Advertisment

Kanguva Collection Day 3: କମାଲ କରୁନି 'କଙ୍ଗୁଭା'; ୩୫୦ କୋଟିର ଫିଲ୍ମ ରୋଜଗାରରେ ଧିମଉଛି

ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ତେବେ ଆସନ୍ତୁ ୩ ଦିନରେ ସାରା ଦେଶରେ ଫିଲ୍ମ କେତେ କୋଟି ରୋଜଗାର କରିଛି ସେ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
suriya bobby deol film Kanguva  huge dip in india

suriya bobby deol film Kanguva huge dip in india

ତାମିଲ ସୁପରଷ୍ଟାର ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ପ୍ରଥମ ଦିନରେ ବହୁତ କମ୍ ରୋଜଗାର ସହିତ ବକ୍ସ ଅଫିସରେ ‘କଙ୍ଗୁୱା’ ଖାତା ଖୋଲିଥିଲା।

Advertisment

ଆଶା କରାଯାଉଥିଲା ଏହାର ଦ୍ୱିତୀୟ ଦିନରୁ ରୋଜଗାରରେ ବୃଦ୍ଧି ହେବ। କିନ୍ତୁ ସେମିତି କିଛି ହେଲାନି। ଫିଲ୍ମ ଦ୍ୱିତୀୟ ଦିନରେ ଏହାର ରୋଜଗାରରେ ଏକ ବିରାଟ ହ୍ରାସ ରେକର୍ଡ କରିଛି। ତୃତୀୟ ଦିନରେ ମଧ୍ୟ ଫିଲ୍ମର ବ୍ୟବସାୟରେ ସେମିତି କିଛି ଦେଖିବାକୁ ମିଳିନି। ତେବେ ଆସନ୍ତୁ ୩ ଦିନରେ ସାରା ଦେଶରେ ଫିଲ୍ମ କେତେ କୋଟି ରୋଜଗାର କରିଛି ସେ ବିଷୟରେ ଜାଣିବା।

ସୂର୍ଯ୍ୟାଙ୍କ ଚଳଚ୍ଚିତ୍ର 'କଙ୍ଗୁଭା' ସମାଲୋଚକମାନଙ୍କ ଠାରୁ ମିଶ୍ରିତ ସମୀକ୍ଷା ପାଉଛି ଏବଂ ଏହାର ପ୍ରଭାବ ବକ୍ସ ଅଫିସ୍ ରୋଜଗାରରୁ ସ୍ପଷ୍ଟ ଦେଖାଯାଉଛି। ଦର୍ଶକମାନେ ଏହି ଫିଲ୍ମ ରେ ସୂର୍ଯ୍ୟା ଏବଂ ବବି ଦେଓଲଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି ସତ, କିନ୍ତୁ ସେମାନେ ଏହାର କାହାଣୀ ପାଇଁ ନିରାଶ ହେଉଥିବା ଦେଖିବାକୁ ମିଳେ।

Advertisment

‘କଙ୍ଗୁଭା’ ବକ୍ସ ଅଫିସରେ ଦୁଇ ଅଙ୍କରୁ ରୋଜଗାର କରିବା ଆରମ୍ଭ କରିଥିଲା। କିନ୍ତୁ ପରଦିନ ଫିଲ୍ମ ଏକ ଅଙ୍କକୁ ପଳେଇଆସିଲା। SACNILC ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ପ୍ରଥମ ଦିନରେ ଅର୍ଥାତ୍ ଗୁରୁବାର ଦିନ ସାରା ଦେଶରେ ୨୪ କୋଟି ଟଙ୍କା ବ୍ୟବସାୟ କରିଥିଲା। ଫିଲ୍ମ ତାମିଲ୍‌ରେ ୧୪.୯ କୋଟି ଟଙ୍କା ରୋଜଗାର କରିଥିବା ବେଳେ ହିନ୍ଦୀରେ ୩.୫ କୋଟି, ତେଲୁଗୁରେ ୫.୫ କୋଟି, କନ୍ନଡରେ ୩ ଲକ୍ଷ ଓ ମାଲାୟାଲମ୍ ୭ ଲକ୍ଷ ଟଙ୍କା ରୋଜଗାର କରିଛି।

ଏହି ଫିଲ୍ମ ଦ୍ୱିତୀୟ ଦିନ ଅର୍ଥାତ ଶୁକ୍ରବାର ଦିନ ୯.୨୫ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ତାମିଲ୍‌ରେ ୪.୬୧ କୋଟି ଟଙ୍କା ରୋଜଗାର କରିଥିବା ବେଳେ ହିନ୍ଦୀରେ୨.୪ କୋଟି, ତେଲୁଗୁରେ ୨.୨ କୋଟି, କନ୍ନଡରେ ୩ ଲକ୍ଷ ଓ ମାଲାୟାଲମରେ ୧ ଲକ୍ଷ ଟଙ୍କା ରୋଜଗାର କରିଛି।

ସେହିପରି ଶନିବାର ମଧ୍ୟ ୯.୫୦ କୋଟି ଟଙ୍କା ଆୟ କରିଥିଲା। ଏହିପରି ଫିଲ୍ମଟି ସାରା ଦେଶରେ ୩ ଦିନ ମଧ୍ୟରେ ହାପ୍ ସେଞ୍ଚୁରି ବି ମାରିପାରିନି। ଫିଲ୍ମଟି ମୋଟ ୪୨.୭୫ କୋଟି ଟଙ୍କା ବ୍ୟବସାୟ କରିଛି।

ଏହି ଫିଲ୍ମ୍ ସାରା ବିଶ୍ୱରେ ୧୦ ହଜାର ପରଦାରେ ମୁକ୍ତିଲାଭ କରିଛି। ତାମିଲ ସହିତ ଏହା କନ୍ନଡ, ମାଲାୟାଲମ୍, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି। ବିଶେଷ କଥା ହେଉଛି ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା'ରେ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।

‘କଙ୍ଗୁଭା’ରେ ଐତିହାସିକ ଯୁଦ୍ଧ ସିନ୍ ଏବଂ ଭବ୍ୟ ଦୃଶ୍ୟ ରହିଛି ଯାହା ୧,୫୦୦ ବର୍ଷର ପୁରୁଣା। ହିନ୍ଦୀ ବେଲ୍ଟର ଦର୍ଶକଙ୍କ ପାଇଁ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ ଆକର୍ଷଣ ହେଉଛନ୍ତି ବବି ଦେଓଲ୍। ବବିଙ୍କ ଭୟଙ୍କର ରୂପକୁ ନେଇ ସାରା ଇଣ୍ଡଷ୍ଟ୍ରୀରେ ଅନେକ ଆଲୋଚନା ହେଉଛି। ଫିଲ୍ମରେ ଆକ୍ସନ୍ ଏବଂ ସିନେମାଟୋଗ୍ରାଫି ପାଇଁ ନିର୍ମାତା ହଲିଉଡ୍ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି।


ମୋଟ୍ ବଜେଟ୍:

ସୂର୍ଯ୍ୟା ଏବଂ ବବି ଦେଓଲଙ୍କ 'କଙ୍ଗୁଭା' ଏକ ବଡ ବଜେଟ୍‌ରେ ପ୍ରସ୍ତୁତ କରାଯାଇଛି। ୩୫୦ କୋଟି ଟଙ୍କା ବ୍ୟୟରେ ଏହା ତିଆରି ହୋଇଛି। ବର୍ତ୍ତମାନ ସମୟରେ ଏହା ସବୁଠାରୁ ମହଙ୍ଗା ତାମିଲ୍ ଫିଲ୍ମ ହୋଇଛି। ଏହି ଫିଲ୍ମଟି ୭ଟି ବିଭିନ୍ନ ଦେଶରେ ସୁଟିଂ କରାଯାଇଛି। 'କଙ୍ଗୁଭା'ର ନିର୍ଦ୍ଦେଶନା ଦେଇଛନ୍ତି ଶିବା ଏବଂ ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି। ଏହି ଫିଲ୍ମରେ ଦିଶା ପାଟନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Surya Bobby Deol South Indian Films
Advertisment
Advertisment