Advertisment

Yogasana: ଯୋଗ କରିବା ବେଳେ ବ୍ୟବହାର କରୁଛନ୍ତି କି ଏମିତି ମ୍ୟାଟ୍… ହୋଇପାରେ ଏହି କ୍ଷତି

ଯୋଗ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
These mistakes to avoid while doing yogasanas

These mistakes to avoid while doing yogasanas

ସମସ୍ତେ ଜାଣନ୍ତି ଯେ ଯୋଗର ଅନେକ ଲାଭ ଅଛି, ଯାହା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଯୋଗ ଅଭ୍ୟାସ କରିବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ, ଓଜନ ନିୟନ୍ତ୍ରଣ ହୁଏ, ଶରୀରର ନମନୀୟତା ବଢେ ଏବଂ ଶକ୍ତି ମିଳେ। ଏଥି ସହିତ, ଚାପ ଏବଂ ଚିନ୍ତା, ଶୋଇବା ସମସ୍ୟା ଭଳି ମାନସିକ ସମସ୍ୟା ମଧ୍ୟ ଦୂର ହୁଏ।

Advertisment

ଅଧିକ ପଢନ୍ତୁ : Yogasana: ଯୋଗ ଅଭ୍ୟାସ ବେଳେ କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍; ପଡିବ ଖରାପ ପ୍ରଭାବ

ଖାଲି ଏତିକି ନୁହେଁ ଯୋଗ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଯୋଗ ସ୍ୱାସ୍ଥ୍ୟ ପାଇଁ ଏତେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।

Advertisment
Yoga Mistakes To Avoid while Doing Yogasanasମ୍ୟାଟ୍ ପ୍ରତି ଧ୍ୟାନ

ମଇଳା ଯୋଗ ମ୍ୟାଟ୍:

ପ୍ରାୟତଃ ଲୋକମାନେ ଯୋଗ ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତି ସତ କିନ୍ତୁ ଆଖପାଖ ପରିବେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆପଣ ଯୋଗ କରୁଥିବା ଯୋଗ ମ୍ୟାଟ୍ ଅନେକ ସମୟରେ ପ୍ରାୟତଃ ଶସ୍ତା ଏବଂ ମଇଳା ହୋଇଥାଏ। ଶସ୍ତା ଯୋଗ ମ୍ୟାଟ୍ ଦ୍ୱାରା ଆସନ ବେଳେ ଖସିଯିବାର ସମ୍ଭାବନା ଥାଏ, ଯାହା ଆଘାତ ହେବାର ଆଶଙ୍କା ସୃଷ୍ଟି କରେ। ଏଥି ସହିତ, ମଇଳା ଯୋଗ ମ୍ୟାଟ୍ ଅନେକ ରୋଗର କାରଣ ହୋଇପାରେ।

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

Yoga Mistakes To Avoid while Doing Yogasanasହାତର ମଣିବନ୍ଧ ଉପରେ ଅଧିକ ଓଜନ ପକେଇବା ଉଚିତ ନୁହେଁ

 

ଅଧିକ ପଢନ୍ତୁ : Yogasana: ଥାଇରଏଡ୍‌ ଗ୍ରନ୍ଥିରେ ସମସ୍ୟା ଥିଲେ ଦୈନିକ କରନ୍ତୁ ଏହି ଗୋଟିଏ ଆସନ, ମିଳିବ ମୁକ୍ତି

ମଣିବନ୍ଧ ଉପରେ ଅଧିକ ଭାର:

ଯୋଗ କରିବାବେଳେ, ନିଜ ହାତର ମଣିବନ୍ଧ ଉପରେ ଅଧିକ ଓଜନ ପକେଇବା ଉଚିତ ନୁହେଁ। ସେହିପରି ଗୋଟିଏ ଆସନକୁ ଅଧିକ ସମୟ ଧରି ରଖିବା ପୂର୍ବରୁ ଆପଣଙ୍କର ମଣିବନ୍ଧକୁ ପ୍ରଥମେ ଦୃଢ କରିବା ଉପରେ ଧ୍ୟାନ ଦେବା ଜରୁରୀ। ଯାହା ଆପଣଙ୍କ ଶରୀରକୁ ଅସ୍ଥିର କରୁଛି କିମ୍ବା ସମସ୍ତ ଓଜନ ମଣିବନ୍ଧ ଉପରେ ପଡୁଛି ସେହିପରି ଯୋଗାସନ ଅଭ୍ୟାସ କରିବା ଠାରୁ ଦୂରେଇ ରୁହନ୍ତୁ।

Yoga Mistakes To Avoid while Doing Yogasanasପ୍ରଥମେ ୱାର୍ମଅପ୍ କରିବା ଉଚିତ

ୱାର୍ମଅପ୍ ନ କରିବା:

ଯୋଗାସନ କରିବା ପୂର୍ବରୁ ଶରୀରକୁ ପ୍ରଥମେ ୱାର୍ମଅପ୍ କରିବା ଉଚିତ। ଅନେକ ଲୋକ ସିଧାସଳଖ କଠିନ ଆସନ ଅଭ୍ୟାସ କରିବା ଆରମ୍ଭ କରିଦିଅନ୍ତି, ଯାହା ମାଂସପେଶୀକୁ ଚାପ ଏବଂ ଯନ୍ତ୍ରଣା ଦେଇପାରେ। ୱାର୍ମଅପ୍ କରିବା ଦ୍ୱାରା ଶରୀର ନମନୀୟ ହୋଇଯାଏ ଏବଂ ଯୋଗ ପାଇଁ ମାଂସପେଶୀ ପ୍ରସ୍ତୁତ ହୁଏ।

Yoga Mistakes To Avoid while Doing Yogasanasଶୀଘ୍ର ଶୀଘ୍ର ନ କରିବା

ଶୀଘ୍ର ଶୀଘ୍ର କରିବା:

ଅନେକ ସମୟରେ, ଅନେକ ଯୋଗାସନ କରିବା ସମୟରେ, ଲୋକମାନେ ଆସନକୁ ଶୀଘ୍ର ଶୀଘ୍ର ପରିବର୍ତ୍ତନ କରନ୍ତି କିମ୍ବା ଶରୀର ପ୍ରସ୍ତୁତ ନକରି କଠିନ ଆସନ ଅଭ୍ୟାସ କରନ୍ତି। ଏହା ଶରୀରକୁ ଆଘାତ ଦେଇପାରେ।

Yoga Mistakes To Avoid while Doing Yogasanasଶ୍ୱାସକୁ ଅଣଦେଖା

ଶ୍ୱାସକୁ ଅଣଦେଖା କରିବା:

ଯୋଗ ଅଭ୍ୟାସରେ ଶ୍ୱାସର ସଠିକ୍ ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଲୋକମାନେ ଯୋଗ କରିବା ସମୟରେ ଅନିୟମିତ ଭାବରେ ଶ୍ୱାସକ୍ରିୟା କରନ୍ତି, ଯେଉଁ କାରଣରୁ ସେମାନେ ଯୋଗର ସମ୍ପୂର୍ଣ୍ଣ ଲାଭ ପାଆନ୍ତି ନାହିଁ। ପ୍ରାଣାୟାମ ଏବଂ ଆସନା ସମୟରେ, ଶ୍ୱାସ ନେବା ଏବଂ ଛାଡିବାର ସଠିକ ଉପାୟ ପ୍ରତି ଧ୍ୟାନ ଦେବା ଉଚିତ।

ଅଧିକ ପଢନ୍ତୁ : Yogasana: ପ୍ରତିଦିନ କରନ୍ତୁ ଏହି ୩ ଫେସ୍ ଯୋଗ; ମୁହଁରେ ପଡିବନି କୁଞ୍ଚ

Yogasana Yoga Asanas Yoga
Advertisment
Advertisment