• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Pariksha Pe Charcha
ଚାପ ମୁକ୍ତ ରୁହ, ପରୀକ୍ଷାକୁ ଉତ୍ସବ ଭଳି ପାଳ

ଦେଶରେ ବୋର୍ଡ ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ । ଆଜି ଦେଶବ୍ୟାପୀ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୨ ଲକ୍ଷରୁ ଅଧିକ ପିଲା ଯୋଡ଼ି ହୋଇଥିଲେ ।

School Open
ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ୍; ଏନେଇ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ?

school students
ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ ! ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ୍

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ଏହି ସମୟକୁ ସାମନ୍ୟ ପରିବର୍ତ୍ତନ କରାଯାଇଛି । ୧୦ ଟା ନୁହେଁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ ।

Engineering
ଇଞ୍ଜିନିୟରିଂ ପାଇଁ ଗଣିତ ଦରକାର ନାହିଁ !

ଆର୍କିଟେକଚର, ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ କରିବା ଲାଗି ପୂର୍ବ ଶ୍ରେଣୀରେ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇର ୨୦୨୨-୨୩ ଗାଇଡଲାଇନରେ ଘୋଷଣା କରାଯାଇଛି ।

Morning School
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

chse
BIG BREAKING ! ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

2-Day Bharat Bandh From March 28: Utkal, RD University Exams Postponed
ବନ୍ଦ ପାଇଁ ୨ ଦିନ ଘୁଞ୍ଚିଲା ସମସ୍ତ ପରୀକ୍ଷା

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।

Ugc notice regarding abroad education in china education amid china covid cases
ଚଳିବନି ବିଦେଶୀ ଡିଗ୍ରୀ ! ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ସହ ନ ଖେଳିବାକୁ UGC ପରାମର୍ଶ...

ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ଉଚ୍ଚଶିକ୍ଷା ତଥା ପାଠପଢ଼ିବା ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ UGC ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

Plus Two Exams In Odisha
ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ବଦଳିଲା ଦ୍ୱାଦଶ ପରୀକ୍ଷା ସୂଚୀ

ପୂର୍ବରୁ ପରୀକ୍ଷା ୨୮ ଏପ୍ରିଲରୁ ଆରମ୍ଭ ହୋଇ ମେ’ ୨୪ରେ ଶେଷ ହେବ ବୋଲି କୁହାଯାଇଥିଲା । ଏନେଇ ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଥିଲା ।

 All Educational Institutions In Khordha To Remain Closed Tomorrow
ଆସନ୍ତାକାଲି ଏହି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଆସନ୍ତାକାଲି ପୌର ନିର୍ବାଚନ ଲାଗି ମତଦାନ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। 

Mid Day Meal
ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍‌ରେ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି ।

+2 exam
କେମିତି ହେବ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ, ଜାଣନ୍ତୁ..

ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନଥିବା ବେଳେ ପରୀକ୍ଷା କିଭଳି ହେବ, ତାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାୟନ ବ୍ୟବସ୍ଥା ଛାତ୍ରଛାତ୍ରୀ କେତେ ସନ୍ତୁଷ୍ଟ ହେଉଛନ୍ତି ତାକୁ ଅପେକ୍ଷା ରହିଛି ।

+2 exam
ଏପ୍ରିଲ୍ ୨୮ରୁ +2 ପରୀକ୍ଷା

ବିଳମ୍ବରେ ହେଉ ପଛେ ଘୋଷଣା ହୋଇଛି ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ତାରିଖ । ଏପ୍ରିଲ ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟର ଏକାସାଙ୍ଗରେ ପରୀକ୍ଷା ଆରମ୍ଭ ହେବ ।

Plus Two Exams In Odisha
ଏପ୍ରିଲ ୨୮ରୁ +୨ ପରୀକ୍ଷା

ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା।  କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ। ରାଜ୍ୟରେ ମୋଟ୍‌ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 

CBSE exam wrong question case
ସୁଧୁରିଲା ତ୍ରୁଟି, ମିଳିଲା ଫୁଲ୍ ମାର୍କ

ଦଶମ ଟର୍ମ-୧ ଓଡିଆ ପ୍ରଶ୍ନପତ୍ରରେ ତ୍ରୁଟିଯୁକ୍ତ ପ୍ରଶ୍ନ ପ୍ରସଙ୍ଗ। ଉତ୍ତର ଦେବାକୁ ଚେଷ୍ଟା କରିଥିବା ପିଲାଙ୍କୁ ମିଳିଲା ଫୁଲ୍ ମାର୍କ। ଏକ୍ସପର୍ଟ କମିଟି ରିପୋର୍ଟ ଆଧାରରେ ଫୁଲ୍ ମାର୍କ ଦେଲା CBSE।

OJEE
ପ୍ରକାଶ ପାଇଲା OJEE ପାଇଁ ଅନଲାଇନ ଆବେଦନ ବିଜ୍ଞପ୍ତି

କେବେ ସରିବ ଆବେଦନ ପ୍ରକ୍ରିୟା ଜାଣନ୍ତୁ

Matric Exam
୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା

୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ ।

Matric Exam
ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍-୨ ପରୀକ୍ଷା, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଏବେ ବି ଦ୍ୱନ୍ଦ୍ୱ ?

ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ।

Matric Exam
ଏପ୍ରିଲ୍‌ ୧୩ରୁ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ବିସ୍ତୃତ ସୂଚନା ଦେଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା ।

Matric Exam
ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା, ପଢ଼ନ୍ତୁ..

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

New Education Policy
ନୂଆ ନିୟମ ! ଏଣିକି ହେବନି ବୋର୍ଡ ପରୀକ୍ଷା, ୭ ବର୍ଷରୁ ଆରମ୍ଭ ହେବ ସ୍କୁଲ କ୍ୟାରିୟର

ନୂଆ ଶିକ୍ଷାନୀତି ଅନୁସାରେ, ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୭ ବର୍ଷକୁ ବଢ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରହିବନି । ସ୍ନାତକରେ ୩ ବର୍ଷ ବଦଳରେ ରହିବ ୪ ବର୍ଷର ପାଠ୍ୟକ୍ରମ ରହିବ ।

New Education Policy
ହଟିଲା ୧୦ମ ବୋର୍ଡ ପରୀକ୍ଷା !

ନୂଆ ଶିକ୍ଷାନୀତିକୁ ନେଇ ମିଶ୍ରିତ ମତ । କେନ୍ଦ୍ର ସରକାର ଆଣିବାକୁ ଥିବା ନୂଆ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ କେତେ ସହାୟକ ହେବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥିବା ବେଳେ, ଏହାର ଅନେକ ସଂସ୍କାରମୂଳକ ପଦକ୍ଷେପକୁ ସ୍ୱାଗତ ମଧ୍ୟ କରାଯାଉଛି ।

Matric Exam
ମ୍ୟାଟ୍ରିକ୍‌ ପରୀକ୍ଷା ମୂଲ୍ୟାୟନ ପାଇଁ ବୋର୍ଡରର ତିନି ପଦ୍ଧତି, ଜାଣନ୍ତୁ..

ଏଥର ଅଫ୍‌ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ସବୁ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ପରୀକ୍ଷା ମେ ୬ଯାଏ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମାଟ୍ରିକ୍ ମୂଲ୍ୟାୟନ ଲାଗି ତିନି ସୂତ୍ରୀ ପଦ୍ଧତି ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେଣେ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ସରକାର ସ୍ପଷ୍ଟତା ଆଣିନଥିବାରୁ ଚିନ୍ତାରେ ଅଭିଭାବକ ।

Matric Exam
ଅଫ୍‌ଲାଇନ୍‌ରେ ହେବ ମାଟ୍ରିକ୍‌ ପରୀକ୍ଷା

ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍‌ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ।

CBSE Exam
CBSE ର ବଡ଼ ଘୋଷଣା: ଏପ୍ରିଲ ୨୬ ରେ ହେବ ଟର୍ମ-୨ ପରୀକ୍ଷା

ସ୍କୁଲ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷାରେ ଅଧିକ ଦିନ ବ୍ୟବଧାନ ରଖିବାକୁ ପଦକ୍ଷପ ନେଇଛି ସିବିଏସଇ । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ହୋଇଥିବା ଟର୍ମ ୱାନ୍ ପରୀକ୍ଷାର ଫଳାଫଳ ଖୁବଶୀଘ୍ର ଘୋଷଣା ସମ୍ଭାବନା ରହିଛି ।