• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୀପାବଳିରେ ସୂର୍ଯ୍ୟୋପରାଗ, କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଏହି ସମୟରେ ପାକତ୍ୟାଗ ଓ ଦେବନୀତି କିଭଳି ହେବ, ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।  ବିଶେଷ କରି ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।

ଅକ୍ଟୋବର ୨୫ ତାରିଖ ଦୀପାବଳିରେ ପଡୁଛି । ସୂର୍ଯ୍ୟୋପରାଗ ସେଦିନ ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ । ଦେଢ ଘଣ୍ଟା ଧରି ସୂଯେର୍ୟାପରାଗ ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ କରିବାର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ୨୫ ତାରିଖ ଭୋର୍ ୪ଟା ୫୭ ମିନିଟ୍‌ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍ ।

ଅଧିକ ପଢ଼ନ୍ତୁ: ଏଥର ଫିକା ପଡ଼ିବ ଦୀପାବଳି, ବାଣ ଫୁଟାଇ ପାରିବେ ନାହିଁ ରାଜଧାନୀବାସୀ 

୨୪ ତାରିଖ ସୋମବାର ଅପରାହ୍ଣ ୫ଟା ୩୭ରୁ ଆରମ୍ଭ ହେଉଛି ଅମାବାସ୍ୟା । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ସୋମବାର ସଂଧ୍ୟାରୁ ହିଁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ କରାଯିବ । ଦୀପଦାନ ଓ କାଳୀପୂଜା ସହ ବଡବଡୁଅା ଡାକ ହେବ । ସେପଟେ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ ହେବ ।

ସେହିପରି ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ । ସେଦିନ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି ।  ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ । ତେଣୁ ସକାଳ ୮ଟା ୨୯ରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ୍ ନଭେମ୍ବର ୮ ତାରିଖ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।

(ରିପୋର୍ଟର- ପୁରୀରୁ ମଧୁସୂଦନ ମିଶ୍ର, ଭୁବନେଶ୍ୱରରୁ ଅତୁଲ୍ୟ ବାଉତ)