ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ ।
ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ।
ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ ଜ୍ଞାନର ଏହି ଦୀପ ଏବେ ଭାରତୀୟଙ୍କ ଘର ଅଗଣାରୁ ଯାଇ ପହଞ୍ଚିଛି ହ୍ୱାଇଟ ହାଉସରେ
ଖାଲି ଓଡ଼ିଶା ନୁହେଁ ଦେଶର ବିଭିନ୍ନ ଅଞ୍ଚଳରୁ ଦୀପାବଳି ଦିନ ଅନେକ ଅଘଟଣ ଖବର ସାମ୍ନାକୁ ଆସିଛି। ଦୀପାବଳି ଦିନ ଗୁଳିମାଡ଼ରେ ପୁରୀରେ ଜଣଙ୍କ ଜୀବନ ଚାଲି ଯାଇଛି।
ଭାରତର ସୀମାକୁ କେହି ନଜର ପକାଇଲେ ଆମ ସଶସ୍ତ୍ର ବାହିନୀ ସେମାନଙ୍କୁ ମୁହଁତୋଡ଼ ଯବାବ ଦେବେ । ଆମେ ଯୁଦ୍ଧର ବିରୋଧୀ ହୋଇଥିଲେ ବି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ । ଆଜି ଜାମ୍ମୁ ଓ କାଶ୍ମୀରର କାର୍ଗିଲ ସୀମାରେ ଯବାନଙ୍କ ସହ ଦୀପାବଳି ମନାଇବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୁଅରେ ଯାଅ, ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ...
ଭାରତର ଏକ ପ୍ରମୁଖ ପର୍ବ ଭାବେ ଦୀପାବଳି ପାଳନ କରାଯାଏ। ତେବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୌରାଣିକ ମାନ୍ୟତା ଆଧାରରେ ଏହା ପାଳନ କରାଯାଏ।
କାରଗିଲ ମାଟିରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।
କାର୍ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍ଗିଲ୍ରେ ପହଞ୍ଚିଛନ୍ତି।
ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ।
ଦୀପାବଳି ଅବସରରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରକେଟ୍ ଛାଡିବା ପାଇଁ ଭିନ୍ନ ଧରଣର ଉପାୟକୁ ଆପଣେଇ ନେଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଡରିଯିବେ।
ଭାରତରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍ ଧୁମ୍ଧାମରେ ପାଳନ କରାଯାଏ। କିନ୍ତୁ ଦେଶରେ ଏମିତି ଅନେକ ଜାଗା ଅଛି ଯେଉଁଠି ଏହି ପର୍ବକୁ ଲୋକେ ପାଳନ କରନ୍ତି ନାହିଁ। ଏହା ପଛରେ ରହିଛି ଅନେକ କାରଣ। ଆସନ୍ତୁ ନଜର ପକେଇବା।
ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା ।
ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।
ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି ।
ଦୀପାବଳି ହସ ଖୁସିର ପର୍ବ ହୋଇଥିଲେ ବି କେତେକଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇଯାଏ। ବିଭିନ୍ନ ପ୍ରକାର ବାଣ ଫୁଟା ଯୋଗୁଁ ଅନେକଙ୍କ ଫୁସ୍ଫୁସ୍ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେବେ ଏହିସବୁ ସମସ୍ୟାକୁ ଏଡେଇବା ପାଇଁ କ’ଣ କରିବାକୁ ହେବ ଆସନ୍ତୁ ଜାଣିନେବା।
ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।
ଧନତେରସ୍ ପୂର୍ବରୁ ଘର ଓ ଦୋକାନ ସବୁ ପରିଷ୍କାର କରାଯାଏ। ବିଭିନ୍ନ ପ୍ରକାରର ଆଲୋକ ବା ଦୀପ ଜଳାଇ ସୁସଜ୍ଜିତ କରାଯାଇଥାଏ । ଘରେ ବିଭିନ୍ନ ପ୍ରକାରର ରଙ୍ଗୋଲିରେ ମଧ୍ୟ ସୁସଜ୍ଜିତ କରାଯାଇଥାଏ।
ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଭୁବନେଶ୍ୱର ଡିସିପି।
ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ।
ସମ୍ଭାବ୍ୟ ବର୍ଷା ଓ ପ୍ରଶାସନର ଚଢାଉକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ
ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା।
ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍ପ୍ରାଇଜ୍ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍ ଓ ସହଯୋଗୀଙ୍କୁ କାର୍ ଓ ବାଇକ୍ ଦେଇ ଏବେ ଚର୍ଚ୍ଚାରେ।