ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇଜଣ ଓ ସନ୍ଧ୍ୟାରେ ଆଳତୀ ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ।
ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ।