ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।
ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି ।
ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା। ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା।
ଆଜି ସରୁଛି ଅଗଷ୍ଟ ଗାଇଡଲାଇନ। ସେପ୍ଟେମ୍ବର ପାଇଁ ଆଜି ଜାରି ହେବ ନୂଆ ନିର୍ଦ୍ଦେଶାବଳୀ । ପାର୍ବଣ ଋତୁ ସହ ବଢୁଥିବା ଶିଶୁ ସଂକ୍ରମଣକୁ ଦେଖି ହୋଇପାରେ ନିଷ୍ପତ୍ତି ।
ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ ତାଲିବାନଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତ୍ତମାନ ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।
ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ ସି.୧.୨। ଡେଲଟା ଠାରୁ ବି ଅଧିକ ବିପଦଜନକ ସି.୧.୨।
ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା। ବନ୍ଧୁକ ମୁନରେ କରାଇଲେ ଭୟଭୀତ । ଅସ୍ତ୍ରଶସ୍ତ୍ର ଧରି ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ ୮ ଜଣ ସେନା।
ଆମେରିକା ପକ୍ଷରୁ ଏହା ବି କୁହାଯାଇଛି ଯେ, ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାରା ଅଧୁରା କାମ ପୂରା କରିବ ।
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ାଣ ନେଇ କେନ୍ଦ୍ରର ସୁନେଲୀ ସ୍ୱପ୍ନ। ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରସ୍ତାବ। କେତେ ଦୂର ଏହା ସତ ହେବ?
ଆତଙ୍କୀ ସଂଗଠନ ସୋସିଆଲ ମିଡିଆ ସହାୟତାରେ ଯେମିତି ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ ।
ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ପ୍ରଭାବିତ କରୁଛି।
ବଡ ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି । କୌଣସି ପରିସ୍ଥିତିରେ ଦଳ ନ ଛାଡିବାର ପ୍ରତିସ୍ତୃତି ଦେଲେ ତାରା।
ମାନବବାଦ ସଙ୍ଗଠନ ନାଁରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମାନବବାଦ ସଙ୍ଗଠନର ଅତ୍ୟାଚାରରେ ପ୍ରାୟ ୮ ବର୍ଷ ହେଲା ଗାଁ ଛାଡି ୬ ପରିବାର ଜଙ୍ଗଲରେ ରହୁଛନ୍ତି । ଖୋର୍ଦ୍ଧା ସଦର ଥାନା ଡାଳତୋଳା ଆଦିବାସୀ ସାହିରୁ ଏଭଳି ଅଭିଯୋଗ ଆସିଛି ।
କେମିତି କରୁଥିଲେ ଏଟିଏମ୍ ଲୁଟ୍, ଡେମୋ ଦେଖାଇଲେ ଲୁଟେରା । ଅଭିଯୁକ୍ତଙ୍କୁ ଧରି ଡେମୋ କରୁଛି କମିଶନରେଟ୍ ପୋଲିସ । କେଉଁଠି ରଖିଛନ୍ତି ଲୁଟ୍ ଟଙ୍କା । ପଚରାଉଚରା କଲା ପୋଲିସ ।
ଆଫ୍ଗାନରେ ଆମେରିକା ସୈନ୍ୟଙ୍କ ଶେଷ ଦିନ । ଆମେରିକା ଦେଇଥିବା ପ୍ରତିଶ୍ରୁତି ମୁତାବକ କାଲି ହେଉଛି ଉଦ୍ଧାର କାର୍ଯ୍ୟର ଶେଷ ଦିନ । ଏହି ସମୟସୀମାକୁ ବୃଦ୍ଧି କରିପାରେ ଆମେରିକା ବୋଲି JNU ର ପ୍ରଫେସର୍ ଅଶ୍ୱିନୀ କୁମାର ମହାପାତ୍ର ଆଶା କରୁଛନ୍ତି।
"ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ" ମତ ଦେଲେ ରାଷ୍ଟ୍ରୀୟ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତା। ଟିକାକରଣ ଦ୍ୱାରା ସ୍ଥାୟୀ ପ୍ରତିକାର କରାଯାଇ ପାରିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି।
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ୭ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବୋଲେରୋ, ୧୫ ଆହତ । ୫ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି
କ୍ଷମତା ଦଖଲ ପରେ ତାଲିବାନର ଦମନଲୀଳା। ସହ ଶିକ୍ଷା ଉପରେ ଜାରି କଲା କଟକଣା, ପୁରୁଷ ଶିକ୍ଷକମାନେ ଝିଅମାନଙ୍କୁ ପଢାଇ ପାରିବେନି ପାଠ । ଗୋଟିଏ ଶ୍ରେଣୀରେ ପୁଅ, ଝିଅ ଏକାଠି ପାଠ ପଢି ପାରିବେ ନାହିଁ ।
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଆଜିଠୁ କଳାହାଣ୍ଡି ଓ ନବରଂଗପୁରରେ ସର୍ଭେ ଆରମ୍ଭ ।
ଡାକ୍ତରଙ୍କ ଦେଖାନାହିଁ, ରୋଗୀ ଦେଖୁଛନ୍ତି ଫାର୍ମାସିଷ୍ଟ ଓ ସ୍ୱସ୍ଥ୍ୟକର୍ମୀ । ନବରଙ୍ଗପୁର ଜିଲ୍ଲା ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଦଭଟ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥାରେ ଚାଲିଛି ରୋଗୀସେବା ।
ମିଜୋରାମର ୫ବର୍ଷର କୁନି ଝିଅକୁ ନେଇ ପୁଣି ଚର୍ଚ୍ଚା। ଆର୍ମି ବ୍ୟାଣ୍ଡର ତାଳେତାଳେ ଜାତୀୟ ସଂଗୀତ ଗାଇବା ସହ ସେନା ପୋଷାକ ପିନ୍ଧି ଯବାନଙ୍କ ସହ କରୁଛନ୍ତି ପରେଡ୍। ସୁଲଳିତ କଣ୍ଠସ୍ୱର ପାଇଁ ଜିଣୁଛନ୍ତି ମନ।
ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର