• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ସିଟିଜେନ୍ ଆଓ୍ୱାର୍ଡ ୨୦୨୨ । କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜ ସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି ଆଦି ୯ଟି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିତ୍ୱଙ୍କୁ ଓଡ଼ିଶା ଟେଲିଭିଜନ୍ ନେଟ୍ଓ୍ୱର୍କ ପକ୍ଷରୁ ସମ୍ମାନିତ କରାଯାଇଛି ।

ଦଶମ ଓଡ଼ିଶା ସିଟିଜେନ୍ ଆଓ୍ୱାର୍ଡ ରେ ବିଜେତା ମାନେ ହେଲେ ରାଜନୀତି ବର୍ଗରେ କଂଗ୍ରେସ ନେତା ତଥା ବିହାର ଓ ମଣିପୁରର ଦଳୀୟ ପ୍ରଭାରୀ ଭକ୍ତଚରଣ ଦାସ । ସମାଜସେବାରେ ଡାକ୍ତର ନାରାୟଣୀ ପଣ୍ଡା । କ୍ରୀଡ଼ାରେ ପାରା ଆଥ୍‌ଲେଟ୍ ଜୟନ୍ତୀ ବେହେରା ଏବଂ ସ୍ୱାସ୍ଥ୍ୟସେବାରେ ଡାକ୍ତର ପ୍ରଶାନ୍ତ କୁମାର ସାହୁ ।

ସେହିପରି କୃଷି କ୍ଷେତ୍ରରେ ସଫଳ ଚାଷୀ ଉଦୟନାଥ କର, କଳା ଓ ସଂସ୍କୃତି ବର୍ଗରେ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବାଣିଜ୍ୟରେ ଉଦ୍ୟୋଗୀ ସୁଶାନ୍ତ ପଣ୍ଡା, ଶିକ୍ଷାରେ ପ୍ରଫେସର ଡକ୍ଟର ଆଦିତ୍ୟ କୁମାର ମହାନ୍ତି ଏବଂ ମନୋରଞ୍ଜନ କ୍ଷେତ୍ରରେ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ଦାଶ ପୁରସ୍କୃତ ହୋଇଛନ୍ତି । ପ୍ରତି ବିଭାଗରେ ୪ ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଅନ୍‌ଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯାଇଛି ।

ଭୁବନେଶ୍ୱର ର ଏକ ତାରକା ହୋଟେଲ୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଯୋଗଦେଇଥିଲେ । ସ୍ୱାଗତ ଅଭିଭାଷଣ ରଖିଥିଲେ ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ।