• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କଠୋର ହେଲେ କେନ୍ଦ୍ର ସରକାର । କୋଲକାତା ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶବ୍ୟାପୀ ତେଜିବାରେ ଲାଗିଛି ପ୍ରତିବାଦ । ପୀଡିତାଙ୍କୁ ନ୍ୟାୟ ଦାବିରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । 

ଡ୍ୟୁଟିରେ ଥିବାବେଳେ କୌଣସି ହେଲଥକେୟାର କର୍ମଚାରୀଙ୍କ ସହିତ ହିଂସା ଘଟଣା ଘଟିଲେ ଏଣିକି ଉକ୍ତ ଅନୁଷ୍ଠାନର ମୁଖ୍ୟ ୬ ଘଣ୍ଟା ମଧ୍ୟରେ FIR ଦାଖଲ କରିବା ପାଇଁ ଦାୟୀ ରହିବେ । ଏନେଇ ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାର ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଅଫିସ୍ ମେମୋରାଣ୍ଡମ ଜାରି କରିଛନ୍ତି ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲ ଡକ୍ଟର ଅତୁଲ ଗୋଏଲ।

ଅଧିକ ପଢ଼ନ୍ତୁ: ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

ଏଥିରେ ଦର୍ଶାଯାଇଛି ଯେ, ଡ୍ୟୁଟିରେ ଥିବା ସମୟରେ କୌଣସି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି କୌଣସି ହିଂସା ଘଟିଲେ ଘଟଣାର ସର୍ବାଧିକ ୬ ଘଣ୍ଟା ମଧ୍ୟରେ ଏକ ଆନୁଷ୍ଠାନିକ ଏଫ୍ଆଇଆର୍ ଦାଖଲ ପାଇଁ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ।

ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ ।  ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ।  ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । କୋଲକାତାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ଏମର୍ଜେନସି ସେବା ଚାଲୁ ରହିବ । ବନ୍ଦ ଯୋଗୁଁ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । ବୁଧବାର ରାତିରେ କଲେଜରେ ଭଙ୍ଗା ରୁଜା ଘଟଣା ଏବଂ ଡାକ୍ତରଙ୍କୁ ମାଡ ମରା ଘଟଣାକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି ।

ତଦନ୍ତ ଭାର ଗ୍ରହଣ କରିଥିବା ସିବିଆଇ RG କର୍ ମେଡିକାଲ୍ କଲେଜକୁ ଯାଇ ପଚରାଉଚରା କରିବା ସହିତ, ଜେରା ପାଇଁ ୫ ଜଣ ଡାକ୍ତରଙ୍କୁ ସମନ୍ କରିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଘରେ ମଧ୍ୟ ପହଞ୍ଚି ତଦନ୍ତ କରିଛି ସିବିଆଇ ଟିମ୍ । ମେଡିକାଲ କଲେଜରେ ଭଙ୍ଗାରୁଜା ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରାୟ ୪୦ ରୁ ୫୦ ଜଣ ଲୋକ ଏହି ଭଙ୍ଗାରୁଜାରେ ସାମିଲ ଥିଲେ । ସେମାନେ ଏମର୍ଜେନ୍ସି ୱାର୍ଡ, ନର୍ସିଂ ଷ୍ଟେସନ ଓ ମେଡିସିନ ଷ୍ଟୋରରେ ବ୍ୟାପକ କ୍ଷୟକ୍ଷତି କରିବା ସହ ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ: RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ

OTV is now on Whatsapp

Join and get latest news update delivered to you via whatsapp

Join Now