/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661568567.jpg)
OPSC ASO Exam 2022 To Be Held Today
ଆଜି ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର(Assistant Section Officer) ପରୀକ୍ଷା। ୩ଟି ସିଟିଂରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୦ଟା ୩୦ ଯାଏ ଜେନେରାଲ ଆୱାରନେସ୍ ପରୀକ୍ଷା ହେବ। ସାଢ଼େ ୧୧ଟାରୁ ଦିନ ୧ଟା ଯାଏ ରିଜନିଂ ଓ ମ୍ୟାଥମେଟିକ୍ସ ପରୀକ୍ଷା ହେବ। ସେହିପରି ଦିନ ୨ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ଇଂରାଜୀ ଓ ଓଡ଼ିଆ ଭାଷା ପରୀକ୍ଷା ଅନୁଷ୍ଠିତ ହେବ।
Advertisment
ଖାଲି ପଡ଼ିଥିବା ୭୯୬ ପୋଷ୍ଟ ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଆଶାୟୀ ଆବେଦନ କରିଥିବା ଜଣାପଡ଼ିଛି। ସୂଚନାଥାଉ କି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ, ସେସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)