Advertisment

Rapper Badshah: ରାପର୍‌ ବାଦଶାହଙ୍କ କ୍ଲବ୍‌ ପାଖରେ ବୋମା ମାଡ଼; ଚାରିଆଡ଼େ ଆତଙ୍କ

ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ହୋଇଛି ବୋମା ବିସ୍ଫୋରଣ। ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା କ୍ଲବ୍‌ ହେଉଛି ରାପର୍‌ ତଥା ଗାୟକ ବାଦଶାହଙ୍କର।

author-image
Pramod Behera
ଅଦ୍ୟତନ ହୋଇଛି
Explosion near Chandigarh bar owned by rapper badshah

Explosion near Chandigarh bar owned by rapper badshah

ଚଣ୍ଡିଗଡ଼ରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ସକାଳେ ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ଏକ ବୋମା ବିସ୍ଫୋରଣ ଘଟିଥିବା ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା କ୍ଲବ୍‌ ହେଉଛି ରାପର୍‌ ତଥା ଗାୟକ ବାଦଶାହଙ୍କର।

Advertisment

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଦୁଇ ଅଜ୍ଞାତ ବାଇକ ଆରୋହୀ ଦେଶୀ ବୋମା ଦ୍ୱାରା ଏହି ବିସ୍ଫୋରଣ କରିଛନ୍ତି। ତେବେ ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଅଧିକ ପଢ଼ନ୍ତୁ: 'ପୁଷ୍ପା-୨' ଫିଲ୍ମ ‘କିସ୍ ଇକ୍’ ଗୀତର ଟିଜର୍ ରିଲିଜ୍; 'ଓ ଆଣ୍ଟାୱା'କୁ ଦେବ ମାତ୍

Advertisment

ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ବାଇକ୍ ଆରୋହୀ ରାତି ୨.୩୦ ରୁ ୨.୪୫ ମଧ୍ୟରେ Seivelle Bar & Lounge କ୍ଲବରେ ବିସ୍ଫୋରକ ଫିଙ୍ଗିଥିଲେ। ବିସ୍ଫୋରଣ ପରେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।


ଘଟଣାସ୍ଥଳରେ ଫୋରେନ୍‌ସିକ୍ ଟିମ୍:

ଏହି ଘଟଣା ଯୋଗୁଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଏହି ବିସ୍ଫୋରଣରେ କେହି ଆହତ ହୋଇ ନ ଥିବା ଖବର ଆସ୍ୱସ୍ତି ଦେଉଛି। ଏହି ବିସ୍ଫୋରଣକୁ ଗୁରୁତର ସହ ନେଇ ଚଣ୍ଡିଗଡ଼ ପୋଲିସ ଘଟଣାସ୍ଥଳରେ ଫୋରେନସିକ୍ ଟିମ୍‌କୁ ନିୟୋଜିତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ବିସ୍ଫୋରଣର କାରଣ ଜାଣିବା ପାଇଁ ପୋଲିସ ସବୁ ଦିଗରୁ ଅନୁସନ୍ଧାନ କରୁଛି।


ଦେଶୀ ବୋମାରେ ବିସ୍ଫୋରଣ:

ଚଣ୍ଡିଗଡ଼ ପୋଲିସ ସୂତ୍ରରୁ ପ୍ରକାଶ ଯେ ଘଟଣାସ୍ଥଳରୁ କିଛି ଝୋଟ ଦଉଡି ମଧ୍ୟ ଉଦ୍ଧାର କରାଯାଇଛି। ନାଇଟ୍ କ୍ଲବ୍ ବାହାରେ ଦେଶୀ ବୋମା ଦ୍ୱାରା ବିସ୍ଫୋରଣ କରାଯାଇଛି।

ଅଧିକ ପଢ଼ନ୍ତୁ: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା

ଏହି ବିସ୍ଫୋରଣ ଘଟିବା ବେଳେ ନାଇଟ୍ କ୍ଲବ୍‌ ବନ୍ଦ ଥିଲା। ଏଭଳି ପରିସ୍ଥିତିରେ ଏହି ବିସ୍ଫୋରଣ କେବଳ ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ତଥାପି ପୋଲିସ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ।

ରେଷ୍ଟୁରାଣ୍ଟରେ କାମ କରୁଥିବା ବ୍ୟକ୍ତିଙ୍କ ମତ:

ଯେଉଁଠାରେ ବିସ୍ଫୋରଣ ଘଟିଥିଲା ​​ସେହି ରେଷ୍ଟୁରାଣ୍ଟ୍‌ରେ କାମ କରୁଥିବା ପୁରନ ନାମକ ଜଣେ କର୍ମଚାରୀ ANI କୁ କହିଛନ୍ତି ଯେ, “ପ୍ରବଳ ବିସ୍ଫୋରଣ ଶୁଣିବା ପରେ ଆମେ ବାହାରକୁ ଆସିଥିଲୁ। କବାଟର କାଚ ଭାଙ୍ଗିଯାଇଥିଲା, ପରେ ଆମେ ପୋଲିସକୁ ଅଭିଯୋଗ କରିଥିଲୁ। ଯେତେବେଳେ ଏହି ବିସ୍ଫୋରଣ ଘଟିଲା, ରେଷ୍ଟୁରାଣ୍ଟ ଭିତରେ ୭-୮ କର୍ମଚାରୀ ଉପସ୍ଥିତ ଥିଲେ। ଏଥିରେ କେହି ଆହତ ହୋଇନାହାଁନ୍ତି।”

ପୋଲିସ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ:

ତେବେ ଏହି ଘଟଣା ସମ୍ପର୍କରେ ବାଦଶାହା ଏପର୍ଯ୍ୟନ୍ତ କୌଣସି ମତ ଦେଇନାହାଁନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସେଠାରେ ଥିବା ସିସିଟିଭି ଫୁଟେଜ୍‌କୁ ମଧ୍ୟ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଛି। ଲୋକଙ୍କୁ ପଚରାଉଚରା କରାଯାଉଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: 'ପୁଷ୍ପା ୨' ଟ୍ରେଲର ଲଞ୍ଚ୍‌ ବେଳେ ପାଟନାବାସୀଙ୍କୁ କ୍ଷମା ମାଗିଲେ ଅଲ୍ଲୁ ଅର୍ଜୁନ

Bomb Blast Bollywood Indian Rapper Badshah
Advertisment
Advertisment