ମୌନି ଅମାବାସ୍ୟାରେ ୬ କୋଟି ବୁଡ଼
ମୌନୀ ଅମାବାସ୍ୟା ଶାହି ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ ମହାକୁମ୍ଭ । ତ୍ରିବେଣୀ ସଂଗମରେ କୋଟି କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ ଜାରି ରହିଛି । ଏବେ ସୁଦ୍ଧା ବୁଡ଼ ପକାଇଲେଣି ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ତେବେ ବ୍ରାହ୍ମ ମୁହୂର୍ତ୍ତରେ ଶାହିସ୍ନାନର ଦୁର୍ବାର ଇଚ୍ଛା ଭିତରେ ଗତରାତିରେ ଉପୁଜିଥିଲା ଦଳାଚକଟା ଭଳି ସ୍ଥିତି । ଏଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ୬୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ଏହାକୁ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)