/odishatv-khabar/media/post_attachments/uploadimage/library/16_9/16_9_0/EIRPM4qXsAE0jqk_1626864873.jpg)
baliyatra
କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ବୁକିଙ୍ଗ । ବ୍ୟବସାୟୀ ମାନେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ୧ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପ୍ଲଟ ବୁକିଂ କରିପାରିବେ । ଆଜିଠୁ ଆସନ୍ତା ୧୫ ତାରିଖ ଦିନ ଯାଏ ଚାଲିବ ପଞ୍ଜିକରଣ । ସେପଟେ ପ୍ଲଟ ଆବଣ୍ଟନ ବ୍ୟବସ୍ଥାକୁ ଆରମ୍ଭରୁ ବିରୋଧ କରିଛନ୍ତି ବ୍ୟବସାୟୀ ।
Advertisment
୨୦୧୯ ମସିହା ତୁଳନାରେ ପ୍ଲଟ ଦାମ ବର୍ଗ ଫୁଟ ପିଛା ବୃଦ୍ଧି କରାଯାଇଛି । ଏଣୁ ନିଲାମୀରେ ଯିଏ ଅଧିକ ଦାମଦେଇପାରିବ ସେ ହିଁ ଜମି ପାଇବ । ପୁରୁଣା ତଥା ଦୀର୍ଘଦିନ ଧରି ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ମାନେ ଜମି ପାଇବେ ନାହିଁ ।
ଅଧିକ ପଢ଼ନ୍ତୁ: ବାଲିଯାତ୍ରାକୁ NGTର ଛାଟ, ୩୪ ଏକର ଜମିରେ ହେବ ଆୟୋଜନ
ଏହାଛଡ଼ା ଚଢ଼ାଦରରେ ପ୍ଲଟ କିଣିଲେ ବିକ୍ରି ସାମଗ୍ରୀର ରେଟ୍ ବୃଦ୍ଧି ପାଇବ, ଯାହାର ପ୍ରଭାବ ଗ୍ରାହକ ମାନଙ୍କ ଉପରେ ପଡ଼ିବ ବୋଲି କହିଛନ୍ତି ବ୍ୟବସାୟୀ । ସେପଟେ ଜିଲ୍ଲାପାଳ କହିଛନ୍ତି, ଏହି ନୂଆ ବ୍ୟବସ୍ଥା ଦ୍ୱାରା ସ୍ୱଚ୍ଛତା ଆସିବ, ଅସାଧୁ ଓ ମୁନଫାଖୋର ବ୍ୟବସାୟୀ ପ୍ଲଟ ହାତେଇ ପାରିବେ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)