ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା।
ଅଭିନୟ ନୁହେଁ ଆଜି ସତ । ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ଓଲିଉଡର ମହାନାୟକ ଉତ୍ତମ ମହାନ୍ତି । କାନ୍ଦୁଛି ପରିବାର, ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ସିନେ ଜଗତ ଓ ଦର୍ଶକ । ଉତ୍ତମଙ୍କ ନାତି ମଧ୍ୟ ଜେଜେଙ୍କୁ ଶେଷ ଦର୍ଶନ କରି ବିଦାୟ କହିଛନ୍ତି । ବୋଧେ ବଡ଼ ହୋଇଥିଲେ କହିଥାନ୍ତେ ଜେଜେ ତମେ ଫେରିଆସ...
ପଞ୍ଚଭୂତରେ ଲୀନ ହେଲା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହୋଇଛି । ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ୍ ମହାନ୍ତି। ହଜାର ହଜାର ସଂଖ୍ୟାରେ ଫ୍ୟାନ୍, ପ୍ରଶଂସକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବିଦାୟ ନେଇଛନ୍ତି ପ୍ରିୟ କଳାକାର ଉତ୍ତମ ମହାନ୍ତି। ଲୋକାରଣ୍ୟ ଏବଂ ଶୋକାକୂଳ ପରିବେଶରେ ତାଙ୍କୁ ବିଦାୟ ଜଣାଇଛନ୍ତି ସମସ୍ତେ। ଆଜି ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ବରରେ ପହଞ୍ଚିଥିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ଭୁବନେଶ୍ବର ସ୍ଥିତ ବାସଭବନକୁ ନିଆଯାଇ ସେଠାରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହୋଇଛି ଅନ୍ତିମ ସଂସ୍କାର....ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା।
ଉତ୍ତମଙ୍କୁ ଅନ୍ତିମ ବିଦାୟ ଦେବାକୁ ସତ୍ୟନଗର ଶ୍ମଶାନରେ ସେଲିବ୍ରିଟି ଓ ପ୍ରଶଂସକଙ୍କ ପ୍ରବଳ ଭିଡ଼।
କିଛି କହିବା ଆଗରୁ କାନ୍ଦି ପକାଉଛନ୍ତି ବର୍ଷିଆନ୍ ଅଭିନେତା ପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ବାବୁସାନ୍ ।
ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଷ୍ଟାରକିଡ୍ସଙ୍କ ଫିଟ୍ନେସ୍ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମଙ୍କ ପୁଅ ନିଭାନ ନିଗମ୍ଙ୍କ କିଛି ଫଟୋ ଆଣିଛୁ। ଏଥିରେ ଆପଣ ତାଙ୍କ ଶରୀରର ପରିବର୍ତ୍ତନ ଦେଖି ଚକିତ ହୋଇଯିବେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି।
ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।
ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।
ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।
୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା
ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି।
ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ ଖବର ଶୁଣି ଘରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।
ଆଜି ଦିନ ପ୍ରାୟ ୧୧ରୁ ସାଢ଼େ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ପାର୍ଥିବ ଶରୀରକୁ ତାଙ୍କର ବାସଭବନ ବରମୁଣ୍ଡାକୁ ନିଆଯିବ। ଏହାପରେ ସତ୍ୟ ନଗର ନିଆଯିବ। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ। ଏହି ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ।
୧୯୭୭ ମସିହାରେ ବାରିପଦାରେ ସୁନାମଧନ୍ୟ ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା।
ମୋନାଲିସା ନାଚିବା ପୂର୍ବରୁ ପ୍ରଥମ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ।
ମୋନାଲିସା ପୁଣି ଥରେ ଇଣ୍ଟର୍ନେଟ୍ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।
ସାମ୍ନାଙ୍କୁ ଆସିଲା ହରର୍ କମେଡି ‘ଦି ଭୂତ୍ନୀ’ର ଟିଜର୍। ଆଶ୍ଚର୍ଯ୍ୟ କରୁଛି ସଞ୍ଜୟ ଦତ୍ତଙ୍କ ଶିବ ଶ୍ଲୋକ। ମୌନୀ ରାୟଙ୍କୁ ଭୂତ ରୂପରେ ଦେଖିବାକୁ ମିଳିଛି। ଚାରିଆଡେ ଭୟ… ଭୟ… ଭୟ…
ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ରଣବୀର ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା।