• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାର୍ଡ ଫ୍ଲୁ ପରେ ପିପିଲିରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ୪୭ ଫାର୍ମରୁ ମରାଯିବ ୨୦ ହଜାରରୁ ଅଧିକ କୁକୁଡ଼ା । ବାର୍ଡ କିଲିଂ ପାଇଁ ଗଠନ କରାଯାଇଛି ୧୨ ଜଣିଆ ଟିମ୍ । ଗତକାଲି ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । କିଲିଂକୁ ନେଇ କୁକୁଡ଼ା ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଉପଯୁକ୍ତ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ଗୋଟିଏ ହେଲେ ବି କୁକୁଡ଼ା ମାରିବାକୁ ଦିଆଯିବ ନାହିଁ ବୋଲି ଚାଷୀ କହିଛନ୍ତି । ସେପଟେ ପ୍ରାଣୀ ବିଭାଗ କହିଛି ମରାଯିବାକୁ ଥିବା କୁକୁଡ଼ାକୁ ଗଣତି କରାଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କ୍ଷତି ପୂରଣ ଦିଆଯିବ । ଗତ ୧୬ ତାରିଖରେ ଆନିମଲ ଡିଜିଜ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ, ମଳମୁତ୍ର ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ପଠାଯାଇଥିଲା ।

ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡଫ୍ଲୁ ବୋଲି ଜଣାପଡ଼ିଥିଲା । ସେପଟେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ । ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି । କିଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛି ବିଭାଗ ।

OTV is now on Whatsapp

Join and get latest news update delivered to you via whatsapp

Join Now