• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଘାତକ ସାଜିଥିବା ମଙ୍କିପକ୍ସ ପାଇଁ ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ମଙ୍କିପକ୍ସ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଦେଶର ସମସ୍ତ ବିମାନ ବନ୍ଦରକୁ ସତର୍କ କରାଯାଇଛି । ବାଂଲାଦେଶ ଏବଂ ପାକିସ୍ତାନ ସୀମାନ୍ତରେ ବି ଆଲର୍ଟ ରହିବାକୁ କୁହାଯାଇଛି । ଯାତ୍ରୀଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମଙ୍କିପକ୍ସ ଚିକିତ୍ସା ପାଇଁ ରହିଥିବା ସ୍ୱତନ୍ତ୍ର ୩ଟି ହସପିଟାଲରେ ରୋଗୀଙ୍କ ସଙ୍ଗରୋଧ ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ମଙ୍କିପକ୍ସ ପରୀକ୍ଷା ପାଇଁ ଦେଶର ୩୨ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ମଙ୍କିପକ୍ସର ମୁକାବିଲା, ପ୍ରସ୍ତୁତି ଏବଂ ଚିକିତ୍ସା ନେଇ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।

ଅଧିକ ପଢ଼ନ୍ତୁ: କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ସାଉଦି ଆରବରୁ ଫେରିଥିବା ଜଣେ ପାକିସ୍ତାନୀ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୪ ବର୍ଷୀୟ ନାଗରିକ ଗତ ୩ ତାରିଖରେ ସାଉଦି ଆରବରୁ ଆସି ପାକିସ୍ତାନରେ ପହଞ୍ଚିଥିଲେ । ତାଙ୍କ ଠାରେ ମଙ୍କିପକ୍ସ ରୋଗର ଲକ୍ଷଣ ଦେଖାଦେଇଥିଲା । ପେଶୱାର ହସ୍ପିଟାଲରେ ନମୁନା ପରୀକ୍ଷଣ ବେଳେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ସେପଟେ ଚଳିତ ବର୍ଷ ପାକିସ୍ତାନରେ ମଙ୍କିପକ୍ସରେ ଏହା ପ୍ରଥମ ସଂକ୍ରମିତ ବୋଲି ଜଣାପଡ଼ିଛି । ୨୦୨୩ରୁ ଏପର୍ଯ୍ୟନ୍ତ ପାକିସ୍ତାନରେ ୧୧ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଭାରତରେ NCDC ଓ ICMR ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ବି ହୋଇଛି । ଭାଇରସ ରୋକିବାକୁ ସତର୍କତା ଉପରେ ଫୋକସ୍ କରିବା ସହିତ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି ଭାରତ ସରକାର ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ୨୦୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଆଫ୍ରିକାରେ ମଙ୍କିପକ୍ସ ଭାଇରସ ଦ୍ରୁତ ଗତିରେ ବଢୁବା ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ମଙ୍କିପକ୍ସ ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ୱର ୭୦ ଟି ଦେଶରେ ବ୍ୟାପିଛି। ୧୫ଟି ଦେଶରେ ତାଜା ସଂକ୍ରମଣ ହୋଇଛି । ପଡୋଶୀ ପାକିସ୍ତାନ ସହ ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ୱିଡେନକୁ ମଧ୍ୟ ବ୍ୟାପିସାରିଛି ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪,୦୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ ବର୍ତ୍ତମାନ ସୁଦ୍ଧା ୫୪୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ଏହି ମହାମାରୀ ଆମେରିକା ଏବଂ ବ୍ରିଟେନରେ ମଧ୍ୟ ବ୍ୟାପି ଥିଲା । ୨୦୨୨ ମସିହାରେ ଯେତେବେଳେ ଏହି ଭାଇରସ କୁ ବିଶ୍ବ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା, ସେତେବେଳେ ଏହି ଭାଇରସ ୧୧୬ ଟି ଦେଶକୁ ବ୍ୟାପିଥିଲା ଏବଂ ପ୍ରାୟ ଏକ ଲକ୍ଷ ସଂକମିତ ମାମଲା ରେକର୍ଡ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ସର୍ଭେରେ ଆସିଲା ଚିନ୍ତାଜନକ ରିପୋର୍ଟ; ଭାରତରେ ବଢୁଛି ମୁଣ୍ଡ ଓ ଗଳା କର୍କଟ ରୋଗୀଙ୍କ ସଂଖ୍ୟା...

OTV is now on Whatsapp

Join and get latest news update delivered to you via whatsapp

Join Now