କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କୋଭିଡ୍ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।
ବିଶ୍ୱରେ ବଢ଼ୁଛି ମଙ୍କିପକ୍ସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଏନେଇ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ।
କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।