• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ ଚାଲିଛି ପାର୍ବଣ ଋତୁ । ଧୁମଧାମରେ ପାଳନ ହେଉଛି ପର୍ବପର୍ବାଣୀ । ଦଶହରା, ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ପରେ ଏବେ ଆସୁଛି ଆଲୋକର ପର୍ବ ଦୀପାବଳି । ତେବେ ପର୍ବପର୍ବାଣୀ ସମୟରେ ସମସ୍ତେ ଯିଏ ଯୁଆଡ଼େ ଥିଲେ ସୁଦ୍ଧା ନିଜ ନିଜ ପରିବାର ସହ ସମୟ ବିତାଇବାକୁ ଚାହାନ୍ତି । ଦେଶବିଦେଶ କିମ୍ବା ରାଜ୍ୟ ବାହାରେ ରହୁଥିବା ଲୋକେ ଘରକୁ ଛୁଟି ଆସନ୍ତି । ବାପାମା’ ଭାଇଭଉଣୀ, ପରିବାର ଓ ସାହିପଡ଼ିଶାଙ୍କ ସହ ଟିକିଏ ସୁଖର ସମୟ ବିତାଇବାକୁ କିଏ ବା ନଚାହେଁ ।

ହେଲେ ଦୁଃଖର କଥା ସବୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଛୁଟି ଦେବାକୁ ରାଜି ହୁଅନ୍ତି ନାହିଁ । କାମର ବୋଝ ଏଥରେ ଏକ ବଡ଼ ପ୍ରତିବନ୍ଧକ ସାଜିଥାଏ । ତେବେ କର୍ମଚାରୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏକ ଆମେରିକୀୟ କମ୍ପାନୀ ଭାରତୀୟ କର୍ମଚାରୀଙ୍କ ପାଇଁ ୧୦ ଦିନିଆ ଛୁଟି ଘୋଷଣା କରିଛି । ଏବେ କାମ ବନ୍ଦ କରି ପରିବାର ସହିତ ପର୍ବ ପାଳନ କର ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ମୋଦି ସରକାରଙ୍କ ଦୀପାବଳି ଭେଟି ! ମିଳିବ ମାଗଣା ରାସନ୍‌

ନ୍ୟୁୟର୍କ ସ୍ଥିତ ଅଫିସ୍ ସ୍ପେସ୍ ପ୍ରୋଭାଇଡର୍ WeWork କମ୍ପାନୀ ଏଥର ଦୀପାବଳିରେ ଭାରତୀୟ କର୍ମଚାରୀଙ୍କୁ ବୋନସ୍‌ ସହ ଦେଇଛି ବଡ଼ ଭେଟି । ଦୀପାବଳି ଉପଲକ୍ଷେ କର୍ମଚାରୀମାନଙ୍କୁ ଏକ ବଡ ବିରତି ଦେବାକୁ କମ୍ପାନୀ ପକ୍ଷରୁ ଲମ୍ବା ଛୁଟି ଘୋଷଣା କରାଯାଇଛି । କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏପରି କରିଥିବା କମ୍ପାନୀ କହିଛି ।

କାମରେ ନମନୀୟତା ଏବଂ ଉତ୍ସବର ମାହୋଲ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । କର୍ମଚାରୀମାନଙ୍କ ବ୍ୟସ୍ତ ଦିନଚର୍ଯ୍ୟାରୁ କିଛି ଦିନ ପାଇଁ ବିରତି ଦେବା କମ୍ପାନୀର ଲକ୍ଷ୍ୟ । ଫଳରେ ଉତ୍ସବ ସମୟରେ କର୍ମଚାରୀମାନେ ସେମାନଙ୍କ ପ୍ରିୟଜନଙ୍କ ସହିତ କିଛି ଭଲ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ୱେ-ୱାର୍କ ଅନୁଯାୟୀ, ୨୦୨୧ ମସିହାରେ କର୍ମଚାରୀଙ୍କ ପାଇଁ ଏହି ନୀତି ପ୍ରଣୟନ କରାଯାଇଥିଲା ।

କମ୍ପାନୀର ମୁଖ୍ୟ କହିଛନ୍ତି , ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୨ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଆମର ବ୍ୟବସାୟ ଭଲ ହୋଇଛି । କମ୍ପାନୀ ଭଲ ରୋଜଗାର କରିବା ସହ ଏକ ବ୍ରାଣ୍ଡ ଭାବେ ମଧ୍ୟ ପରିଚୟ ପାଇଛି । ଆଉ ଏହା କର୍ମଚାରୀଙ୍କ କଠିନ ପରିଶ୍ରମର ଫଳ । ଏଥିପାଇଁ ଉପହାର ସ୍ୱରୂପ କର୍ମଚାରୀମାନଙ୍କୁ ୧୦ ଦିନିଆ ଛୁଟି ପ୍ରଦାନ କରାଯାଇଛି । କେବଳ ଏତିକି ନୁହେଁ ପ୍ରତ୍ୟେକ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛି କମ୍ପାନୀ ।