• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାଡ଼ି ଧାଡ଼ି କରି ରଖାଯାଇଛି ଭିନ୍ନ ଭିନ୍ନ ପ୍ରକାରର ମୂର୍ତ୍ତି । କାଠ, ମାଟି, ଚନ୍ଦନ ସହ ଷ୍ଟିଲ, ପିତଳ, ସୁନା ଓ ରୂପାରେ ତିଆରି ହୋଇଛି ଭଳିକି ଭଳି ମୂର୍ତ୍ତି । ଆଉ ତାଙ୍କ ପାଖରେ ବିରାଜମାନ ହୋଇଛି ମାଆ ଦୁର୍ଗାଙ୍କ ମୂର୍ତ୍ତି । ଦୂରରୁ ଦେଖିଲେ କଣ୍ଢେଇ ପରି ଦେଖାଯାଉଛି ସତ ହେଲେ ଏସବୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ।

ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ଦୁର୍ଗାପୂଜାରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏମିତି ସ୍ୱତନ୍ତ୍ର ଉତ୍ସବ ପାଳନ ହୁଏ । ଆଉ ତେଲୁଗୁ ଭାଷାରେ ଏହି ପର୍ବକୁ ବୋମାଲୁ କୋଲୁଭୁ କୁହାଯାଉଥିବା ବେଳେ ଓଡ଼ିଆରେ କଣ୍ଢେଇ ମେଳା ବୋଲି କୁହାଯାଇଥାଏ । ବିଶ୍ୱାସ ରହିଛି, ଦଶହରା ସମୟରେ ମାଆଙ୍କ ଦର୍ଶନ ପାଇଁ ସମସ୍ତ ଦେବୀଦେବତାଙ୍କ ସହ ଲୋକମାନେ ମେଳି ହୋଇଛନ୍ତି କଣ୍ଢେଇ ରୂପରେ । ଏହି ପରମ୍ପରା ବିଶେଷ କରି ଦକ୍ଷିଣ ଭାରତରେ ପାଳନ ହେଉଥିବା ବେଲେ ବ୍ରହ୍ମପୁରରେ ବି ପାଳନ ହୋଇଥାଏ ଏହି ସ୍ୱତନ୍ତ୍ର ପର୍ବ ।

ଯେଉଁ ଦିନ ମାଆ ଯେଉଁ ଭଳି ଶାଢି ପରିଧାନ କରନ୍ତି, ସାଧାରଣ ମହିଳାମାନେ ମଧ୍ୟ ସେହିଭଳି ଶାଢି ପରିଧାନ କରିଥାନ୍ତି । ଏହାସହିତ ମାଆଙ୍କ ପାଖରେ କରନ୍ତି ସ୍ୱତନ୍ତ୍ର ପୂଜା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯିଏ କର୍ତ୍ତା ହୋଇଥାନ୍ତି ସିଏ ସମ୍ପର୍କୀୟ ମହିଳାଙ୍କୁ ଡାକି ପୂଜା କରାଇଥାଆନ୍ତି ।

ନିଜ ପରମ୍ପରା ଓ ସଂସ୍କୃତି ବଞ୍ଚାଇବାକୁ ଏମିତି ପୂଜା କରାଯାଉଥିବା କୁହନ୍ତି ମହିଳାମାନେ । ତେବେ ଏହି ପୂଜାରେ ବିଶେଷ କରି ବତ୍ତର୍ମାନର ଯୁବ ପୀଢ଼ିଙ୍କୁ ଦିଆଯାଏ ସ୍ୱତନ୍ତ୍ର ମେସେଜ୍‌ । ସେପଟେ ପୂର୍ବରୁ କେବଳ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପୂଜା କରୁଥିବା ବେଳେ ଏବେ ଓଡିଆମାନେ ବି ଏହି ପୂଜାକୁ ବେଶ୍‌ ଯାକଜମକରେ ପାଳନ କରୁଛନ୍ତି । ସତରେ ଏଇ ପରମ୍ପରା ବେଶ ନିଆରା ।

 

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)