/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665404569.jpg)
Kartika Brata
ଆଜିଠାରୁ ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରିଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବୃନ୍ଦାବତୀଙ୍କ ନିକଟରେ ରାଇଦାମୋଦର ପୂଜା କରିଛନ୍ତି ।
ଚଳିତବର୍ଷ ପ୍ରଶାସନ ପକ୍ଷରୁ ପାଞ୍ଚଟି ସ୍ଥାନରେ ହବିଷ୍ୟାଳି ଶିବିର କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲିଠାରୁ ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀରେ ପହଞ୍ଚି ତାଙ୍କର ରେଜିଷ୍ଟ୍ରେସନ ପ୍ରମାଣପତ୍ର ଦେଖାଇ ଆଶ୍ରୟସ୍ଥଳୀରେ ରହିଛନ୍ତି । ଚଳିତ ବର୍ଷ ୨ ହଜାର ୯୩୫ଜଣ ପଞ୍ଜୀକୃତ ହବିଷ୍ୟାଳୀ ବିଭିନ୍ନ ଶିବିରରେ ରହିଛନ୍ତି । ଦୁଇ ବର୍ଷ ଧରି କରୋନା ଯୋଗୁଁ ପୁରୀରେ ହବିଷ୍ୟାଳି ଶିବିର ବନ୍ଦ ରହିଥିଲା ।
କାର୍ତ୍ତିକ ମାସ ପ୍ରଥମ ସୋମବାରରେ କଟକ ଆଠଗଡ଼ରେ ଆଜି ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ଜଳରେ ମହାଦେବଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ମଙ୍ଗଳଆରତୀ ହୋଇଥିଲା । ମହାଦେବଙ୍କୁ ଦର୍ଶନ ପାଇଁ ଭୋରରୁ ଦର୍ଶନାର୍ଥୀଙ୍କ ଭିଡ ଜମିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)