ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ଆଲୋଚନା ହେଉଥିବା ମତଭେଦ ଖବରକୁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗେଇଛନ୍ତି, ଯେତେବେଳେ ଏହି ଦମ୍ପତି ମୁମ୍ବାଇରେ ନିଜ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।
ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଜୋର୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
'ଆଇ ୱାଣ୍ଟ୍ ଟୁ ଟକ୍'ର ପୋଷ୍ଟରରେ ଅଭିଷେକ ବଚ୍ଚନ ଏକ ଲମ୍ବା କୋଟ୍ ଏବଂ କାର୍ଟୁନ୍ ଚିତ୍ର ଥିବା ପ୍ୟାଣ୍ଟ ପିନ୍ଧିଛନ୍ତି, ଯାହା ସାଧାରଣତଃ ଘରେ ପିନ୍ଧାଯାଇଥାଏ। ପେଟରେ ଅଛି ସର୍ଜରୀ ଚିହ୍ନ।
ଅଭିଷେକ ବଚ୍ଚନଙ୍କ ନୂଆ ଫିଲ୍ମ 'ବି ହାପୀ' ର ଫାଷ୍ଟ୍ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି। ଏହାର କାହାଣୀ ସିଙ୍ଗଲ୍ ଫାଦର ଏବଂ ତାଙ୍କ ଝିଅର ଅନନ୍ୟ ଏବଂ ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ।
ଆଜିକାଲି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଆଲୋଚନା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି ଯେ ସେ କେଉଁଭଳି ସ୍ୱାମୀ ଚାହୁଁଛନ୍ତି।
ଅମ୍ବାନୀ ପରିବାରର ବିବାହ ପାର୍ଟୀ ପରେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାର ଚର୍ଚ୍ଚାରେ ରହିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟରେ କ’ଣ ମତଭେଦ ଚାଲିଛି ତାହ ପ୍ରଶଂସକ ଜାଣିବାକୁ ଚାହୁଁଛନ୍ତି। ଏହି ଖବର ଥମି ଆସୁଥିବା ବେଳେ ଅଭିଷେକ ଏହାକୁ ପୁଣି ଇନ୍ଧନ ଯୋଗାଇଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ସ୍ୱାସ୍ଥ୍ୟ ଖବରକୁ ନେଇ ଆଜିକାଲି ଚର୍ଚ୍ଚାର ଏକ ଅଂଶ ହୋଇଛନ୍ତି। ନିକଟରେ ଖବର ଆସିଥିଲା ଯେ ତାଙ୍କର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଏହା ପରେ ଏହି ଖବର ଲଗାତର ଚାଲିଥିଲା। ବର୍ତ୍ତମାନ ଅମିତାଭ ବଚ୍ଚନ ଏଭଳି ଖବରରେ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି।
ଆଜି ଅଭିଷେକ ବଚ୍ଚନଙ୍କ ୪୮ତମ ଜନ୍ମଦିନ ଏବଂ ଏହି ବିଶେଷ ଅବସରରେ ଆମେ ଉଭୟଙ୍କ ସହ ଜଡିତ ଏକ ଝଗଡାକୁ ଆପଣଙ୍କ ସହ ଶେୟାର୍ କରିବୁ। ଅଭିଷେକଙ୍କ ସହ ପ୍ରତିଦିନ ଝଗଡା ହୁଏ ବୋଲି କହିଥିଲେ ଐଶ୍ୱର୍ଯ୍ୟା।
ଏତେ ବର୍ଷର କ୍ୟାରିଅରରେ ଐଶ୍ୱର୍ଯ୍ୟା ରାୟ ନିଜର ଏକ ଶକ୍ତିଶାଳୀ ନେଟ୍ୱର୍ଥ କରି ଦେଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କଠାରୁ ବି ଅଧିକ। ତାଙ୍କ ମୋଟ ସମ୍ପତ୍ତି ବି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବିବାହର ୫୦ ବର୍ଷ ପୂରଣ କରିଥିବାରୁ ସାରା ବିଶ୍ୱରୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି। ଏହି ଅବସରରେ ଦମ୍ପତିଙ୍କର ଉଭୟ ସନ୍ତାନ ଶ୍ୱେତା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ସେମାନଙ୍କ କିଛି ବିରଳ ଫଟୋ ସହିତ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ଏଥିରେ ପ୍ରଶଂସକମାନେ ସେମାନଙ୍କ ଭଲ ପାଇବା ଢାଳିଦେଉଥିବା ଦେଖାଯାଏ।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବଲିଉଡ୍ର ସବୁଠାରୁ ଭଲ ଦମ୍ପତି କୁହାଯାଉଥିଲେ ବି ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଗତ କିଛି ବର୍ଷ ଧରି, ଦମ୍ପତିଙ୍କ ମଧ୍ୟରେ ଖେଟ୍ଖାଟ୍ ହେବା ଖବର ସାମ୍ନାକୁ ଆସିଛି। ଅନେକ ସମୟରେ ଅଭିଷେକଙ୍କ ଉପରେ ଐଶ୍ୱର୍ଯ୍ୟା ରାଗିବା ସହ ନାଲି ଆଖି ମଧ୍ୟ ଦେଖାନ୍ତି।
ଅନେକ ବିଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା ପାଇଛନ୍ତି ଅଭିଷେକ ବଚ୍ଚନ। ଆପଣ ଜାଣିଛନ୍ତି କି ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଏହି ଷ୍ଟାର୍କିଡ୍ ବୀମା ଏଜେଣ୍ଟ ଭାବରେ କାମ କରୁଥିଲେ? ଆସନ୍ତୁ ନଜର ପକେଇବା…
ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରିବାବେଳେ ସମାଲୋଚକମାନଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। କହିଛନ୍ତି ଯେଉଁମାନେ ସବୁବେଳେ ସମାଲୋଚନା କରିବାର ଭାବନା ରଖନ୍ତି ସେମାନେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରି କାମ କରି ଦେଖାନ୍ତୁ।