Advertisment

Aishwarya Rai: ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଲେ ଐଶ୍ୱର୍ଯ୍ୟା ରାୟ; କହିଲେ 'ନିଜକୁ ଦୋଷ ଦିଅନି'

ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଜୋର୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aishwarya rai bachchan raised voice against harassment

Aishwarya rai bachchan raised voice against harassment

ଛାଡପତ୍ରର ଗୁଜବ ମଧ୍ୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ନିଜର ଅଧିକାର ଏବଂ ନିଜର ଅସ୍ତିତ୍ୱକୁ ହାଲୁକା ଭାବେ ଗ୍ରହଣ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ୍ ଭିଡିଓରେ ବଚ୍ଚନ ପରିବାରର ବୋହୂ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଖୁବ୍ ଜୋର୍‌ରେ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇନଷ୍ଟାଗ୍ରାମରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ଏହି ଭିଡିଓ ଶେୟାର କରିଛନ୍ତି। ଏହି କ୍ଲିପ୍‌ରେ ଅଭିନେତ୍ରୀ ରାସ୍ତାରେ ହେଉଥିବା ସମସ୍ୟାକୁ ଏଡ଼ାଇବା ପରିବର୍ତ୍ତେ ଏହାର ସମ୍ମୁଖୀନ ହେବାକୁ କହୁଛନ୍ତି।


‘ମୁଣ୍ଡକୁ ଟେକି ରଖ, ଏହା ନାରୀବାଦ’:

ଐଶ୍ୱର୍ଯ୍ୟା କହିଛନ୍ତି, “ରାସ୍ତାରେ ହେଉଥିବା ଉତ୍ପୀଡନ। ଆପଣ ଏହାକୁ କିପରି ମୁକାବିଲା କରିବେ? ସାମ୍ନାରେ ଥିବା ବ୍ୟକ୍ତିଙ୍କ ଆଖିକୁ ଦେଖିବା ଠାରୁ ଦୂରେଇ ରହି ? ନା… ସିଧା ଆଖିରେ ଆଖି ମିଶେଇ ଦେଖ। ଏହି ସମୟରେ ନିଜ ମୁଣ୍ଡକୁ ଟେକି ରଖ। ଏହା ହେଉଛି ନାରୀବାଦ। ନିଜକୁ କୁହ ମୋ ଶରୀର ଉପରେ ମୋର ଅଧିକାର ଅଛି। ନିଜ ମୂଲ୍ୟବୋଧ ସହ ବୁଝାମଣା କର ନାହିଁ।”

ଅଧିକ ପଢ଼ନ୍ତୁ: ଛାଡପତ୍ର ଗୁଜବ ଭିତରେ ଚର୍ଚ୍ଚାରେ ଦ୍ୱିତୀୟ ବିବାହ… ବଚ୍ଚନ ପରିବାରର ବୋହୂ ହେବେ କି ନିମରତ କୌର୍‌

ଅଭିନେତ୍ରୀ ଆହୁରି କହିଛନ୍ତି, “ନିଜକୁ ସନ୍ଦେହ କର ନାହିଁ। ନିଜ ପାଇଁ ଠିଆ ହୁଅ। ନିଜର ପୋଷାକ କିମ୍ବା ଲିପ୍‌ଷ୍ଟିପ୍‌କୁ କେବେ ଦୋଷ ଦିଅ ନାହିଁ। ରାସ୍ତାରେ ହେଉଥିବା ନିର୍ଯାତନା ଏବଂ ଥଟ୍ଟାତାମସା ପାଇଁ କେବେବି ଆପଣ ଦୋଷୀ ନୁହେଁ।”


‘ଆସନ୍ତୁ ସମସ୍ତେ ଏକାଠି ଆଗକୁ ବଢିବା’:

ଭିଡିଓ ଶେୟାର କରିବାବେଳେ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଏଡାଇବା ପାଇଁ ଏହି ଆନ୍ତର୍ଜାତୀୟ ଦିବସରେ ରାସ୍ତାରେ ନିର୍ଯାତନା ବିରୋଧରେ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ।” 'ଏ ଦିଲ ହୈ ମୁସ୍କିଲ' ଅଭିନେତ୍ରୀ ହ୍ୟାସଟ୍ୟାଗ ସହିତ ଲେଖିଛନ୍ତି, ‘ଆସନ୍ତୁ ସମସ୍ତେ ଏକାଠି ଆଗକୁ ବଢିବା’।

ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା:

ଏହି ସମୟରେ ଅଭିଷେକ ବଚ୍ଚନଙ୍କ ଏକ ମତକୁ ନେଇ ମଧ୍ୟ ଆଲୋଚନା ଚାଲିଛି। ଯେଉଁଥିରେ ସେ ଐଶ୍ୱର୍ଯ୍ୟାଙ୍କ ପ୍ୟାରେଣ୍ଟିଂଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ସେ ଏଥିପାଇଁ ଫିଲ୍ମ କରିପାରୁଛନ୍ତି, କାରଣ ସେ ଜାଣନ୍ତି ଯେ ଐଶ୍ୱର୍ଯ୍ୟା ଘରେ ଝିଅ ଆରାଧ୍ୟାଙ୍କ ଯତ୍ନ ଭଲ ଭାବେ ନେଉଛନ୍ତି।

ଅମିତାଭ ବଚ୍ଚନଙ୍କ ମତ:

ଆଜିକାଲି ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନଙ୍କ ଅଲଗା ହେବାର ଖବର ଚର୍ଚ୍ଚାରେ ରହିଛି। ଅଭିଷେକ ୨୦୦୭ ମସିହାରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ଝିଅ ଅଛି, ଯାହାର ନାଁ ଆରାଧ୍ୟା।

ଏହାରି ଭିତରେ କେବଳ ବଲିଉଡ୍ ନାୟିକା ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଅଲଗା ହେବାର ଖବର ନୁହେଁ, ଏହା ସହ ନିମ୍ରତ କୌରଙ୍କ ସହ ଅଭିଷେକଙ୍କ ସମ୍ପର୍କର ଖବର ମଧ୍ୟ ଜୋରସୋରରେ ଚାଲିଛି। ସମସ୍ତ ଗୁଜବ ମଧ୍ୟରେ 'ଶତାବ୍ଦୀର ମହାନ ହିରୋ' ଅମିତାଭ ବଚ୍ଚନଙ୍କ ମତ ଏକ ବ୍ଲଗ୍ ମାଧ୍ୟମରେ ସାମ୍ନାକୁ ଆସିଛି ଯେଉଁଥିରେ ସେ କହିଛନ୍ତି ଯେ ବିନା ଯାଞ୍ଚରେ କଳ୍ପନା ତ ଜଳ୍ପନାରେ ହିଁ ରହିବ।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଥିଲେ ଐଶ୍ୱର୍ଯ୍ୟା, ଜାଣନ୍ତୁ ସେ କିଏ…

Amitabh Bachchan Aishwarya Rai Bachchan Abhisek Bachchan Bollywood
Advertisment
Advertisment