Advertisment

Ollywood Actor Manoj Mishra: ତେଜିଲା ମନୋଜ ଓ ବବି କଳି, ଡିସିପି ଅଫିସରେ ହାତାହାତି ହେଲେ ଆକ୍ଟର-ଡାଇରେକ୍ଟର

ମୋର ଉତକ୍ଷିପ୍ତ ହେବାର ଠିକନଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ollywood Actor Manoj Mishra Clash Infront Of Police Station In Bhubaneswar

ତେଜିଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ବିବାଦ

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା । ବବି ତାଙ୍କୁ ରାଣ୍ଡିପୁଅ କହିବାକୁ ନେଇ କ୍ଷୁବ୍ଧ ହେଲେ ମନୋଜ ମିଶ୍ର । ଆଜି ଡିସିପି ଅଫିସକୁ ଆସିଥିବା ବେଳେ ବବି ଇସଲାମ ଏହି ଟିପ୍ପଣି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମନୋଜ ମିଶ୍ର । ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା । ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା । ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ । ସେଠାରେ ଉଭୟ ପକ୍ଷକୁ ନେଇ ପୋଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର, କହିଲେ....

ସେପଟେ ମୋର ଉତକ୍ଷିପ୍ତ ହେବାର ଠିକନଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଭିନେତା ମନୋଜ ମିଶ୍ର । ମୋତେ ବ୍ୟକ୍ତିଗତ ଭାବେ ବବି ସବୁବେଳେ ଆକ୍ଷେପ କରିଛନ୍ତି, ଏହାକୁ ନେଇ ଅଭିଯୋଗ କରିଛି, ପୋଲିସ ତଦନ୍ତ କରିବ ବୋଲି ଦୋହରାଇଛନ୍ତି ମନୋଜ ।

Advertisment

ସେପଟେ ମନୋଜ ଜଣେ ଅଭିନେତା, ତେଣୁ ଡିସିପିଙ୍କ ଆଗରେ ଅଭିନୟ କଲେ ବୋଲି ଯୁକ୍ତି ବାଢିଛନ୍ତି ବବି ଇସଲାମ ଓ ଜ୍ୟୋତି ଦାଶ । ମନୋଜ ଜଣେ ଭିଲେନ୍ ବୋଲି ଆଜି ପ୍ରମାଣିତ କଲେ ବୋଲି ବି ଟିପ୍ପଣି କରିଛନ୍ତି । ସେପଟେ ଡିସିପି ପିନାକ ମିଶ୍ର କହିଛନ୍ତି, ଉଭୟଙ୍କ ଅଭିଯୋଗର ଶୁଣାଣି ପାଇଁ ଡିସିପି ଅଫିସ ଡକାଯାଇଥିଲା । ଉଭୟଙ୍କ ବ୍ୟକ୍ତିଗତ ଆକ୍ଷେପ ଥିବାରୁ ପୋଲିସର ହସ୍ତକ୍ଷେପ ନାହିଁ । ସୋସିଆଲ୍ ମିଡିଆ ଆକ୍ଷେପରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲୁ । କିନ୍ତୁ ଧମକ ଦେବା ଘଟଣାରେ ୨ଟି ଥାନାରେ ମାମଲା ରୁଜୁ ହୋଇଛି । ସାକ୍ଷ୍ୟ ପ୍ରମାଣ ଆଧାରରେ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ଡିସିପି କହିଛନ୍ତି ।

ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆଇନ ମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା; କହିଲେ, ନିଆଯିବ ଭୟଙ୍କର ଆକ୍ସନ

ତେବେ କିଛି ଦିନ ହେବ ପୁଣି ବିବାଦରେ ରହିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର । ନଭେମ୍ବର ୧୨ରେ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଥିଲା ।

ଓଡିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦେଶନା କ'ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଥିଲେ । ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଥିଲେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ।

ତେବେ ମନୋଜଙ୍କ ନାଁରେ ଥାନାରେ ଏତଲା, ନଭେମ୍ବର ୧୩ରେ ପ୍ରେସମିଟ୍ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିବା ସହ ନାଁ ନେଇ କିଛି ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବି ଟାର୍ଗେଟ୍ କରିଥିଲେ ମନୋଜ ମିଶ୍ର। ସିନେମା ମୋ ବୋପାର ନୁହେଁ, ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପରିଚୟ । ଯିଏ ସିନେମାର ଶତ୍ରୁ, ସେ ମୋର ବି ଶତ୍ରୁ। ଆଗାମୀ ପିଢ଼ି ଯେମିତି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ ଏମିତି କହୁଥିବି।

ଏପଟେ ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ତାଙ୍କୁ ଘେରିଥିଲେ ବରିଷ୍ଠ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଓ ନିର୍ଦ୍ଦେଶକ ତାପସ ସରଘରିଆ । ସବ୍ୟସାଚୀ କହିଥିଲେ-‘ମନୋଜ ମିଶ୍ର ଏଭଳି ବକ୍ତବ୍ୟ ଦେବା ବନ୍ଦ କରନ୍ତୁ। ଓଡ଼ିଶାରେ ଭଲ ଫିଲ୍ମ ପାଇଁ ଚେଷ୍ଟା ଚାଲିଛି, ଭଲ ଫିଲ୍ମ ବି ହେଉଛି। ମନୋଜ ମିଡିଆ ଆଟେନସନ୍‌ରେ ରହିବାକୁ ଚାହାଁନ୍ତି। ସବୁ ନିର୍ଦ୍ଦେଶକଙ୍କୁ ଏମିତି ଦୋଷାରୋପ କରିବା ଗ୍ରହଣଯୋଗ୍ୟ ନୁହେଁ।’ ସେମିତି ନିର୍ଦ୍ଦେଶକ ତାପସ ସରଘରିଆ ବି ମନୋଜଙ୍କ ବିରୋଧରେ ରଖିଥିଲେ କଡ଼ା ପ୍ରତିକ୍ରିୟା । ଖାଲି କଥା ନୁହେଁ କାମରେ କରି ଦେଖାଇବାକୁ ମନୋଜଙ୍କୁ ଆହ୍ୱାନ ଦେବା ସହ ସେ ବାଛିଥିବା ବାଟ ଠିକ୍ ନୁହେଁ ଓ ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି ବୋଲି ସଫା ସଫା ଶୁଣାଇଥିଲେ ।

ଅଧିକ ପଢ଼ନ୍ତୁ: ସାଇରାଙ୍କୁ କେମିତି କରିଥିଲେ ପ୍ରେମ ନିବେଦନ, ରହମାନ୍‌ କଲେ ଖୁଲାସା

ସୂଚନା ଅନୁସାରେ ଗତବର୍ଷ ଅକ୍ଟୋବରରେ ବି ବିବାଦ ଘେରକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର । ତାଙ୍କ ଅଭିନୀତ ମାଇଣ୍ଡଗେମ୍ ସିନେମାର ରିଲିଜ୍‌କୁ ନେଇ ସମସ୍ୟା ଓ ଅରିନ୍ଦମଙ୍କ ଅଭିନୀତ ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆନଯିବାକୁ ନେଇ ତେଜିଥିଲା ବିବାଦ। ସ୍ଥିତି ଏମିତି ହୋଇଥିଲା ଯେ-ଉତ୍କଳ ସିନେ ଚାମ୍ବର ଅଫ କମର୍ସ ମନୋଜଙ୍କୁ ୨ବର୍ଷ ବ୍ୟାନ୍ କରିଥିଲା ।

Bhubaneswar Commissionerate Police Ollywood Manoj Mishra Bhubaneswar DCP Office
Advertisment
Advertisment