Advertisment

ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଚାରି ମାସରେ ୧୦୨ ରୋଗୀ ଚିହ୍ନଟ

ବାଲେଶ୍ବରରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହେଲେଣି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖାଦେଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Dengue Cases In Odisha

dengue

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ବାଲେଶ୍ୱର ଜିଲ୍ଲାରେ ଚାରି ମାସରେ ୧୦୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକୁ ନେଇ ଜିଲ୍ଲାରେ ଚିନ୍ତା ବଢ଼ିଛି । ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା ଅବ୍ୟବସ୍ଥା ଓ ଡେଙ୍ଗୁ ୱାର୍ଡ ଚାରିପାଖ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ । ତେବେ ଲୋକେ ସଚେତନ ହେଉନଥିବାରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଏଡିଏମଓ ସୂଚନା ଦେଇଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ; କୁକୁଡ଼ାକୁ ରୋଗ ହେଲେ କ’ଣ କରିବେ ? ଜାଣନ୍ତୁ...

ଗତକିଛି ଦିନ ହେଲା ବାଲେଶ୍ବରରେ ଭୟ ବଡ଼ାଉଛି ଡେଙ୍ଗୁ । ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପୂରା ଜିଲ୍ଲାରେ ଉପର ମୁଁହା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।  ସୂଚନା ଅନୁସାରେ ୨୦୨୪ ମସିହାର ଏହି ତଥ୍ୟ ଉପରେ ମେ ମାସରେ ୧, ଜୁନ ମାସରେ ୧୧ ଜଣ, ଜୁଲାଇ ମାସରେ ୩୦ ଜଣ, ଅଗଷ୍ଟ ମାସରେ ୬୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୩ରେ ୨୪୩ ଜଣ ଚିହ୍ନଟ ହୋଇଥିଲେ । ସେପଟେ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି ନାଳ ନର୍ଦମାର ଦୂଷିତ ପାଣି । ଲୋକଙ୍କ ଅଭିଯୋଗ ହେଉଛି, ସ୍ୱାସ୍ଥ୍ୟ ବିଭାଗ ସଚେତନ କରୁନଥିବା ବେଳେ କୁଢ଼ କୁଢ଼ ଅଳିଆ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁ ମଶା ସଂଖ୍ୟା ବୃଦ୍ଧି ପାଉଛି। ଏସବୁ କାରଣରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

Advertisment

ବାଲେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ୱାର୍ଡରେ ମଧ୍ୟ ନାହିଁ ସ୍ୱାସ୍ଥ୍ୟକର ପରିବେଶ l ବାଲେଶ୍ୱରରେ ଡେଙ୍ଗୁ ଓ ମେଲେରିଆ ନେଇ ଏଡିଏମଓ କହିଛନ୍ତି ଲୋକ ମାନେ ସଚେତନ ହେଉ ନଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି l ଏହି ଅବସରରେ ଲୋକ ମାନେ ସଚେତନ ହେବାକୁ ଅପିଲ କରିଛନ୍ତି ଏଡିଏମଓ ।

ଅଧିକ ପଢ଼ନ୍ତୁ: କୋଭିଡ ପରେ ଏବେ ମଙ୍କିପକ୍ସ ଭୟ! ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

Dengue
Advertisment
Advertisment