• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଭାବୀ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାପା ମାଆ ରାସ୍ତା କଡରେ ଚୁଡ଼ିର ପସରା ମେଲାନ୍ତି । ସେଥିରେ ଯାହା ରୋଜଗାର ହୁଏ ପରିବାର ଚଳେ । ଓଳିଏ ଖାଇ ଓଳିଏ ଉପାସ ରହିବାକୁ ପଡ଼େ । ମହଙ୍ଗା ଯୁଗରେ ଚୁଡ଼ି ବିକ୍ରି ଟଙ୍କାରେ ଘର ଚଳାଇବା ଭାରି ମୁସ୍କିଲ । ହେଲେ ଏତେ ଅସୁବିଧା ସତ୍ତ୍ୱେ ତାଙ୍କ ଝିଅ ଏବେ ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଭୁବନେଶ୍ୱର ସ୍ଥିତ ରମାଦେବୀ ୱିମେନ୍ସ ହାଇୟାର ସେକେଣ୍ଡାରୀ ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ଦାରିଙ୍ଗବାଡ଼ିର ମନିସା ପ୍ରଧାନ । ମନିସା ସମୁଦାୟ୬୦୦ ମାର୍କରୁ ୫୫୪ ମାର୍କ ରଖି ରମାଦେବୀ ୱିମେନ୍ସ ହାଇୟାର ସେକେଣ୍ଡାରୀ ସ୍କୁଲରେ ଟପ୍ପର ହୋଇଛନ୍ତି । ରମାଦେବୀ ଟପ୍ପର ହେବା ସହ ରାଜ୍ୟ ସ୍ତରରେ ମଧ୍ୟ ସେ ଦୁଇ ନମ୍ବର ଟପ୍ପର ହୋଇଛନ୍ତି । ବାପା ବିଶିକେସନ ପ୍ରଧାନ ମାଆ ସନ୍ତୋଷିନୀ ପ୍ରଧାନଙ୍କର ୪ର୍ଥ ସନ୍ତାନ ହେଉଛନ୍ତି ମନିସା । ଝିଅର ସଫଳତା ନେଇ ପରିବାର ଲୋକେ ବେଶ ଖୁସି ଅଛନ୍ତି ।

ଅଭାବ ଅସୁବିଧା ସତ୍ତ୍ୱେ ଦାରିଙ୍ଗବାଡ଼ିର ଝିଅ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଠ ପଢି ଅଂଚଳ ପାଇଁ ଗୌରବ ଆଣିଛନ୍ତି । ମନିସା ଆଗାମୀ ଦିନରେ ଭଲ ପାଠ ପଢି ପବ୍ଲିକ ସର୍ଭ୍ୟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ରିପୋର୍ଟ- ଅଜିତ ନାୟକ,ବାଲିଗୁଡ଼ା