ବର୍ତ୍ତମାନ ପର୍ଯ୍ୟନ୍ତ ରଶ୍ମିକା ଏବଂ ବିଜୟ ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିନାହାଁନ୍ତି, ତଥାପି ସେମାନଙ୍କ ମଧ୍ୟରେ ଥିବା ହାବଭାବ ଦର୍ଶାଏ ଯେ ସେମାନଙ୍କ ମଧ୍ୟରେ କିଛି ଖାସ୍ ଅଛି।
ଯେତେବେଳେ ବି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କୁ ଏକାଠି ଦେଖାଯାଏ, ସେତେବେଳେ ସେମାନଙ୍କର ଡେଟିଂ ଖବରର ଚର୍ଚ୍ଚା ଜୋର୍ ଧରିବା ଆରମ୍ଭ କରେ। ବର୍ତ୍ତମାନ ସେମାନଙ୍କ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ନେଇ ଲୋକଙ୍କ ସନ୍ଦେହ ବଢିଯାଇଛି।
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ଦୀର୍ଘ ଦିନ ଧରି ଖବର ଥିଲା ଯେ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। କୁହାଯାଉଛି ଯେ ସେମାନେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।