/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645957438.jpg)
Ukraine Crisis
ଯୁଦ୍ଧ ହେଲେ କେମିତି ସ୍ଥିତି ଉପୁଜେ, ଯାହା ଦେଖିବାକୁ ମିଳିଛି ୟୁକ୍ରେନରେ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଦ୍ୱାରା ୟୁକ୍ରେନ୍ ଉପରେ ଯୁଦ୍ଧ ଘୋଷଣା ପରେ ରୁଷୀୟ ସେନାର ଆକ୍ରମଣ ଜୋରଦାର ହୋଇ ଯାଇଛି । ରୁଷ୍ ସେନା ୟୁକ୍ରେନ୍ ସହରରେ ସୈନ୍ଯମାନେ ଥିବା ସ୍ଥାନ ଗୁଡ଼ିକକୁ ଟାର୍ଗେଟ୍ କରିଛନ୍ତି । ରୁଷ୍ ୟୁକ୍ରେନ୍ର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିବାକୁ ମଧ୍ୟ ଦାବି କରିଛି । ୨୪ ଫେବ୍ରୁଆରୀ ଆକ୍ରମଣ ପରେ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହୋଇ ସାରିଛି । ସେଥିରୁ ଆଉ ଗୋଟିଏ ଇମୋସନାଲ ଭିଡ଼ିଓ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଆପଣ ମଧ୍ୟ ଇମୋସନାଲ ହୋଇଯିବେ।
ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ । ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଏହାପରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେମିତିକି ଆପଣ ଭିଡ଼ିଓରେ ଦେଖି ପାରିବେ କି ଜଣେ ପିତା ବସ୍ରେ ନିଜର ଝିଅକୁ ଗୁଡବାୟ କହୁଛି । ଏହି ସମୟରେ ବାପ-ଝିଅଙ୍କ ଆଖିରୁ ଲୁହ ଆସି ଯାଇଥିଲା । ଏହି ଭିଡ଼ିଓକୁ ଟ୍ୱିଟରରେ @lil_whind ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହାକୁ ୩ ଲକ୍ଷରୁ ଅଧିକ ଭିୟୁ ମିଳି ସାରିଛି ।
ଭିଡ଼ିଓର କ୍ୟାପସନରେ ଲେଖାଯାଇଛି , ଜଣେ ୟୁକ୍ରେନ୍ ପିତା ନିଜର ପରିବାରକୁ ଗୁଡ ବାୟ କହୁଛନ୍ତି ,ସେ ନିଜେ ରୁଷିଆ ସହ ଲଢ଼ିବାକୁ ରହୁଛନ୍ତି । ଅନେକ ଲୋକ ଭିଡ଼ିଓ ଦେଖିବା ପରେ ଇମୋସନାଲ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି , ଭଗବାନ ଏହି ପିତା ଓ ୟୁକ୍ରେନର ରକ୍ଷା କରନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି , ଭଗବାନ ଏହି ବ୍ୟକ୍ତିଙ୍କୁ ତାଙ୍କ ପରିବାର ସହ ଖୁବ୍ ଶୀଘ୍ର ମିଶାଇ ଦିଅନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)