Advertisment

ଋଷିଆରେ ବିଦ୍ରୋହର ବହ୍ନି : ଯୁଦ୍ଧକୁ ବିରୋଧ କରିବାରୁ ୩୦୦୦ରୁ ଅଧିକ ଗିରଫ

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

author-image
Prangyan Parimita
ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

ପୁଟିନ୍‌ ସରକାର ଉପରେ ଖପ୍ପା ଋଷିଆବାସୀ । ଯୁଦ୍ଧ ନୁହେଁ, ଶାନ୍ତି ଚାହାନ୍ତି ଲୋକେ। ୟୁକ୍ରେନ୍‌ ଆକ୍ରମଣ ପରେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ଭ୍ଲାଦିମିର୍ ପୁଟିନ୍‌ । ଆକ୍ରମଣର ପ୍ରଥମ ଦିନରୁ ତଥା ଗତ ତିନି ଦିନ ହେଲା ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତେବେ ଦେଶରେ ଏକପ୍ରକାର ଦମନଲୀଳା ଚଳାଇଛନ୍ତି ପୁଟିନ୍ । ବିକ୍ଷୋଭ କରୁଥିବା ୩୦୯୩ ଲୋକଙ୍କୁ ଗିରଫ କରିଛି ପୋଲିସ୍‌ ।

Advertisment

ଗତ ତିନି ଦିନ ମଧ୍ୟରେ ଋଷିଆରେ ଅନେକ ଲୋକ ଯୁଦ୍ଧ ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିଲେ । ଆଉ ସେମାନଙ୍କ ମଧ୍ୟରୁ ଅତିକମରେ ୩୦୯୩ ଲୋକଙ୍କୁ ଗିରଫ କରାଯାଇଛି । ଫେବ୍ରୁଆରୀ ୨୪ ତାରିଖରେ ୧୯୬୭ ଜଣ, ଫେବ୍ରୁଆରୀ ୨୫ରେ ୬୩୪ ଜଣ ଓ ଫେବ୍ରୁଆରୀ ୨୬ରେ ୪୯୨ ଲୋକ ଗିରଫ ହୋଇଛନ୍ତି । ଋଷିଆରେ ବିରୋଧ ପ୍ରଦର୍ଶନ ବେଳେ ଗିରଫଦାରୀ ଉପରେ ନଜର ରଖୁଥିବା ଏକ ଗୋଷ୍ଠୀ ଏସମ୍ପର୍କରେ ଟ୍ୱିଟ୍ କରିଛି ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।

Advertisment

ସେପଟେ ଋଷିଆ ରାଷ୍ଟ୍ରପତି ଏବଂ ତାଙ୍କ ଯୁଦ୍ଧ ବିରୋଧରେ ସର୍ବସାଧାରଣରେ ବିରୋଧ କରିବା ଅତ୍ୟନ୍ତ ସାହସିକ କାର୍ଯ୍ୟ ବୋଲି ହ୍ୱାଇଟ୍‌ ହାଉସର ପ୍ରେସ୍‌ ସଚିବ ଜେନ ସାକି କହିଛନ୍ତି । ୟୁକ୍ରେନ୍‌ରେ ପୁଟିନ୍‌ ଯେଉଁ ଦମନଲୀଳା ଚଳାଇଛନ୍ତି, ତାକୁ କିଛି ରୁଷବାସୀ ସମର୍ଥନ କରୁନାହାନ୍ତି । ଅନେକ ଲୋକ ଯୁଦ୍ଧ ସପକ୍ଷରେ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment