Advertisment

କାଶ୍ମୀରକୁ ନେଇ ପୁଣି ବିଳିବିଳେଇଲା ପାକିସ୍ତାନ, ପାଇଲା ମୁହଁତୋଡ ଜବାବ

ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍‌ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି।

author-image
Minati Mishra
India slams pakistan for raising kashmir at UN

India slams pakistan for raising kashmir at UN

ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍‌ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି। ବୁଧବାର ଜାତିସଂଘ ମହାସଭାରେ ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ଯୁକ୍ତିତର୍କ ଚାଲିଥିଲା। ଯୁଦ୍ଧକୁ ନେଇ ମହାସଭାରେ ମତଦାନ ଚାଲିଥିଲା। ଏହି ଅବସରରେ ପାକିସ୍ତାନ ପକ୍ଷରୁ ସ୍ପଷ୍ଟୀକରଣ ରଖିଥିଲେ ପାକ୍‌ କୂଟନୀତିଜ୍ଞ ମୁନୀର ଅକରମ। ମୁନୀର କାଶ୍ମୀର ପ୍ରସଙ୍ଗ ଉଠାଇ ମହାସଭାରେ ଭାରତକୁ ବଦନାମ କରିବାକୁ ପ୍ରୟାସ କରୁଥିଲେ।

Advertisment

ହେଲେ କଡା ଭାଷାରେ ମୁହତୋଡ ଜବାବ ଦେଇଥିଲେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ। ରୁଚିରା କହିଥିଲେ, ‘ମୁଁ ଦେଖୁଛି, ଆଶ୍ଚର୍ଯ୍ୟଜନକ ଭାବେ ଏକ ପ୍ରତିନିଧିମଣ୍ଡଳ ଦ୍ୱାରା ଏହି ମଞ୍ଚର ଦୁରୁପଯୋଗ କରାଯାଉଛି ଆଉ ମୋ ଦେଶ ବିରୋଧରେ ଭିତ୍ତିହୀନ ମୂଲ୍ୟହୀନ ଖବର ଉପସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି । ଏ ପ୍ରକାର ବୟାନ ଦେବା ଏମିତି ଏକ ମାନସିକତାର ପରିଚୟ ଦେଉଛି ଯିଏ ବାରମ୍ବାର ମିଛ କହିପାରେ ଆଉ ଏପରି ମାନସିକତା ସାମୂହିକ ଅବମାନନାର ପାତ୍ର ।’

ସତ୍ୟତା ଉପରେ ଅବଲୋକନ କରିବାକୁ ଯାଇ ରୁଚିରା କହିଥିଲେ, ‘ସମ୍ପୂର୍ଣ୍ଣ ଜମ୍ମୁ ଏବଂ କାଶ୍ମୀର ପୂର୍ବରୁ ଭାରତର ଅଭିନ୍ନ ଅଙ୍ଗ ଥିଲା, ସବୁବେଳେ ରହିବ। ଆମେ ପାକିସ୍ତାନକୁ ସୀମାପାର ଆତଙ୍କବାଦ ବନ୍ଦ କରିବା ପାଇଁ ବାରମ୍ବାର ଅନୁରୋଧ କରୁଛୁ। ସୀମାପାର ଆତଙ୍କବାଦ ବନ୍ଦ ହେଲେ ଏଠିକାର ନାଗରିକ ଜୀବନ ଏବଂ ସ୍ୱତନ୍ତ୍ରତା ଅଧିକାରର ଆନନ୍ଦ ଉପଭୋଗ କରିପାରିବେ।’

Advertisment

ଏଠି କହିରଖିବୁ, ଏହାପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳ ରୁସ୍‌ କବ୍‌ଜା କରିଥିବା ଘଟଣାକୁ ନିନ୍ଦା କରି ଜାତିସଂଘ ମହାସଭାରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୪୩ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ଏହା ବିପକ୍ଷରେ ମତ ଦେଇଥିଲେ। ଭାରତ ସମେତ ୩୫ଟି ଦେଶ ଏଥିରୁ ନିଜକୁ ଦୂରେଇ ରଖିଥିଲେ।

ଏଠି ମନେପକେଇ ଦେବାକୁ ଚାହିଁବୁ, ସେପ୍ଟେମ୍ବରରେ ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରୀଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଥିଲା ଭାରତ । ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ଭାରତ ପକ୍ଷରୁ ସେକ୍ରେଟେରୀ ମିଜିଟୋ ବିନିଟୋ କାଶ୍ମୀର ପ୍ରସଙ୍ଗ ଉପରେ ଶରୀଫ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଇସ୍‌ଲାମବାଦକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କହିଥିଲେ ।  ବିନିଟୋ କହିଥିଲେ, ପାକିସ୍ତାନ  ନିଜ ଦେଶର ଭୁଲ କାମକୁ ଲୁଚାଇବା ପାଇଁ ଏବଂ ଭାରତ ବିରୋଧରେ କରୁଥିବା କାମକୁ ଠିକ ବୋଲି ସାବ୍ୟସ୍ତ କରିବା ପାଇଁ  ଏପରି କହିଛନ୍ତି।  

United Nation Kashmir Issue UNGA
Advertisment
Advertisment