ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ୨୦୨୫। ୧୩ ଜାନୁୟାରୀରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ। ସମଗ୍ର ବିଶ୍ବର କୋଟି କୋଟି ଲୋକ ଏଥିରେ ସାମିଲ ହେବେ।
ଓଡ଼ିଆ ପରମ୍ପରାରେ ମହାଲକ୍ଷ୍ମୀଙ୍କର ପୂଜା ପରମ୍ପରା ଅତି ପ୍ରାଚୀନ। ମହାଲକ୍ଷ୍ମୀଙ୍କ ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଗୋଟିଏ। ଏହି ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଏହାକୁ ସାଧାରଣତଃ ସଧବା ନାରୀମାନେ କରନ୍ତି। ଏହା ପାଳନ କରିବା ପଛରେ କ’ଣ ଉଦ୍ଦେଶ୍ୟ ଆସନ୍ତୁ ଜାଣିନେବା।
ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହାକୁ ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମତ ଆସନ୍ତୁ ଜାଣିବା।
ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।
ବାବା ବୁଲେଟ୍ ବି ଚଲାନ୍ତି। ବୁଲେଟରେ ମାତ୍ର ୪୫ ମିନିଟ୍ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି। କିନ୍ତୁ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ୍ ସର୍ଭିସ୍ ଏବଂ ଷ୍ଟେଟ୍ PCS ରେ ସଫଳତା ପାଇଛନ୍ତି।
10 interesting facts from the history of Pravasi Bharatiya Divas- ପ୍ରବାସୀ ଭାରତୀୟ ଦିବସ ସଂପର୍କରେ ୧୦ଟି କଥା
ବଲାଙ୍ଗିର ଜିଲ୍ଳାର ଦେଓଗାଁ ବ୍ଳକର ଜଂଗଲ ଭିତରେ ଥିବା କୁଲତାପଡା ପଂଚାୟତର ଖଇରଗୁରାରେ କାହିଁ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଥିଲା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ୧୯୭୦ ମସିହାରେ ଆଦିବାସୀ ମାନେ ଦୁଇ ଭାଗ ହୋଇ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ଯାତ୍ରା ପାଳନ କରି ଆସୁଛନ୍ତି । ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ, ବଲାଙ୍ଗିର ସହରର କିଛି ସମାଜସେବୀ ଗତ ୨୦ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ।
ଭାରତରେ ଅନେକ ପ୍ରକାରର ପକ୍ଷୀ ପ୍ରଜାତି ବର୍ତ୍ତମାନ ମଧ୍ୟ ବଞ୍ଚି ରହିଛନ୍ତି। ଦେଶରେ ପ୍ରାୟ ୧୩୦୦ ପ୍ରଜାତିର ପକ୍ଷୀ ବାସ କରନ୍ତି, ଯାହା ବିଶ୍ୱର ପକ୍ଷୀ ସଂଖ୍ୟାର ପ୍ରାୟ ୧୩%। ଭାରତରେ ଅନେକ ପକ୍ଷୀ ଅଭୟାରଣ୍ୟ ମଧ୍ୟ ରହିଛି। ଆସନ୍ତି ଭାରତରରେ ଥିବା କେତେକ ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ବିଷୟରେ ଜାଣିବା।
ବ୍ରେଲି ଭାଷାର ମହତ୍ତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ୪ ଜାନୁଆରୀରେ ଆନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ବ୍ରେଲି ଦିବସ’ ପାଳନ କରାଯାଏ। ନେତ୍ରହୀନ ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ, କାରଣ ଏହି ଦିନ ସେମାନଙ୍କ ଜୀବନରେ ଆଲୋକ ଆଣିଥିବା ଲୁଇସ୍ ବ୍ରେଲି ଜନ୍ମ ନେଇଥିଲେ।
କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କଳାକାର ମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଚାତକ ପକ୍ଷୀ ପରି ଚାହିଁ ରହିଛନ୍ତି ଧନୁଯାତ୍ରାକୁ । ବର୍ଷକରେ ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେଉଥିବାରୁ ସମସ୍ତେ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ମନରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ପୁରା ପ୍ରସ୍ତୁତ ରହିଛି ।
ଚବିଶି ଗଲା ପଚିଶି ଆସିଲା, ଖୁସି ମଉଜରେ ଦୁନିଆ ମାତିଲା । ଜିରୋ ନାଇଟ୍ ହ୍ୟାଙ୍ଗଓଭରରୁ ବାହାରି, ଆଜି ଦିନ ତମାମ୍ ନିୟୁ ଇୟର ସେଲିବ୍ରେସନରେ ମସଗୁଲ ଥିଲା ମଣିଷ । ପୁରୁଣା ବର୍ଷକୁ ପଛରେ ପକାଇ, ସ୍ୱାଗତ କରିଥିଲା ସମ୍ଭାବନାମୟ ନବବର୍ଷକୁ ।
ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।
ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ । କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ ।
ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।
ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ଆମ ମଧ୍ୟରୁ ଅଧିକାଂଶ ଲୋକେ ଭାବନ୍ତି ଯେ ଆମେ କାହିଁକି ଡିସେମ୍ବର ୩୧ରେ ଆନୁଷ୍ଠାନିକ ଭାବରେ ଗୋଟିଏ ବର୍ଷକୁ ବିଦାୟ ଦେବା ଏବଂ ନୂତନ ବର୍ଷକୁ ସ୍ୱାଗତ କରିବା। ଆସନ୍ତୁ ସେ ବିଷୟରେ ଜାଣିବା।
ଆଜି ବକ୍ସିଂ ଡେ’। ଏମିତି ନାଁ କାରଣରୁ ଆପଣ ନିଶ୍ଚିତ ଭାବୁଥିବେ ‘ବକ୍ସିଂ ଡେ’ ସହିତ ବକ୍ସିଂ କ୍ରୀଡାର ସମ୍ପର୍କ ଅଛି। କିନ୍ତୁ ଏପରି ଆଦୌ ନୁହେଁ। ଯଦିଓ ଏହି ଦିନର ଉତ୍ପତ୍ତି ସ୍ପଷ୍ଟ ଭାବେ ଜଣା ପଡିନାହିଁ।
‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।
ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ରହିଛି ଅନେକ ଅଜଣା କଥା। ସେଥିମଧ୍ୟରୁ ଗୋଟିଏ ହେଉଛି, ଉଭୟ ବାପା-ପୁଅ ସମାନ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଏବଂ ହଷ୍ଟେଲରେ ସମାନ କୋଠରୀରେ ରହୁଥିଲେ। ଆସନ୍ତୁ ତାଙ୍କ ବିଷୟରେ ଏମିତି ଆଉ କିଛି ରୋଚକ କଥା ଜାଣିନେବା।
କିଛି ଲୋକଙ୍କ ମନରେ ଏପରି ପ୍ରଶ୍ନ ଆସେ ଯେ ସାନ୍ତା କ୍ଲଜ୍ର ପୋଷାକ ସବୁବେଳେ ନାଲି ଏବଂ ଧଳା କାହିଁକି? ତେବେ ଆସନ୍ତୁ, ଆଜି ଆମେ ଆପଣଙ୍କୁ କହିବୁ ସାନ୍ତା କାହିଁକି ଲାଲ୍ ଏବଂ ଧଳା ରଙ୍ଗର ପୋଷାକ ପିନ୍ଧୁଥିଲେ, ଏହା ପଛରେ କାହାଣୀ କ’ଣ…
ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସର ବିଶେଷତ୍ୱ ହେଉଛି ଏହି ପର୍ବ କେବଳ ଖ୍ରୀଷ୍ଟିଆନମାନେ ନୁହେଁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି।
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।
ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।
ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।