ଯତ୍ନ ନେବା ପାଇଁ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ ତାଙ୍କ ମାଙ୍କୁ ଏକ ମେସେଜ୍ କରିଛନ୍ତି । ହୁଏତଃ ମୁଁ ରହିପାରେ କିମ୍ବା ନରହିପାରେ  । କିନ୍ତୁ କୁନି କୁନି ପିଲାଙ୍କୁ ଏବଂ ସେମାନଙ୍କ ମାଙ୍କୁ ଏଭଳି ସ୍ଥିତିରେ ଛାଡି ଯିବାକୁ ମନ ନାହିଁ ବୋଲି କହିଛନ୍ତି ।" ନେହାଙ୍କ ବାପା ନାହାନ୍ତି । ତାଙ୍କ ପିତା ଭାରତୀୟ ସେନାରେ ଚାକିରି କରିଥିଲେ। ବର୍ତ୍ତମାନ ନେହା ତାଙ୍କ ପିଜି ମାଲିକଭ୍କ ପତ୍ନୀ ଏବଂ ତିନି ପିଲାଙ୍କ ସହ ୟୁକ୍ରେନର ଏକ ବଙ୍କରରେ ରହୁଛନ୍ତି ।

ତେବେ ନେହାଙ୍କ ଜଣେ ସମ୍ପର୍କୀୟ ମାଉସୀ ସବିତା ଜାଖଡ଼ ଏସମ୍ପର୍କରେ ଏକ ଫେସବୁକ୍ ପୋଷ୍ଟ କରିଛନ୍ତି । ଅତି ଘନିଷ୍ଠ ବନ୍ଧୁଙ୍କ ବନ୍ଧୁଙ୍କ ଝିନ ୟୁକ୍ରେନର କିଭ୍‌ରେ ଫସି ରହିଥିବା ସେ ଲେଖିଛନ୍ତି । ହଷ୍ଟେଲ ନଥିବାରୁ ତିନି ପିଲା ଥିବା ଏକ ପରିବାର ସହ ଭଡାରେ ସେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହୋଇଗଲା । ଏପରି ସ୍ଥିତିରେ ତାଙ୍କୁ ଛାଡ଼ି ଆସିବା ପାଇଁ ପ୍ରସ୍ତୁତ ନୁହଁ ।