• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀଙ୍କୁ ଦିଆଗଲା ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର । ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍‌ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି ।

ଏହି ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ରଘୁବର ଦାସ । ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଚଳଚ୍ଚିତ୍ର ରଘୁ ସର୍ଦ୍ଦାର ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି ।

ଅଧିକ ପଢନ୍ତୁ: ବଢିଲା ମହିଳାଙ୍କ ଗୁରୁତ୍ବ; CISFରେ ମହିଳା ବାଟାଲିୟନ୍, ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ପ୍ରତୀକ୍ଷା ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଡାଲ୍‌ଚିନି ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି । ୨୦୨୨ ବର୍ଷ ପାଇଁ ଚଳଚ୍ଚିତ୍ର ଦମନ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ବାବୁଶାନ୍ ମହାନ୍ତି ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲୋପାମୁଦ୍ରା ମିଶ୍ରଙ୍କୁ ବୋଉର ହାତ ବାକ୍ସ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ ଅବସରରେ ଶୁଣିବାକୁ ମିଳିଥିଲା ହାସ୍ୟ ସମ୍ରାଟ୍ କୁହାଯାଉଥିବା ଜୟୀଙ୍କ ସିଗ୍ନେଚର୍ ଡାଇଲଗ୍ ଓ ଚିରପରିଚିତ ହସ ।

ସେହିପରି ଓଡ଼ିଆ ସିନେମା ସହ ଜଡ଼ିତ କଳାକାର, ଟେକନିସିଆନ ଓ ନିର୍ଦ୍ଦେଶକଙ୍କ ବିରୋଧରେ ସାମାଜିକ ଗଣମଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖି ଆସୁଥିବା ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ କଟକ ସାଇବର ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ଓଲିଉଡ୍ କଳି । ଗତ କିଛିଦିନ ତଳେ ପ୍ରେସମିଟ୍ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିବା ସହ ନାଁ ନେଇ କିଛି ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବି ଟାର୍ଗେଟ୍ କରିଥିଲେ ମନୋଜ ମିଶ୍ର ।

ସିନେମା ମୋ ବୋପାର ନୁହେଁ, ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପରିଚୟ । ଯିଏ ସିନେମାର ଶତ୍ରୁ, ସେ ମୋର ବି ଶତ୍ରୁ । ଆଗାମୀ ପିଢ଼ି ଯେମିତି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ ଏମିତି କହୁଥିବି ବୋଲି କହିଥିଲେ ମନୋଜ । ଏପଟେ ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ତାଙ୍କୁ ଘେରିଥିଲେ ବରିଷ୍ଠ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଓ ନିର୍ଦ୍ଦେଶକ ତାପସ ସରଘରିଆ । ସବ୍ୟସାଚୀ କହିଛନ୍ତି-‘ମନୋଜ ମିଶ୍ର ଏଭଳି ବକ୍ତବ୍ୟ ଦେବା ବନ୍ଦ କରନ୍ତୁ । ଓଡ଼ିଶାରେ ଭଲ ଫିଲ୍ମ ପାଇଁ ଚେଷ୍ଟା ଚାଲିଛି, ଭଲ ଫିଲ୍ମ ବି ହେଉଛି । ମନୋଜ ମିଡିଆ ଆଟେନସନ୍‌ରେ ରହିବାକୁ ଚାହାଁନ୍ତି । ସବୁ ନିର୍ଦ୍ଦେଶକଙ୍କୁ ଏମିତି ଦୋଷାରୋପ କରିବା ଗ୍ରହଣଯୋଗ୍ୟ ନୁହେଁ ।’

ସେମିତି ନିର୍ଦ୍ଦେଶକ ତାପସ ସରଘରିଆ ବି ମନୋଜଙ୍କ ବିରୋଧରେ ରଖିଥିଲେ କଡ଼ା ପ୍ରତିକ୍ରିୟା । ଖାଲି କଥା ନୁହେଁ କାମରେ କରି ଦେଖାଇବାକୁ ମନୋଜଙ୍କୁ ଆହ୍ୱାନ ଦେବା ସହ ସେ ବାଛିଥିବା ବାଟ ଠିକ୍ ନୁହେଁ ଓ ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି ବୋଲି ସଫା ସଫା ଶୁଣାଇଛନ୍ତି । ଗତବର୍ଷ ଅକ୍ଟୋବରରେ ବି ବିବାଦ ଘେରକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର । ତାଙ୍କ ଅଭିନୀତ ମାଇଣ୍ଡଗେମ୍ ସିନେମାର ରିଲିଜ୍‌କୁ ନେଇ ସମସ୍ୟା ଓ ଅରିନ୍ଦମଙ୍କ ଅଭିନୀତ ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆନଯିବାକୁ ନେଇ ତେଜିଥିଲା ବିବାଦ । ସ୍ଥିତି ଏମିତି ହୋଇଥିଲା ଯେ-ଉତ୍କଳ ସିନେ ଚାମ୍ବର ଅଫ କମର୍ସ ମନୋଜଙ୍କୁ ୨ବର୍ଷ ବ୍ୟାନ୍ କରିଥିଲା ।

ଅଧିକ ପଢନ୍ତୁ: ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ; ବିଳମ୍ବରେ ଚାଲିଛି ୧୦୭ ବିମାନ, ୩ ବାତିଲ...

OTV is now on Whatsapp

Join and get latest news update delivered to you via whatsapp

Join Now