Advertisment

ରାଜ୍ୟକୁ ଡରେଇଲାଣି ଡେଙ୍ଗୁ; BMCକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଏକାମ୍ର MLA...

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।

author-image
Sujit kumar Swain
undefined

Dengue Cases

ଡରେଇଲା ଡେଙ୍ଗୁ। ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି। ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣକୁ ନେଇ ବିଏମସିର ପାରିଲା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଉଠିଛି। ଏକାମ୍ର ବିଧାୟକ ଏଥିପାଇଁ ବିଏମସି ଉପରେ କାର୍ଯାୟନୁଷ୍ଠାନ ଦାବି କରିଥିଲା ବେଳେ ମେୟର କିନ୍ତୁ କହିଛନ୍ତି, ଗତବର୍ଷଠୁ ସ୍ଥିତି ଏଥର ନିୟନ୍ତ୍ରଣରେ ରହିଛି।

Advertisment

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମ୍। ଅକାଳରେ ପତ୍ନୀଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ଜୁଏଲ୍। ସବୁଠୁ ବଡ଼ କଥା ହେଉଛି ଦୁହେଁ ଜୁଏଲ୍ ଓ ପତ୍ନୀ ଝିଙ୍ଗିଆ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଜୁଏଲଙ୍କ କହିବା କଥା, ସେ ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ବେଳେ ପତ୍ନୀ ଝିଙ୍ଗିଆ କିନ୍ତୁ ଭୁବନେଶ୍ବରରେ ଆକ୍ରାନ୍ତ ହୋଇଥିଲେ। ଜୁଏଲ୍ ସୁସ୍ଥ ହେଲେ। ହେଲେ ୯ ଦିନ କାଳ ଡେଙ୍ଗୁ ସହ ଲଢ଼ି ଶେଷରେ ଗତ ରାତିରେ ମାତ୍ର ୫୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ଝିଙ୍ଗିଆ। ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳର ଲୁମ୍ବିନିବିହାର ରହିଛି ଜୁଏଲଙ୍କ ଘର। ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଯେଉଁ ନୀଳାଦ୍ରିବିହାର ଗତବର୍ଷ ଥିଲା ଡେଙ୍ଗୁ ହଟ୍‌ସ୍ପଟ୍‌ । ଆଉ ଏବର୍ଷ ସେଇ ଡେଙ୍ଗୁ ଜୋନରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଖୋଦ୍ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କ ବିୟୋଗକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଯେତିକି ବିଏମ୍‌ସି ଉପରେ ସେମାନଙ୍କ ଅସନ୍ତୋଷ ବି ସେତିକି। 

ଏମିତିକି ରାଜଧାନୀର ଡେଙ୍ଗୁ ସ୍ଥିତି ପାଇଁ ବିଏମ୍‌ସିକୁ ଦାୟୀ କରି ଅବହେଳା ପାଇଁ ସରକାରୀ ସ୍ତରରେ ବିଏମ୍‌ସି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ଖୋଦ୍ ଏକାମ୍ର ବିଧାୟକ ବାବୁ ସିଂ। ତେବେ ମେୟରଙ୍କ କହିବା କଥା ଗତବର୍ଷଠୁ ରାଜଧାନୀରେ ଏଥର ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଅଛି। ତଥାପି ଆମେ ସ୍ଥିତି ଉପରେ ନଜର ରଖି ସବୁ ପ୍ରକାର ପଦକ୍ଷେପ ନେଉଛୁ।

Advertisment

ଏପଟେ ଗତବର୍ଷ ପରି ଏଥର ବି ରାଜ୍ୟର ସବୁ ଜିଲ୍ଲାକୁ ମାଡ଼ି ଗଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗଲାବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧାରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ ଥିବା ବେଳେ ଏଥର ବି ସଂଖ୍ୟା ୧୯ ଶହ ୨୨ ରହିଛି। ସବୁଠୁ ବଡ଼ କଥା ହେଉଛି ଗତବର୍ଷ ଭଳି ଏଥର ବି ସର୍ବାଧିକ ଡେଙ୍ଗୁ ରୋଗୀ ରାଜଧାନୀ ସହର ଆସୁଥିବା ଖୋର୍ଦ୍ଧା ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଗତ ୧୫ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩୭ ଛୁଇଁଥିଲା ବେଳେ ତା ପଛକୁ ରହିଛନ୍ତି ସୁନ୍ଦରଗଡ଼, ରାଉରକେଲା, କଟକ ଓ ବଲାଙ୍ଗୀର।

ଏପଟେ କ୍ୟାପିଟାଲ ହସ୍ପିଟାଲରେ ଏବେ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ଗତକାଲି ୧୯୨ ଜଣଙ୍କ ରକ୍ତନମୁନା ପରୀକ୍ଷାରୁ ୧୩ ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଛି। ଅପରପକ୍ଷେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଦିନକୁ ଦିନ ଡେଙ୍ଗୁ କାୟା ମେଲି ଚାଲିଥିଲା ବେଳେ ସ୍ଥିତି ବିଗିଡିବା ପୂର୍ବରୁ ସରକାରୀ ସ୍ତରରେ କି ପଦକ୍ଷେପ ନିଆଯାଉଛି ଏବେ ତା ଉପରେ ନଜର।

Dengue Dengue In Odisha Dengue Virus Dengue In Bhubaneswar
Advertisment
Advertisment