ଅନେକ ଲୋକଙ୍କ ମୁଣ୍ଡରେ ୱାର୍କଆଉଟ୍ କରିବାର ଭୂତ ପଶିଛି। ସେମାନେ ଜିମ୍କୁ ଯାଇ ହାଇ ଇଣ୍ଟେନ୍ସିଟି ୱାର୍କଆଉଟ୍ କରିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ୱାରା ଲାଭ ପରିବର୍ତ୍ତେ ସ୍ୱାସ୍ଥ୍ୟ ପାଇଁ କିଛି କ୍ଷତି ବି କରିପାରେ।
ରାଜ୍ୟରେ ମୌସୁମୀ ନଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଏପରି କିଛି ଆସନ ଅଛି ଯାହା ଦ୍ୱାରା ଆମେ ବୃଦ୍ଧାବସ୍ଥାରେ ମଧ୍ୟ ଯୁବକ ଦେଖାଯିବା। ଏ ସବୁ କରିବା ଦ୍ୱାରା ଆମେ ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ପାଇବା। ଅନେକ ବଡ ବଡ ରୋଗ ପାଇଁ ଆମେ ଔଷଧ ଖାଇଥାଉ। ଏହା କେବଳ ଏହିସବୁ ଯୋଗ ଦ୍ୱାରା ମଧ୍ୟ ଭଲ ହୋଇପାରିବ।
‘ମସ୍ତିଷ୍କ ଟ୍ୟୁମର ଦିବସ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ଏଥିରୁ ବଞ୍ଚିବାର କେତେକ ଘରୋଇ ଉପଚାର।
ଆପଣ ଡ୍ରାଏଫ୍ରୁଟ୍ସ ଖାଉଛନ୍ତି କି ? ଜଣେ ବ୍ୟକ୍ତି କେତେ ପରିମାଣର ଡ୍ରାଏଫ୍ରୁଟ୍ସ ଖାଇବା ଆବଶ୍ୟକ ? ଜାଣନ୍ତୁ
ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ବ୍ୟକ୍ତି ଜଣକ ଚାହା ପିଉଥିବା ବେଳେ ହଠାତ୍ ତାଙ୍କ ହାତରୁ କପ୍ଟି ତଳେ ପଡିଯାଇଥିଲା। ସେ ଶରୀର ଉପରୁ ନିୟନ୍ତ୍ରଣ ହରାଇ ବସିଲେ ଓ ଚୌକିରୁ ତଳେ ପଡିଗଲେ। କିଛି ମିନିଟ୍ ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହେଲେ।
ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
କେଶ ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ ଅତି ସହଜ ଉପାୟରେ ଆପଣମାନେ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। । ଏହା ମୁଖ୍ୟ ଉପାଦାନଟି ହେଉଛି 'ଗ୍ରୀନ୍ ଟି' ।
ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। ପ୍ରତିଦିନ ପାଖାପାଖି ୨୫୦ ଗ୍ରାମ କ୍ଷୀର ପିଇବା ଉଚିତ। କ୍ଷୀର ପିଇବା ଦ୍ୱାରା ଅନେକ ହୃଦୟ ସମ୍ବନ୍ଧୀୟ ରୋଗର ବିପଦରୁ ରକ୍ଷା ମିଳିଥାଏ। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଫାଇଦା…
କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ଏକ ସର୍ଭେରୁ ଜଣାପଡିଛି ଯେ, ୟୁରୋପୀୟ ଅଞ୍ଚଳର ୧୨.୫% କିଶୋର ୨୦୨୨ ମସିହାରେ ଇ-ସିଗାରେଟ୍ ବ୍ୟବହାର କରିଛନ୍ତି, ଯାହାକି ବୟସ୍କମାନଙ୍କ ତୁଳନାରେ ୨% ଅଧିକ। ଏହି ଅଞ୍ଚଳର କେତେକ ଦେଶରେ, ସ୍କୁଲ ପିଲାମାନଙ୍କ ମଧ୍ୟରେ ଇ-ସିଗାରେଟ୍ ବ୍ୟବହାର ସିଗାରେଟ୍ ଟାଣିବା ହାରଠାରୁ ୨-୩ ଗୁଣ ଅଧିକ।
କଳା ଗୁଡ଼ ପାଟିକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ରାମବାଣ ସଦୃଶ । କଳା ଗୁଡ଼କୁ ନିୟମିତ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ...
ବାର୍ଦ୍ଧକ୍ୟ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ବୟସ ବଢିବା ସହିତ ଏହା ଆମ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଚର୍ମରେ କୁଞ୍ଚ ଦେଖାଯିବା ଆରମ୍ଭ ହୁଏ, ଦାଗ ଦେଖାଯିବା ଆରମ୍ଭ କରେ ଏବଂ ଗାଲ ଝୁଲିପଡେ। କିନ୍ତୁ ଆପଣ ଚେଷ୍ଟା କଲେ ବାର୍ଦ୍ଧକ୍ୟର ଏହି ପ୍ରଭାବରୁ ଚର୍ମକୁ ରକ୍ଷା କରିପାରିବେ।
ଦେହରେ ଅନେକ ଅଙ୍ଗର ଟ୍ରାନ୍ସପ୍ଲାଣ୍ଟ ହେଉଥିବା କଥା ଆପଣମାନେ ଜାଣିଥିବେ । କିନ୍ତୁ କେବେ ଭାବିଛନ୍ତି କି, ଆପଣଙ୍କର ମୁଣ୍ତ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ । ବୈଜ୍ଞାନିକମାନେ ଏପରି ଏକ ପଦ୍ଧତିର ବିକାଶ କରିବାକୁ ଯାଉଛନ୍ତି, ଯେଉଁଥିରେ ଗଣ୍ତିରୁ ମୁଣ୍ତ ଅଲଗା ହେବା ପରେ ମଧ୍ୟ ଏହାକୁ ଯୋଡ଼ି ହେବ ।
ଅଧିକାଂଶ ଲୋକ ଦୈନିକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହା ଏପରି ଅନେକ ରୋଗର ଆଶଙ୍କା ବଢାଇଥାଏ, ଯାହା ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଗୋଟିଏ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ? କେଉଁ ବୟସରେ କେତେ ଲୁଣ ଖାଇବା ଉଚିତ?
ଆଜିକାଲି ପ୍ରାୟ ସମସ୍ତେ ଚା’ ପ୍ରିୟ। ଯଦି ଚା ସହିତ କିଛି ଖାଇବାକୁ ମିଳିଗଲା ତେବେ କଥା ସରିଲା। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ଅନୁଯାୟୀ ଏହା ଅନେକ ପେଟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ।
ଦିନ ସାରା କ୍ଳାନ୍ତ ଲାଗିବା ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଏଭଳି ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ଦିନସାରା ଶୋଇଲେ ବି କିଛି ଲାଭ ହୁଏନି। ଏପରି ପରିସ୍ଥିତିରେ, ଥକାପଣ ଏବଂ ଦୁର୍ବଳତାର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ କରିପାରିବେ।
ମୋବାଇଲ୍ ନିଶା ପିଲାମାନଙ୍କର ଖାଲି କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏହି ନିଶା ଛଡାଇବାର ୪ ସହଜ ଉପାୟ।
ଅଙ୍ଗୁଳି ସର୍ଜରୀ ପାଇଁ ଆସିଥିଲେ... ଡାକ୍ତର କରିଦେଲେ ଜିଭ ଅପରେସନ୍ । ଡାକ୍ତରଙ୍କ ଭୁଲ ଯୋଗୁ ଛଟପଟ ହେଲା ଚାରି ବର୍ଷର ନାବାଳିକା । ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଦେଖା ଦେବା ପରେ ଏବେ କାର୍ଯ୍ୟାନୁଷ୍ଠାନ ନେଇଛି ହସ୍ପିଟାଲ କର୍ତ୍ତୃପକ୍ଷ ।
ଏଡ୍ସ୍ ଏମିତି ଏକ ଗମ୍ଭୀର ରୋଗ ଯେ ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ସାଂଘାତିକ ହୋଇପାରେ। ଏହି ଗୁରୁତର ରୋଗ ଏଚ୍ଆଇଭି ଜୀବାଣୁର ବିସ୍ତାର ଦ୍ୱାରା ହୋଇଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦିଏ।
ଏହି ଚାରି ବର୍ଷର ଝିଅଟି ତା’ର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ମେଡିକାଲ କଲେଜକୁ ଆସିଥିଲେ, କିନ୍ତୁ ଡାକ୍ତରମାନେ ଭୁଲ୍ରେ ଝିଅଟିର ଜିଭରେ ଅସ୍ତ୍ରୋପଚାର କରିଥିଲେ ।