Advertisment

ସହର ଠାରୁ ବଳିଯାଉଛି ଗାଁ ଦଶହରା

ଦୁର୍ଗାପୂଜାର ଭସାଣି ଯାତ୍ରା କେବଳ ସହର ନୁହେଁ ଛୋଟ ବଡ ଗାଁରେ ମଧ୍ୟ ଧୂମଧାମରେ ପାଳନ ହୋଇଛି। ଓଡିଶାର ଏହି ଗାଁରେ ଦେଖିବାକୁ ମିଳିଥିଲା ୧୪ଟି ମେଢ ଭସାଣି ଯାତ୍ରାରେ ସାମିଲ୍ ହେବାର। ପ୍ରବଳ ବର୍ଷା ବି ସାଜି ନଥିଲା ବାଧକ। ଦେଖିବାକୁ ମିଳିଥିଲା ୫ ହଜାରରୁ ଅଧିକ ଲୋକ।

author-image
Pramod Behera
ଅଦ୍ୟତନ ହୋଇଛି
Padmabati Durga Puja Bhasani 2022

Bhasani Yatra of maa durga in padmabati village

ଭକ୍ତଙ୍କ ମନସ୍କାମନା ପୂରଣ କରି ମେଲାଣି ନେଇଛନ୍ତି ମହାମାୟା ଦୁର୍ଗା। ଭକ୍ତମାନେ ବାଜା ବାଣ ଓ ନାଚ ଗୀତରେ ମା’ଙ୍କୁ ବିଦାୟ ଦେଇଛନ୍ତି। ଏହି ଅବସରରେ ଚାରିଆଡେ ଦେଖାଦେଇଥିଲା ଭସାଣି ଯାତ୍ରା। ଏମିତିରେ ତ ଦୁର୍ଗାପୂଜା କଥା ଉଠିଲେ କଟକ, ଭୁବନେଶ୍ୱର ଭଳି ସହର ମନକୁ ଚାଲିଆସେ। ଏଠାକାର ଭସାଣି ଯାତ୍ରା ନିଆରା ହୋଇଥାଏ।

Advertisment

ଆପଣ କେବେ ଚିନ୍ତା କରିପାରୁଛନ୍ତି କି ଏକ ଛୋଟ ଗାଁରେ ସହର ଭଳି ଯାକଜମକରେ ଭସାଣି ଯାତ୍ରା ହେବାର। କିନ୍ତୁ ଏମିତି ଏକ ନିଆରା ଭସାଣି ଉତ୍ସବ ନୟାଗଡ ର ଭାପୁର ବ୍ଲକ୍ ପଦ୍ମାବତୀ ଗ୍ରାମରେ ଦେଖିବାକୁ ମିଳିଥିଲା। ୫ କି ୬ ମେଢ ନୁହେଁ ଏହି ଗାଁରେ ୧୪ ଟି ମେଢ ଭସାଣି ଯାତ୍ରାରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

ଭାପୁର ସଦରମହକୁମାସ୍ଥିତ ମା’ ବ୍ରାହ୍ମଣୀ ଦେବୀ ବଣିକ ସଂଘ, ରାମପଡା ଗ୍ରାମ, ବାଇଗୁଣିଆଁ ଗ୍ରାମ, ବଳଦିଆ ନୂଆଗାଁ, ବାଘୁଆପଲ୍ଲୀ ଆଦି ଗ୍ରାମରେ ଏହି ଭସାଣି ଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ଲକ୍‌ର ପଦ୍ମାବତୀ ଗ୍ରାମରେ ମା’ ଦୁର୍ଗାଙ୍କ ଭସାଣି ଓ ରାବଣପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଲଗାଣ ବର୍ଷା ସତ୍ତ୍ୱେ ଏହି ଉତ୍ସବରେ ୫ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲେ। ଅଞ୍ଚଳର ଅନେକ ଗାଁର ୧୪ଟି ମେଢ ମେଳନ ପଡିଆରେ ଏକାଠି ହୋଇଥିଲେ। ରାବଣ ପୋଡି ଶେଷ ହେବା ପରେ ସବୁ ମେଢ ବିସର୍ଜନ ଅଭିମୁଖେ ମହାନଦୀ ଘାଟକୁ ଯାତ୍ରା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଫତେଗଡ ଥାନା ପକ୍ଷରୁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା।

Advertisment
Bhasani Yatra of maa durga in padmabati village(ଭସାଣି ଉତ୍ସବରେ ମଞ୍ଚାସୀନ ଅତିଥି)

ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ମୁଖ୍ୟବକ୍ତାଭାବେ ଅଧ୍ୟାପକ ଡ. ପବିତ୍ର କୁମାର ସୁବୁଦ୍ଧି, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ, ଭାପୁର ବ୍ଲକ୍ ଆତ୍ମା କମିଟିର ଅଧ୍ୟର ଭରତ କୁମାର ବେହେରା, ସ୍ଥାନୀୟ ସରପଞ୍ଚ ଅଜୟ କୁମାର ମଲ୍ଲିକ, ସମିତି ସଭ୍ୟା ପ୍ରଜ୍ଞା ପାରମିତା ସେଠି ପ୍ରମୁଖ ଯୋଗ ଦେଇଥିଲେ।

Durga Puja 2022 Dussehra
Advertisment
Advertisment