• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସାରା ରାଜ୍ୟରେ ଏବେ ମାଡିଚାଲିଛି ଡେଙ୍ଗୁ । ଡେଙ୍ଗୁ ଯୋଗୁ ମୁଣ୍ଡବିନ୍ଧା ଓ ପ୍ରବଳ ଜ୍ୱର ପରି ଲକ୍ଷଣ ଦେଖାଯାଉଛି । ତେବେ ଡେଙ୍ଗୁର ଚିକିତ୍ସା ସଠିକ୍ ସମୟରେ କରାନଗଲେ ଏହା ଆପଣଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ । ତେବେ ଚାଲନ୍ତୁ ଜାଣିବା କିଛି ଟିପ୍ସ । 

ଡେଙ୍ଗୁ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ:

  • ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ପେଟରେ ଏସିଡ୍ ଜମା କରିଥାଏ । ଏବଂ ଅଲସର ପରି ସମସ୍ୟା ଉପୁଜିଥାଏ । ଏହି କାରଣରୁ ଡେଙ୍ଗୁ ଜ୍ବର ଠିକ୍ ହେବା ପାଇଁ ଦୀର୍ଘ ସମୟ ଲାଗିଯାଇପାରେ ।
  • କଫି କିମ୍ବା କେଫିନ୍ ସହ ଜଡିତ ସାମଗ୍ରୀ ସେବନ ଠାରୁ ଦୂରେଇ ରୁହନ୍ତୁ । କଫି କିମ୍ବା କେଫିନ୍ ସହ ଜଡିତ ଡ୍ରିଙ୍କସ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏହା ଯୋଗୁ ହୃଦସ୍ପନ୍ଦନ ବଢିଥାଏ । ଏପରିକି ଆପଣଙ୍କୁ ଥକାପଣ ଓ ମାଂସପେଶୀଜନିତ ସମସ୍ୟା ଦେଖାଦେଇପାରେ ।
  • ନନଭେଜ ବା ଆମିଷ ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ନନଭେଜ ଖାଦ୍ୟ ପ୍ରସ୍ତୁତିରେ ବହୁଳ ମସଲାର ବ୍ୟବହାର କରାଯାଇଥାଏ । ଯାହାକି ସହଜରେ ହଜମ ହୋଇନଥାଏ । ତେଣୁ ଡେଙ୍ଗୁରୋଗୀ ଆମିଷ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ଡେଙ୍ଗୁରେ କଣ ଖାଇବା ଉଚିତ୍:

  • ଡେଙ୍ଗୁ ରୋଗୀ ପ୍ରଚୁର ପରିମାଣର ପଇଡ ପାଣି ପିଅନ୍ତୁ । ଏହା ବେଶ୍ ଫାଇଦା ଦେଇଥାଏ । ପଇଡ ପାଣିରେ ପ୍ରଚୁର ପରିମାଣର ଇଲେକ୍ଟ୍ରୋଲାଇଟ୍ସ ଓ ଜରୁରୀ ପୋଷକ ତତ୍ବ ରହିଥାଏ । ତେଣୁ ଏହା ଶରୀରରେ ପାଣିର ଅଭାବକୁ ଦୂର କରିଥାଏ 
  • ଅମୃତଭଣ୍ଡାର ପତ୍ରର ରସ ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ହିତକାରୀ । ଅମୃତଭଣ୍ଡାର ପତ୍ରରେ ପପେନ ଓ କାଇମୋପୈପେନ ପରି ଏନଞ୍ଜାଇମ ରହିଛି । ଯାହାକି ଆମର ପାଚନ ପ୍ରକ୍ରିୟାରେ ସହଯୋଗ କରିଥାଏ । ଏହା ପେଟ ଫୁଲିବା ପରି ସମସ୍ୟାକୁ ଦୂର କରିଥାଏ । ଏହସହିତ ଏହା ପ୍ଲେଟଲେଟ ବି ବଢାଇଥାଏ । ୩୦ ମିଲିରୁ ଅଧିକ ରସ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ ।
  • କିୱି ଫଳ ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । କିୱିରେ ପୋଟାସିୟମ ସହିତ ଭିଟାମିନ୍ ଏ ଓ ଭିଟାମିନ୍-ଇ ଭରପୂର ମାତ୍ରାରେ ରହିଛି । ଯାହାକି ଶରୀରରେ ଇଲେକ୍ଟ୍ରୋଲାଇଟ୍ସକୁ ସନ୍ତୁଳିତ ରଖିଥାଏ । ହାଇପରଟେନସନ୍ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ ଆୟତରେ ରଖିଥାଏ ଏହି ଫଳ । କିୱିରେ ଭରପୂର ମାତ୍ରାରେ କପର ମଧ୍ୟ ରହିଛି, ଯାହାକି ଶରୀରରେ ଲୋହିତ ରକ୍ତ କଣିକା ତିଆରି କରିଥାଏ । ଫଳରେ ଆମର ଇମ୍ୟୁନିଟି ବୃଦ୍ଧି ପାଇଥାଏ । 

OTV is now on Whatsapp

Join and get latest news update delivered to you via whatsapp

Join Now