• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଦ ପାଠ ଚାଲିଛି, ଝାଂଜ ମୃଦଙ୍ଗ ବି ବାଜୁଛି । ବେଶ୍ ଆଡମ୍ବରର ସହ ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଉ ମାଆଙ୍କୁ ପୂଜା କରୁଛନ୍ତି ବେଦ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇଠି ମାଆଙ୍କ ଘଟର ହୁଏ ନାହିଁ ବିସର୍ଜନ । ଅର୍ଥାତ୍‌ ଏଇଠି ସବୁଦିନ ମାଆ ମହିଷାମର୍ଦ୍ଧିନି ରୂପରେ ପୂଜା ପାଆନ୍ତି ମାଆ ଦୁର୍ଗା ।

ଦଶହରା ଆସେ ଆଉ ଚାଲିଯାଏ, ହେଲେ ମାଆଙ୍କର ଏଇଠି ଘଟ ବିସର୍ଜନ ହୁଏନି । ପୁଣି ତହିଁ ଆରଦିନ ସବୁଦିନ ପରି ମାଆ ଠିକ ଏହି ବେଶରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ସବୁଠୁ ବଡ କଥା ହେଉଛି ବେଦ ବିଦ୍ୟାଳୟର ଏଇ କୁନିକୁନି ଶୀକ୍ଷାର୍ଥୀମାନେ ମାଆଙ୍କର ପ୍ରତିଦିନ ସବୁ ସେବାନୀତି କରନ୍ତି । ତେବେ ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।

ଅଧିକ ପଢନ୍ତୁ: ସରିଲା ମାଆଙ୍କ ଲୀଳାଖେଳା, ଏବେ ବିଦାୟ ବେଳା

(ରିପୋର୍ଟ- ମନୋଜ ଆଚାର୍ଯ୍ୟ,ସାଲେପୁର)