• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Shah Rukh Khan
ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

ପ୍ରତିଟି ମ୍ୟାଚ୍‌ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରୁଥିଲେ। ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍‌ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ତା’ପରେ..

After pushpa pushpa now shrivalli will also be seen the second song of pushpa 2
Pushpa 2: ‘ପୁଷ୍ପା ପୁଷ୍ପା’ ପରେ ଆସୁଛି ଆଉ ଏକ ଗୀତ; ଦେଶୀ ଲୁକ୍‌ରେ ନଜର ଆସିବେ ଶ୍ରୀବଲୀ

“ପୁଷ୍ପା ପୁଷ୍ପା” ରିଲିଜ ହେବା ପରଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହୋଇଆସୁଛି ଏବଂ ଫିଲ୍ମର ଜଲୱା ସବୁଆଡେ ଦେଖିବାକୁ ମିଳୁଛି। ପ୍ରଥମ ଗୀତ ରିଲିଜ୍‌ ହେବାର ତିନି ସପ୍ତାହ ବିତିଗଲାଣି ଏବଂ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଦ୍ୱିତୀୟ ଗୀତ ରିଲିଜ୍‌କୁ ଅପେକ୍ଷା କରିଛନ୍ତି।

Raveena tandon shared top secret of south cinema
କାହିଁକି ବଲିଉଡ୍‌ ଉପରେ ଭାରି ପଡୁଛି ସାଉଥ୍ ଫିଲ୍ମ; ସିକ୍ରେଟ୍ କହିଲେ ରବୀନା ଟଣ୍ଡନ୍

ଆଜିକାଲି ସାଉଥ୍ ଚଳଚ୍ଚିତ୍ର ବଲିଉଡ୍‌ ଉପରେ ଭାରି ପଡୁଛି। ୨୦୨୪ ଆରମ୍ଭରୁ ଚାରି ମାସରୁ ଅଧିକ ସମୟ ଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସାଉଥ୍ ଚଳଚ୍ଚିତ୍ର ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ରବୀନା ଟଣ୍ଡନ୍ ସାଉଥ୍ ଏବଂ ବଲିଉଡ୍‌ ମଧ୍ୟରେ ଥିବା ଏହି ପାର୍ଥକ୍ୟକୁ ବୁଝାଇଛନ୍ତି।

Project Ramayana may be shelved due to dispute
'ପ୍ରୋଜେକ୍ଟ ରାମାୟଣ' ଉପରେ ଘୋଟିଛି ସଂକଟର ମେଘ; ବନ୍ଦ ହୋଇପାରେ ରଣବୀରଙ୍କ ‘ରାମାୟଣ’

ରଣବୀର କପୁରଙ୍କ 'ରାମାୟଣ' ଚଳଚ୍ଚିତ୍ର ଉପରେ ସଙ୍କଟର ମେଘ ଘୋଟି ଆସିଛି। କିଛି ଦିନ ହେବ ମୁମ୍ବାଇର କୌଣସି ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ସଂପର୍କରେ ଜଣାପଡିନି। ଏକ ବାହାର ସୂତ୍ରରୁ ଜଣାପଡିଛି ଯେ ଫିଲ୍ମର ସମସ୍ତ କାମ ବନ୍ଦ ହୋଇଯାଇଛି ଏବଂ ଏହି ଫିଲ୍ମ ବର୍ତ୍ତମାନ ବନ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Kangana Ranaut will leave bollywood on one condition
ଚଳଚ୍ଚିତ୍ର ଜଗତ ମିଛ, ଏଠି ସବୁକିଛି ଫେକ୍; ଏହା ଏକ ନକଲି ଦୁନିଆ ଯାହା ଦର୍ଶକଙ୍କୁ ଆକର୍ଷଣ କରେ - କଙ୍ଗନା

ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରାଜନେତା ହେବା ପରେ ଗ୍ଲାମର ଇଣ୍ଡଷ୍ଟ୍ରିକୁ ମଧ୍ୟ ବିଦାୟ ଦେଇଛନ୍ତି। ବର୍ତ୍ତମାନ କଙ୍ଗନା ରାଣାୱତ୍‌ଙ୍କ କଥାବାର୍ତ୍ତାରୁ ଲାଗୁଛି ସେ ମଧ୍ୟ ଏମିତି ଯୋଜନା କରୁଛନ୍ତି। ବଲିଉଡ୍‌ର ଏହି ଜଣାଶୁଣା ନାୟିକା ଆଗାମୀ ଦିନରେ ବଲିଉଡ୍‌ରୁ ବିଦାୟ ନେଇପାରନ୍ତି, କିନ୍ତୁ ତାଙ୍କର ଏକ ସର୍ତ୍ତ ରହିଛି।

Deepika padukone baby bump visible in white shirt
ବେବୀ ବମ୍ପ୍ ସହ ବାହାରେ ନଜର ଆସିଲେ ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ଗର୍ଭଧାରଣ ସମୟକୁ ଖୁବ୍ ଉପଭୋଗ କରୁଛନ୍ତି। ଏହାରି ଭିତରେ ସେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା।

Sonam kapoor shaving photo viral on internet
ମୁହଁରେ ସେଭିଂ କ୍ରିମ୍ ମାରି, ରେଜର୍‌ରେ ଦାଢି କାଟୁଛନ୍ତି ସୋନମ କପୁର

ସୋନମ କପୁରଙ୍କ ପାରମ୍ପରିକ୍ ଲୁକ୍ ହେଉ କି ପାଶ୍ଚାତ୍ୟ ଲୁକ୍, ତାଙ୍କ ଷ୍ଟାଇଲ୍ ମିଟର ସର୍ବଦା ଉଚ୍ଚରେ ଥାଏ। ସୋନମ ସୋସିଆଲ ମିଡିଆରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଏହାର ରହସ୍ୟକୁ ଖୋଲି ଦେଇଛନ୍ତି। ସେ ରେଜର୍ ଧରି ଦାଢି କାଟୁଛନ୍ତି।

Shobhit dhulipala wreaked havoc wearing a golden dress fans said looking like Oscar
Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଘାତକ ଅବତାରରେ ଶୋଭିତା ଧୁଲିପାଲା

ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନିଜର ଅଭିନୟ କାରଣରୁ ଶୋଭିତା ଧୁଲିପାଲା ଚର୍ଚ୍ଚାରେ ରହିଥା’ନ୍ତି। ଆଜିକାଲି ଅଭିନେତ୍ରୀ କାନ୍ସ ୨୦୨୪ରେ ନିଜର ଜଲ୍‌ୱା ଦେଖାଉଥିବ ନଜର ଆସିଛନ୍ତି। ସେ ଏକ ସୁବର୍ଣ୍ଣ ରଙ୍ଗର ପୋଷାକରେ ଏକ ଫଟୋସୁଟ୍ କରିଛନ୍ତି ଏବଂ ଯାହାର ଛବି ଶେୟାର୍ କରିଛନ୍ତି।

Aastha shah got chance to walk on cannes film festival red carpet
Cannes Film Festival 2024: ଏମିତି ରୋଗ ସତ୍ତ୍ୱେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମିଳିଗଲା ସୁଯୋଗ; ଦେଖେଇଦେଲେ କରାମତି

'ଭିଟିଲିଗୋ'ରେ ପୀଡିତ ଆସ୍ଥା ଶାହା ଜଣେ କଣ୍ଟେଣ୍ଟ୍ କ୍ରିଏଟର୍ ଯିଏ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଗର୍ବର ସହିତ ନିଜକୁ ଉପସ୍ଥାପିତ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି, 'ବର୍ଷ ବର୍ଷ ଧରି ମୋର ଭିଟିଲିଗୋ(ଧଳା ଧଳା ଛଉ ଭଳି ରୋଗ) ହେତୁ ମୁଁ ନିଜକୁ ସୁନ୍ଦର ଅନୁଭବ କରିବାକୁ ସଂଘର୍ଷ କରୁଥିଲି। ଆଜି ମୁଁ ମୋର ଭିଟିଲିଗୋ ସତ୍ତ୍ୱେ କାନ୍ସରେ ରେଡ୍ କାର୍ପେଟ୍‌ରେ ଚାଲିଲି। ମୁଁ ସମସ୍ତଙ୍କୁ ଦେଖାଇବାକୁ ଚାହେଁ ଯେ ସୌନ୍ଦର୍ଯ୍ୟ ସବୁ ପ୍ରକାରେ ଦେଖାଦେଇପାରେ।

'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ୍‌; କାଟ୍ରିନା କହିଲେ ଆଉ ଅପେକ୍ଷା କରିପାରିବି ନାହିଁ
Trailer Lunch: 'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ୍‌; କାଟ୍ରିନା କହିଲେ ଆଉ ଅପେକ୍ଷା କରିପାରିବି ନାହିଁ

ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍'ର ଟ୍ରେଲର ଲଞ୍ଚ କରାଯାଇଛି। କାର୍ତ୍ତିକ ଆର୍ଯ୍ୟନଙ୍କ ‘ଚନ୍ଦୁ ଚମ୍ପିୟନ’ର ଟ୍ରେଲରକୁ ଦେଖୁଥିବା ଲୋକଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଜଣେ। ସେ ଟ୍ରେଲର୍ ଦେଖି ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି।

Kiara advani gave glimpse of her outfit before debut at the 77th cannes film festival
କିଆରା ଦେଖେଇଲେ ଲୁକ୍‌ର ଝଲକ; ଫ୍ୟାଶନ ଷ୍ଟାଇଲ୍‌ ଦେଖି ଦିୱାନା ହେଲେ ପ୍ରଶଂସକ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫ୍ରେଞ୍ଚ ରିଭେରାରେ ପହଞ୍ଚିଛନ୍ତି। ସେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରେଡ୍ କାର୍ପେଟ୍‌ରେ ନିଜ ସୌନ୍ଦର୍ଯ୍ୟର ଜଲ୍‌ୱା ଦେଖେଇବା ପୂର୍ବରୁ କିଆରା ତାଙ୍କ ଲୁକ୍‌ର ଝଲକ ଦେଖାଇଛନ୍ତି। ତାଙ୍କର ଏହି ପୂର୍ବ ଝଲକ ପ୍ରଶଂସକଙ୍କ ପାଗଳ କଲାଣି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ ଷ୍ଟାଇଲ୍‌କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି।

Tmkoc fame gurucharan singh came home you will be surprised to know the fact
ଘରକୁ ଫେରିଲେ 'ତାରକ ମେହେଟ୍ଟା କା ଉଲ୍‌ଟା ଚଶ୍‌ମା'ର ସୋଡି; ଏତେଦିନ ଯାଏ କୋଉଠି ଥିଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୁରୁଚରଣ ସିଂହ ବର୍ତ୍ତମାନ ୨୫ ଦିନ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଗୁରୁଚରଣଙ୍କୁ ପଚରାଉଚରା ପରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ କହିଛନ୍ତି ଯେ ସେ ଆଡେ ସାଡେ ବୁଲୁଥିଲେ। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଏବଂ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

Farah khan launched chhota bheem and the curse of damyaan trailer
Trailer Launched: 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ଟ୍ରେଲର ଲଞ୍ଚ; ଆକ୍ସନ୍‌ରେ ଭରପୂର

ଚଳଚ୍ଚିତ୍ର ନିର୍ମାତା-କୋରିଓଗ୍ରାଫର ଫରାହ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ନିର୍ମାତାଙ୍କ ସହ ମୁମ୍ବାଇର ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ଏହି ଦିନ ହେବ ଫିଲ୍ମ ରିଲିଜ୍।

Anushka Sharma may take a big decision to leave india with her husband
ଅଭିନୟ ସହ ଭାରତ ଛାଡିଦେବେ ଅନୁଷ୍କା ଶର୍ମା ! ବିରାଟଙ୍କ ସହ ଚାଲିଯିବେ କି ଲଣ୍ଡନ୍ !

ଭାରତ ଛାଡିଦେଇ ପାରନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅଭିନୟକୁ ମଧ୍ୟ କରି ପାରନ୍ତି ବାଏ ବାଏ। ସେ ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ ଲଣ୍ଡନ ପଳେଇ ଯାଇ ପାରନ୍ତି। ବିରାଟ୍ କୋହଲିଙ୍କ ଏକ ଭିଡିଓ ସମସ୍ତଙ୍କୁ ଏମିତି ଚିନ୍ତାରେ ପକେଇ ଦେଇଛି।

Aishwarya rai bachchan cannes 2024 red carpet look with different hairstyle
କାନ୍ସ ଫିଲ୍ମ ଫେଷ୍ଟିଭାଲରେ କମାଲ କଲେ ଐଶ୍ୱର୍ଯ୍ୟା ରାୟ; ସମସ୍ତଙ୍କ ନଜର ଚୁଟିରେ

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପାଇଁ ସବୁବେଳେ ଅପେକ୍ଷା ଥାଏ। ତାଙ୍କ ରୂପ, ତାଙ୍କ ଚେହେରା, ତାଙ୍କ ହେୟାର୍ ଷ୍ଟା‍ଇଲ୍ ଲୋକଙ୍କୁ ସବୁବେଳେ ପାଗଳ କରିଆସିଛି। ନିକଟରେ ଯେତେବେଳେ ତାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ତାଙ୍କ ହାତରେ ଏକ ପ୍ଲାଷ୍ଟର ହୋଇଥିଲା। କିନ୍ତୁ ବର୍ତ୍ତମାନ ଯେତେବେଳେ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ଅଂଶ ହୋଇଗଲେ, ତାଙ୍କ ହାତରେ ଆଘାତ ତ ଦେଖାଯାଉଥିଲା କିନ୍ତୁ ତାଙ୍କ ହେୟାର ଷ୍ଟାଇଲରେ କିଛି ନୂଆ ଦେଖିବାକୁ ମିଳିଲା ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି।

AR Rahman
ରହମାନ କହିଲେ ମନର କଥା, ବଖାଣିଲେ ପୁରୁଣା ଦିନର ଦୁଃଖ କାହାଣୀ

ଏ.ଆର୍.ରେହମାନଙ୍କୁ ଆଜି କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । କିନ୍ତୁ ତାଙ୍କର ସଙ୍ଗୀତ ସାଧନା ଏତେ ସହଜ ନଥିଲା । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି ।

Kartik aaryans chandu champion first poster out
କାର୍ତ୍ତିକ ଆର୍ଯ୍ୟନଙ୍କ ଏମିତି ଶକ୍ତିଶାଳୀ ଫିଜିକ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କିଛି ଦିନ ହେବ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଫାଷ୍ଟ୍ ପୋଷ୍ଟର ରିଲିଜ୍ ହୋଇଛି। ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏହି ଅବତାରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Nitesh tiwari Ramayana is more expensive than adipurush rrr
ରଣବୀରଙ୍କ 'ରାମାୟଣ'ର ବଜେଟ୍ ଶୁଣିଲେ ଉଡିଯିବ ହୋସ୍; ଜାଣନ୍ତୁ କେତେ କୋଟି ଖର୍ଚ୍ଚ

ଫିଲ୍ମ 'ରାମାୟଣ' ରିଲିଜ୍ ହେବା ପୂର୍ବରୁ ଏକ ନୂଆ ରେକର୍ଡ ସୃଷ୍ଟି କରିସାରିଛି। ଏହି ପୌରାଣିକ ଫିଲ୍ମ 'ରାମାୟଣ: ପାର୍ଟ ୧'ର ବଜେଟ୍ ୧୦୦ମିଲିୟନ୍ ଆମେରିକୀୟ ଡଲାର ଅର୍ଥାତ୍ ୮୩୫ କୋଟି ଟଙ୍କା ହେବ।

What will be special from india in cannes film festival 2024
Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଧମାଲ କରିବ ଏହି ଭାରତୀୟ ଫିଲ୍ମ; ଦୁନିଆ ଦେଖିବ ଏହି ନାୟିକାଙ୍କ ଝଲକ

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ଆରମ୍ଭ ହୋଇଯାଇଛି, ଯାହା ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଜଣାଶୁଣା ସେଲିବ୍ରିଟିମାନେ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। ତେବେ ଭାରତ ତରଫରୁ ଏହି ଚଳଚ୍ଚିତ୍ର ମହୋତ୍ସବରେ କ’ଣ ବିଶେଷ ହେବା ତାହା ଜାଣିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।

Urfi javed bald look photo viral on social media
Viral: ନଣ୍ଡା ହୋଇଗଲେ ଉର୍ଫି; ଲୋକେ କହିଲେ ସିଝା ଅଣ୍ଡା ଭଳି ଲାଗୁଛି

ସୋସିଆଲ ମିଡିଆ ସେନ୍‌ସେସ୍ ଉର୍ଫି ଜାଭେଦ ପୁଣିଥରେ ତାଙ୍କ ଚେହେରା ଦ୍ୱାରା ଲୋକଙ୍କୁ ଚକିତ କରିଛନ୍ତି। ଏଥର ସେ ଏମିତି କିଛି କରିଛନ୍ତି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବ। ତାଙ୍କ ପ୍ରଶଂସକମାନେ ତ ଭାବୁଛନ୍ତି ସେମାନେ ବୋଧହୁଏ ସ୍ୱପ୍ନ ଦେଖୁଛନ୍ତି।

Kareena kapoor saif ali khan brutally trolled for kissing
Viral Video: ସର୍ବସାଧାରଣରେ କିସ୍ କଲେ କରୀନା-ସୈଫ୍‌; ଲୋକେ କହିଲେ ଘରେ ସମୟ ନାହିଁ କି…

ବର୍ତ୍ତମାନ ସୈଫ୍‌ ଅଲି ଖାନ ଏବଂ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କ୍ୟାମେରା ସାମ୍ନାରେ ଏହି ଯୋଡି ଏମିତି କିଛି କରିଦେଇଛନ୍ତି ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

Sonakshi sinha talks about her marriage
ବିବାହ କଥା ଶୁଣି ଜଳିଲେ ସୋନାକ୍ଷୀ ସିହ୍ନା; କହିଲେ ଏବେ ବି ମୁଁ ଅବିବାହିତ

ଏବେ 'ହିରାମଣ୍ଡି’ର ପୁରା ଷ୍ଟାର୍ କାଷ୍ଟ୍ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ନଜର ଆସିଥିଲେ। ଏହି ସମୟରେ କପିଲ ଶର୍ମା ସୋନାକ୍ଷୀ ସିହ୍ନାଙ୍କୁ ବିବାହକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ସେ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ।

Case registered against allu arjun due to traffic problem caused by crowd
ଏମିତି ଭୁଲ୍ କରିଦେଲେ ଅଲୁ ଅର୍ଜୁନ; ଲାଗିଲା ଆଇପିସି ଧାରା ୧୮୮

ଅଲୁ ଅର୍ଜୁନଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଃଖ ଖବର। ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୮୮। ସେ ତାଙ୍କ ସାଙ୍ଗ ପାଇଁ ନିର୍ବାଚନୀ ପ୍ରଚାରରେ ସାମିଲ୍ ହୋଇଥିଲେ। ଭିଡ ଜମିବାରୁ ନିଆଗଲା ଏମିତି ପଦକ୍ଷେପ।

Aunty energetic dance on chikni chameli in wedding
Viral Video: ଆଣ୍ଟିଙ୍କର ଧୂଆଁଦାର ଡ୍ୟାନ୍ସ ଆଗରେ ଫିକା ପଡିଯିବେ କ୍ୟାଟ୍ରିନା; ଆପଣ ଦେଖିଲେ ବି କହିବେ, କି ଏନର୍ଜୀ !

ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେ ସେ ଡ୍ୟାନ୍ସ ଦେଖିବା ପରେ, ଆପଣ ମଧ୍ୟ କହିବେ ଯେ ଏ ଆଣ୍ଟି କି ଡ୍ୟାନ୍ସ କଲେ ମ! ଗୋଲାପୀ ରଙ୍ଗର ଶାଢିରେ ସୁନ୍ଦର ଦେଖାଯାଉଥିବା ଏହି ଆଣ୍ଟିଙ୍କ ଏନର୍ଜି ତୁଳନାରେ କ୍ୟାଟ୍ରିନା କୈଫ୍‌ଙ୍କ ଚମତ୍କାରିତା ମଧ୍ୟ ଫିକା ପଡିଯିବ।

Umasophia srivastava gave up crown of miss teen usa
ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଜିତିଥିବା ଉମାସୋଫିଆ ଶ୍ରୀବାସ୍ତବ ତାଙ୍କ ଟାଇଟଲ୍ ଛାଡି ଦେଇଛନ୍ତି। ଏହି ସୂଚନା ମିସ୍ ୟୁଏସ୍ଏ ୨୦୨୩ ନୋଏଲିୟା ଭୋଇଗଟ୍ ଦ୍ୱାରା ନିଜ ଟାଇଟଲ୍ ଛାଡିବାର ଦୁଇ ଦିନ ପରେ ଆସିଛି।

  • Friday, 10 May 2024
  • USA