Advertisment

ହୃଦୟହୀନ ହୋଇଗଲେ ଋଷିଆ ରାଷ୍ଟ୍ରପତି ? ଯୁଦ୍ଧଖୋର ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ ଶହ ଶହ ଭିଡିଓ

ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।

author-image
Prangyan Parimita
Russia-Ukraine Conflict

Russia-Ukraine Conflict

ଋଷିଆ ରାଷ୍ଟ୍ରପତିଙ୍କୁ ୟୁକ୍ରେନୀୟ କୁନି ଝିଅର ନିବେଦନ । ଦେଶରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେ ସାଙ୍ଗସାଥୀ ପରିବାର ହରାଇଲାଣି । ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି । ଏଥିରେ ସେ ଋଷ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କହୁଛି, ପୁଟିନ ତମେ ୟୁକ୍ରେନର କୁନି ପିଲାମାନଙ୍କ ଜୀବନ ନେଉଛ । ଦୟାକରି ତୁମ ସେନା ଫେରାଇ ନିଅ । ଏତେ ନିଷଷ୍ଠୁର ହୁଅନ୍ତି । ଯୁଦ୍ଧ ଘନଘଟା ଭିତରେ ହଜାର ହଜାର ଲୋକ ପୁଟିନ୍‌ଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

Advertisment

ସେହିପରି ଆଉ ଏକ ମର୍ମସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଯୁଦ୍ଧ ଭୂଇଁକୁ ଯିବା ପୂର୍ବରୁ ଜଣେ ୟୁକ୍ରେନୀୟ ସୈନିକ କାନ୍ଦି କାନ୍ଦି ନିଜ ଝିଅକୁ ବିଦାୟ ଦେବା ବେଳର ଚିତ୍ର ସାରା ବିଶ୍ୱକୁ ଦୋହଲାଇ ଦେଇଛି । ବାପଟି ଜାଣିନି, ଯୁଦ୍ଧ ଭୂଇଁରୁ ସେ ଆଉ ଫେରିବ କି ନାହିଁ। ଝିଅ ବି ଜାଣିଛି, ତା ବାପା ହୁଏତ ଆଉ ଫେରି ନପାରେ । ସେଥିପାଇଁ ବାପା ପାଇଁ ସେ କାଗଜରେ ଆଙ୍କି ଆଣିଛି ଏକ ଛୋଟ ବାର୍ତ୍ତା । ଯାହାକୁ ଦେଖି ଭୋ ଭୋ ହୋଇ କାନ୍ଦି ପକାଉଛି ସୈନିକ ବାପା। ସେ ଜାଣନ୍ତି ଏହା ହୁଏତ ହୋଇପାରେ ନିଜ ପରିବାର ସହିତ ତାଙ୍କର ଶେଷ ସାକ୍ଷାତ। ସେଥିପାଇଁ ବସ୍ କାଚ ଝରକା ଏପଟେ ନିଜ ଝିଅର ହାତକୁ ଟିକେ ଛୁଇଁ ଦେବାକୁ ଚାହୁଁଛି ସୈନିକ ବାପଟି।

ସେହିପରି ଋଷିଆ ସହ ଲଢ଼ିବା ପାଇଁ ଏବେ ଅଧିକରୁ ଅଧିକ ସୈନିକ ଦରକାର କରୁଛି ୟୁକ୍ରେନ । ଏଭଳି ସ୍ଥିତିରେ ସେନାରେ ଯୋଗ ଦେବାକୁ ଆଗେଇ ଆସିଛନ୍ତି ବ୍ୟାଗ୍ ଧରିଥିବା ଏହି ୮୦ ବର୍ଷୀୟ ୟୁକ୍ରେନୀୟ ବ୍ୟକ୍ତି। ସାଙ୍ଗରେ ଆଣିଛନ୍ତି ଦୁଇଟି ପ୍ୟାଣ୍ଟ ସାର୍ଟ, ଟୁଥ ବ୍ରସ୍ ଓ କିଛି ଖାଦ୍ୟ। ସେନାରେ ସାମିଲ ହେବାକୁ ସେ ଧାଡିରେ ଛିଡା ହୋଇଥିବାର ଫଟୋଟି ଭାଇରାଲ୍ ହେବାରେ ଲାଗିଛି।

Advertisment

ଜଣାନାହିଁ, ଯୁଦ୍ଧଖୋର୍ ଋଷିଆର ମାନ୍ୟବର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୃଥିବୀ ସାରା ଭାଇରାଲ୍ ହେଉଥିବା ଭିଡିଓ ଗୁଡ଼ିକ ଦେଖିଛନ୍ତି ନା ନାହିଁ । କିନ୍ତୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଏମିତି ଶହ ଶହ ଦୃଦୟ ବିଦାରକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲିବାରେ ଲାଗିଛି।

Russia-Ukraine Conflict Russia Ukraine Crisis Russia-Ukraine War
Advertisment
Advertisment